ଆରପାରିରେ ଜଣାଶୁଣା ସାମ୍ବାଦିକ ଅରିନ୍ଦମ ଦାସ

0 257

ଭୂବନେଶ୍ୱର,୨୪/୯(ଏସଏସନିୟୁଜ)ସାମ୍ବାଦିକତା ଜଗତର ବେଶ ଜଣାଶୁଣା ଚେହେରା ଅରିନ୍ଦମ ଦାସଙ୍କ ଜୀବନ ପାଣିର ସୁଅ ରେ ଚାଲିଗଲା । ମୁଣ୍ଡଳୀରେ ଓଡ୍ରାଫ ବୋଟ୍ ବୁଡି ଘଟଣାରେ ପ୍ରାଣ ହରାଇଛନ୍ତି ଅରିନ୍ଦମ । ମୁଣ୍ଡଳି ବ୍ରିଜ ନିକଟରେ ଫସିରହିଥିବା ହାତୀକୁ ଉଦ୍ଧାର କରିବାପାଇଁ ଓଡ୍ରାଫ୍ଟ ଟିମ୍ ଯାଇଥିବାବେଳେ ସେ ଓ ତାଙ୍କ କ୍ୟାମେରାମ୍ୟାନ ପ୍ରଭାତ ସିହ୍ନା ସାଙ୍ଗରେ ଯାଇଥିଲେ । ହାତୀଟିକୁ ଘଉଡାଇବା ପାଇଁ ଉଦ୍ୟମ କରିବାବେଳେ ପ୍ରଖର ସ୍ରୋତରେ ନିୟନ୍ତ୍ରଣ ରକ୍ଷା କରିବା ସମ୍ଭବ ହେଇନଥିଲା । ଏହି ସମୟରେ ଅଚାନକ ହାତୀଟି ଆସି ବୋଟ୍ ସାମ୍ନାଦେଇ ପାର କରିବାକୁ ଲାଗିଥିଲା । ଆଉ ସେଥିପାଇଁ ପ୍ରଖର ହୋଇଥିଲା ପାଣି ସ୍ରୋତ । ଏତିକି ବେଳେ ଚାହୁଁ ଚାହୁଁ ବୋଟଟି ପାଣିରେ ଓଲଟି ପଡିଥିଲା । ଯାହାଫଳରେ ବୋଟରେ ଥିବା ସମସ୍ତେ ପାଣି ଭିତରକୁ ଖସି ପଡିଥିଲେ ।ଏମାନଙ୍କୁ ଉଦ୍ଧାର କରାଯାଇ ଏସସିବି ମେଡିକାଲକୁ ନିଆଯାଇଥିବାବେଳେ ଡାକ୍ତର ଅରିନ୍ଦମଙ୍କୁ ମୃତ ଘୋଷଣା କରିଥିଲେ ।

ସାମ୍ବାଦିକତା ଜଗତର ଜଣେ ଚର୍ଚ୍ଚିତ ଯୁବ ଚେହେରା ଖୁବ କମ ବୟସରେ ଯୁବ ସାମ୍ବାଦିକ ଅରିନ୍ଦମ ଦାସଙ୍କ ଅକାଳ ବିୟୋଗ ହୋଇଛି । ଓଡିଶା ଗଣମାଧ୍ୟମ ପ୍ରତି ଏହା ଏକ ଅପୂରଣୀୟ କ୍ଷତି ।ଆଜି ତାଙ୍କର କର୍ମସ୍ଥଳ ଓଟିଭି କାର‌୍ୟ୍ୟାଳୟରେ ଚିଫ୍ ରିପୋର୍ଟର ଅରିନ୍ଦମ ଦାସଙ୍କ ମର ଶରୀର ପହଁଚିବାପରେ ଶୋକାକୂଳ ହୋଇପଡିଥିଲା ପୂରା ପରିବେଶ । ଗଣମାଧ୍ୟମ ଜଗତର ଅନେକ ବ୍ୟକ୍ତି ପହଞ୍ଚିବାସହ ସାହାସୀ ସାମ୍ବାଦିକଙ୍କୁ ଶ୍ରଦ୍ଧାଞ୍ଜଳି ଦେଇ ଅନ୍ତିମ ଯାତ୍ରାରେ ସାମିଲ ହୋଇଥିଲେ । ଅରିନ୍ଦମଙ୍କ ଅକାଳ ବିୟୋଗରେ ପରିବାରକୁ ୨୦ ଲକ୍ଷ ଟଙ୍କାର ସହାୟତା ଘୋଷଣା କରିଛନ୍ତି ଓଟିଭି ଏମଡି ଜାଗି ମଙ୍ଗତ ପଣ୍ଡା ।

Leave A Reply

Your email address will not be published.