ଆଜିର ଅନୁଚିନ୍ତା

 ତାରିଖ :-୨୫.୦୯.୨୦୨୧,ଶନିବାର

0 268

 ଆଜିର ନୀତିବାଣୀ

➡️”ଯେଉଁମାନେ ସମ୍ପର୍କ ରଖିବାକୁ ଚାହାନ୍ତି ସେମାନେ ତୁମ ବଡ଼ ବଡ଼ ଭୁଲକୁ ବି କ୍ଷମା କରିଦିଅନ୍ତି ଆଉ ଯେଉଁମାନେ ସମ୍ପର୍କ ରଖିବାକୁ ଚାହାନ୍ତି ନାହିଁ ସେମାନେ ତୁମ ଠିକକଥାରୁ ବି ଭୁଲ ବାହାର କରିଥାନ୍ତି !!
➡️”ମାମୁଁ ଘରକୁ ଗଲେ ଗୋଟେ କଥା ବହୁତ ଭଲ ଲାଗି ଥାଏ ଯେ ସେଠାରେ ଆମକୁ ସମସ୍ତେ ମା’ଙ୍କ ପାଇଁ ଜାଣନ୍ତି !!
➡️”ଦୁନିଆରେ ସବୁ ସମ୍ପର୍କ କେବଳ ରକ୍ତର ହୋଇନଥାଏ। କିଛି ସମ୍ପର୍କ ମଧ୍ୟ ଅଦେଖା ଓ ଅଚିହ୍ନl ହୋଇଥାଏ ଯାହାକି ରକ୍ତର ସମ୍ପର୍କ ଠାରୁ ମଧ୍ୟ ନିଜର ଲାଗିଥାଏ
➡️”ଯାହାର ଭଗବାନଙ୍କ ଉପରେ ଭରସା ଓ ନିଜ ଉପରେ ବିଶ୍ୱାସ ଅଛି…ତାକୁ ସଂସାରର କୌଣସି ବି ସ୍ଥିତି ବିଚଳିତ କରିପାରିବ ନାହିଁ
➡️”ଯେଉଁମାନେ ମିଠା କଥା କହି ଦାନ ଦେଉଥିବେ।ଜ୍ଞାନୀ ହୋଇ ନମ୍ର ହୋଇଥିବେ- ଧନବନ୍ତ ହୋଇ ବିଷୟ ବାସନା ପ୍ରତି ମମତା ରଖି୍ନଥିବେ- ଵୀର ହୋଇ ପରାଜିତ ଶତ୍ରୁ ପ୍ରତି କ୍ଷମା ଆଚରଣ କରୁଥିବେ- ଏହିପରି ଲୋକମାନେ ଭକ୍ତି ଓ ସ୍ନେହ ଲାଭ କରିଥାନ୍ତି !!
➡️”ସ୍ୱପ୍ନ ଓ ବାସ୍ତବତା ମଧ୍ୟରେ ଏତିକି ପାର୍ଥକ୍ୟ, ଜଣେ ରାତିରେ ଶୁଆଇ ଦିଏନାହଁ, ଅନ୍ୟ ଜଣେ ଦିନରେ !!
➡️”ଘର ସାମ୍ନା ରେ ପଥର ଜମା କରି ରଖନ୍ତୁ ନାହିଁ -କଣ୍ଟା ଗଛ ରଖନ୍ତୁ ନାହିଁ ଏବଂ କ୍ଷୀର ବାହାରୁଥିବାଗଛ ରଖନ୍ତୁ ନାହିଁ !!
➡️”ଯେ କୌଣସି ସକାରାତ୍ମକ ଚିନ୍ତାଧାରା ଅବା ପଦକ୍ଷେପ ନକାରାତ୍ମକ ଚିନ୍ତାଧାରା ଠାରୁ ସତ ଗୁଣରେ ଉତ୍ତମ। ଏଣୁ ଖରାପ ଭାବନାରେ ବୁଡ଼ି ରହିବା ପରିବର୍ତ୍ତେ ସବୁବେଳେ ଭଲ ଚିନ୍ତା କରନ୍ତୁ !!
ଆଜିର ଅନୁଚିନ୍ତା
➡️”ନଦୀ ହୋଇ କାହାକୁ ବୁଢ଼େଇ ଦେବା ପାଇଁ ଚେଷ୍ଟା କରନ୍ତୁ ନାହିଁ।ଡ଼ଙ୍ଗା ହୋଇ ବୁଡ଼ି ଯାଉଥିବା ଲୋକଙ୍କୁ ବଞ୍ଚାଇବା ପାଇଁ ଚେଷ୍ଟା କର !!
