ଓଡ଼ିଶା ମୁହାଁଇଛି ‘ଡିଆଁମୁ’

ଆଜିର ଖବର ତାରିଖ–୨୫-୦୯-୨୦୨୧(ଶନିବାର)

0 394

୧. ହିମାଳୟାନ୍‍ ଚଳଚ୍ଚିତ୍ର ମହୋତ୍ସବକୁ ଉଦଘାଟନ କଲେ କେନ୍ଦ୍ର ମନ୍ତ୍ରୀ ଅନୁରାଗ ଠାକୁର ।
୨. ଓଡିଆ ସାମ୍ବାଦିକ ଜଗତର ଦକ୍ଷ ଓ ଯୁବ ସାମ୍ବାଦିକ ଅରିନ୍ଦମ ଦାସଙ୍କ ଅକାଳ ବିୟୋଗରେ ରାଜ୍ୟ ସଭାପତି ଶ୍ରୀ ସମୀର ମହାନ୍ତି ଗଭୀର ଶୋକ ବ୍ୟକ୍ତ କରିଛନ୍ତି ।
୩. ପିପିଲି ଉପନିର୍ବାଚନ ପ୍ରଚାରରେ ଶାସକ ବିଜେଡିର କୋଭିଡ୍ ଗାଇଡ୍‌ଲାଇନ ଉଲ୍ଲଂଘନ ପ୍ରସଙ୍ଗରେ କଠୋର କାର୍ଯ୍ୟାନୁଷ୍ଠାନ ପାଇଁ ରାଜ୍ୟ ମୁଖ୍ୟ ନିର୍ବାଚନ ଅଧିକାରୀଙ୍କୁ ଦାବି ।
୪. ଭାରତୀୟ ପ୍ରଶାସନିକ ସେବା(ଆଇଏଏସ)ପରୀକ୍ଷା ଫଳ ଶୁକ୍ରବାର ପ୍ରକାଶ ପାଇଛି । ଏଥିରେ ଓଡ଼ିଶାର ଝାରସୁଗୁଡା ସରବାହାଲର ପରୀକ୍ଷାର୍ଥୀ ରୀନା ପ୍ରଧାନ ୧୯୪ ରାଙ୍କରେ ଉତିନ୍ନ ହୋଇଛନ୍ତି ।
୫. ଆଇପିଏଲ୍: ୬ ୱିକେଟରେ ବାଙ୍ଗାଲୋରକୁ ହରାଇଲା ଚେନ୍ନାଇ ।
୬. ୱେଲମାର୍କରେ ପରିଣତ ହୋଇଛି ଲଘୁଚାପ, ୧୨ଘଣ୍ଟାରେ ନେବ ଅବପାତ ରୂପ, ସେପଟେ ଭିଏତନାମରୁ ଓଡ଼ିଶା ମୁହାଁଇଛି ‘ଡିଆଁମୁ’ ।
୭. ରାଷ୍ଟ୍ରପତି ରାମନାଥ କୋବିନ୍ଦ ୨୦୧୯-୨୦ ପାଇଁ ଶୁକ୍ରବାର ଜାତୀୟ ସେବା ଯୋଜନା(ଏନ୍‌ଏସ୍‌ଏସ୍‌) ପୁରସ୍କାର ପ୍ରଦାନ କରିଛନ୍ତି । ଏମାନଙ୍କ ମଧ୍ୟରେ ଦୁଇଜଣ ଓଡ଼ିଆ ରହିଛନ୍ତି । ସ୍ବେଚ୍ଛାସେବୀ ବର୍ଗରେ ଓଡ଼ିଶାର ବିକ୍ରମ ବିଷୋଇ ଓ ଜନ୍ମେଜୟ ଗିରି ଏହି ପୁରସ୍କାର ଗ୍ରହଣ କରିଛନ୍ତି ।
୮. ୨୭ରେ ଭାରତ ବନ୍ଦ: ଓଏଏସ୍ ପରୀକ୍ଷା ଘୁଂଚିଲା, ସରକାରୀ କର୍ମଚାରୀଙ୍କ ନୂଆ ନିର୍ଦ୍ଦେଶନାମା ।
୯. ପିପିଲିରେ ନିର୍ବାଚନ ପ୍ରଚାର କରିବେନି ନବୀନ, ୨୯ରେ ଫେରିବେ ।
୧୦. ସୁପ୍ରିମକୋର୍ଟଙ୍କ ନିର୍ଦ୍ଦେଶକ୍ରମେ ଚଳିତବର୍ଷ ନଭେମ୍ବରରେ ଜାତୀୟ ପ୍ରତିରକ୍ଷା ଏକାଡେମୀ (ଏନ୍‌ଡିଏ) ଏବଂ ନାଭାଲ ଏକାଡେମୀ ପରୀକ୍ଷା ଦେବାକୁ ଚାହୁଁଥିବା ଅବିବାହିତା ମହିଳା ଆବେଦନ କରିବାକୁ କେନ୍ଦ୍ର ଲୋକସେବା ଆୟୋଗ (ୟୁପିଏସ୍‌ସି) ଅନୁମତି ଦେଇଛି
