ଶ୍ରୀମନ୍ଦିର ପାଇଁ ୧୯୦.୨୬ କୋଟି ଟଙ୍କା

0 208

ପୁରୀ, ୨/୧୧(ଏସଏସନିୟୁଜ) ୨୦୨୧-୨୨ ଆର୍ଥିକ ବର୍ଷରେ ପୁରୀଶ୍ରୀମନ୍ଦିର ଲାଗି ୧୯୦.୨୬ ‌କୋଟି ଟଙ୍କାର ବଜେଟ୍‌କୁ ଶ୍ରୀମନ୍ଦିର ପରିଚାଳନା ବୈଠକରେ ଅନୁମୋଦନ ମିଳିଛି।ମହାରାଜା ଗଜପତି ଦିବ୍ୟସିଂହଦେବଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ବୈଠକରେ ରଥଯାତ୍ରା ଓ ସ୍ନାନଯାତ୍ରା ପାଇଁ ୧୨ କୋଟି ୭୨ ଲକ୍ଷ ଟଙ୍କା ବ୍ୟୟବରାଦ କରାଯାଇଛି।ସେହିଭଳିଭାବେ ରାଜସ୍ବ ସୂତ୍ରରୁ ଆୟ ୧୦୬ କୋଟି ଟଙ୍କା ହେବ। ବ୍ୟୟର ପରିମାଣ ୮୫ କୋଟି ରଖାଯାଇଛି। ବିଭିନ୍ନ ଖାଦାନରୁ ପ୍ରାୟ ୧୫ କୋଟି ଟଙ୍କା ଆୟ ହେବାର ଆକାଳନ ହୋଇଛି। ଜମି ବିକ୍ରି ଓ ଅଧିଗ୍ରହଣରୁ ପ୍ରାୟ ୬୦ କୋଟି ଟଙ୍କା ହେବା ଆକଳନ କରାଯାଇଛି। ମୋଟ ୬୭୫ କୋଟି ଥିବା କର୍ପ ଫଣ୍ଡ ୭୫୦ କୋଟିକୁ ବୃଦ୍ଧି ଲକ୍ଷ୍ୟ ରଖଶଯାଇଛି। ସୂର‌୍ୟ୍ୟ ମନ୍ଦିର ଦ୍ବାରର ରୂପା ଛାଉଣୀ ହେବ। ଜଣେ ଦାତାଙ୍କ ଦ୍ବାରା ଏହି ରୁପା ଛାଉଣୀ କାମ କରାଯିବ। ଶ୍ରୀମନ୍ଦିର କର୍ମଚାରୀଙ୍କ ପାଇଁ ଖୁବ ଶୀଘ୍ର ଡ୍ରେସ୍ କୋର୍ଡ ଲାଗୁ ହେବ। ନେଇ ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକ କ୍ରୀଷନ କୁମାର ସୂଚନା ଦେଇଛନ୍ତି ।

Leave A Reply

Your email address will not be published.