୧୧. ବିୟର କମ୍ପାନୀଙ୍କ ବିରୋଧରେ ଭାରତ ସରକାରଙ୍କ ବଡ଼ କାର୍ଯ୍ୟାନୁଷ୍ଠାନ, ଲାଗିଲା ୮୭୩ କୋଟିର ଜରିମନା ।
୧୨. ଚୀନ୍ ବିରୋଧରେ ବଡ଼ କାର୍ଯ୍ୟାନୁଷ୍ଠାନ ଲାଗି ଭାରତର ପ୍ରସ୍ତୁତି, APIରେ ଡୋପିଂ ରୋଧି ଶୁଳ୍କ ନିମନ୍ତେ ସୁପାରିଶ ।
୧୩. ଭୁବନେଶ୍ୱର କୋର୍ଟ ପରିସରକୁ ବିଏମ୍‌ସି ପକ୍ଷରୁ ୩ଦିନ ପାଇଁ ସିଲ୍‌ କରାଯାଇଛି । କୋର୍ଟର ୧୫ଜଣ ଜୁଡିସିଆଲ କର୍ମଚାରୀ ଓ ଆଇନଜୀବୀ କରୋନା ପଜିଟିଭ୍‌ ଚିହ୍ନଟ ହେବା ପରେ ବିଏମ୍‌ସି ପକ୍ଷରୁ ଆସନ୍ତା ୨୬ ତାରିଖ ପର୍ଯ୍ୟନ୍ତ ସିଲ୍‌ କରାଯାଇଥିବା ସୂଚନା ଦିଆଯାଇଛି ।
୧୪. ଆଜି ରାଜ୍ୟରୁ ସୁସ୍ଥ ହେଲେ ଆଉ ୪୯୪ ଆକ୍ରାନ୍ତ: ଖୋର୍ଦ୍ଧାରୁ ସର୍ବାଧିକ । ଏହି ସୁସ୍ଥ ଆକ୍ରାନ୍ତଙ୍କୁ ମିଶାଇ ରାଜ୍ୟରେ ମୋଟ ୧୦ ଲକ୍ଷ ୯ ହଜାର ୫୮୨ ଜଣ ସୁସ୍ଥ ହୋଇ ଘରକୁ ଫେରିଛନ୍ତି । ତେବେ ରାଜ୍ୟରେ ଆକ୍ରାନ୍ତଙ୍କ ସଂଖ୍ୟା ୧୦ ଲକ୍ଷ ୨୩ ହଜାର ୧୩୩ କୁ ବୃଦ୍ଧି ହୋଇଥିବାବେଳେ ଏବେ ସକ୍ରିୟ ଆକ୍ରାନ୍ତ ରହିଛନ୍ତି ୫ ହଜାର ୩୩୫ ଜଣ । ରାଜ୍ୟରେ ମୋଟ ମୃତକଙ୍କ ସଂଖ୍ୟା ୮ ହଜାର ୧୬୩ କୁ ବୃଦ୍ଧି ହୋଇଛି ।
୧୫. ଆଇଆଇଟି ଦିଲ୍ଲୀର କମାଲ, ତିଆରି କଲେ ପ୍ରଦୂଷଣ ଶୋଷୁଥିବା କପଡ଼ା ।
୧୬. ପ୍ରଥମ ଥର ୬୦ ହଜାର ପାର୍ କଲା ସେନସେକ୍ସ, ୧୭୮୫୦ ଉପରେ ନିଫ୍ଟି
➡️କୋଭିଡ଼୍ ନିୟମ ସମସ୍ତେ ପାଳନ କରନ୍ତୁ , ଟୀକା ନିଅନ୍ତୁ , ସର୍ବଦା ଜନଗହଳିକୁ Avoid କରନ୍ତୁ , ଘରେ ରୁହନ୍ତୁ ଓ ସୁସ୍ଥ ରୁହନ୍ତୁ ।
ବିଶ୍ବାସ ନହେଲେ ବି ସତ-ଜୀବନରେ ଯେଉଁ ଲୋକମାନେ ଆପଣଙ୍କ ଠାରୁ ଦୂରେଇବାକୁ ଚାହାନ୍ତି… ପ୍ରଥମେ ଆପଣଙ୍କୁ କୌଣସି ଏକ ମାଧ୍ୟମରେ ଦୋଷୀ କରି ଦିଅନ୍ତି..ଓ… ପରେ ନିଜଦୋଷ ଅନ୍ୟ ଉପରେ ଲଦି ଦେଇ ଦୁରେଇ ଯାନ୍ତି…..ସୁପ୍ରଭାତଶୁଭସକାଳ , GOOD MORNING

Leave A Reply

Your email address will not be published.