➡️”ମା ବାପା କୋଉଥିରେ ତିଆରି କେଜାଣି ନିଜ ସନ୍ତାନ ପାଇଁ କେତେ କଷ୍ଟ ସହାନ୍ତି, କିନ୍ତୁ ଭାଙ୍ଗି ପଡ଼ନ୍ତି ନାହିଁ !!
➡️”ଅନ୍ୟ ମାନଙ୍କ କଥା ଶୁଣି ଚାଲିବ ତ କିଛି ବାଟ ପର୍ଯ୍ୟନ୍ତ ହିଁ ଯାଇପାରିବ।ନିଜ କଥା ଶୁଣି ଚାଲିବ ତ ନିଜ ଲକ୍ଷ ପର୍ଯ୍ୟନ୍ତ ପହଞ୍ଚି ପାରିବ !!
➡️”ଝଡ଼ି ଯାଇଥିବା ଫୁଲ କେବେ ଗଛକୁ ଫେରି ଆସେନା।ତେଣୁ ଅତୀତ ବିଷୟରେ ଚିନ୍ତା ନ କରି,ବର୍ତ୍ତମାନକୁ ଭଲ ପାଅନ୍ତୁ !!
➡️”ଯେଉଁ ରାସ୍ତାରେ ଆପଣ ଏକୁଟିଆ ରହିଯାଉଛନ୍ତି, ତେବେ ବୁଝି ନିଅନ୍ତୁ ଆପଣ ସଠିକ ରାସ୍ତାରେ ଚାଲୁଛନ୍ତି।କାହିଁକିନା ସତ୍ୟତାର ରାସ୍ତାରେ କେହି ସାଥିରେ ନଥାନ୍ତି !
➡️”ଘର ପାଖରେ କଇଁଆ ଗଛ- ତାଳ ଗଛ ଏବଂ ବାଉଁଶ ଗଛ ରଖନ୍ତୁ ନାହିଁ ।ଗୁରୁବାର ଦିନ ଏବଂ ଶନିବାର ଦିନ ଘରୁ ଲୁହା ଜିନିଷ ବିକ୍ରି କରନ୍ତୁ ନାହିଁ !!
➡️”ଜୀବନରେ ସେହି ବ୍ୟକ୍ତିମାନେ ଅସଫଳ ହୁଅନ୍ତି,ଯେଉଁମାନେ କେବଳ ଚିନ୍ତା କରନ୍ତି, କିନ୍ତୁ କର୍ମ କରନ୍ତି ନାହିଁ !!
➡️”ବନ୍ଧୁତ୍ୱ କୌଣସି Special ଲୋକଙ୍କ ସହିତ ହୋଇ ନଥାଏ..,ଯାହା ସହିତ ହୋଇଥାଏ ସେ ହିଁ special ହୋଇଥାଏ !!
➡️”ମଣିଷର ପ୍ରକୃତି:-ପ୍ରଶୟ ଦେଲେ- ମୁଣ୍ଡରେ ଚଢ଼େ,ଆଦର କଲେ- ଖୋସାମତ ଭାବେ,ଉପଦେଶ ଦେଲେ- ମୁହଁ ମୋଡେ,ଉପକାର କରିଥିଲେ- ଅସ୍ବୀକାର କରେ !!
ଆଜିର ସୁବିଚାର
➡️”ଠାକୁର ଘର ସର୍ବଦା ଘର ଭିତରକୁ ଯିବାବେଳେ ପ୍ରଥମେ ଆସିବା ଆବଶ୍ୟକ ଏବଂ ଠାକୁର ସର୍ବଦା ପୂର୍ବ ଦିଗକୁ ମୁହଁ ହେବା ଆବଶ୍ୟକ !!
➡️”ଶାରୀରିକ ପରିଶ୍ରମରେ ସଫଳତା ମିଳି ନ ଥାଏ, ବରଂ ଏଥିପାଇଁ ସଚ୍ଚୋଟତା ଓ ନିଷ୍ଠାର ମୁଖ୍ୟ ଆବଶ୍ୟକତା ରହିଛି !!
➡️”ଭଲ ମଣିଷର ସବୁ ଠାରୁ ପ୍ରଥମ ଆଉ ସବୁ ଠାରୁ ଶେଷ ଚିହ୍ନ ଏହା କି…ସେ ସେହି ଲୋକ ମାନଙ୍କୁ ବି ସମ୍ମାନ କରିଥାଏ, ଯେଉଁ ମାନଙ୍କଠାରୁ କି ସେ କୌଣସି କିସମର ଲାଭ ପାଇବାର ଆଶା ବି ନଥାଏ !!
➡️”ଅନ୍ଧକାର ମୟ ଗୃହରେ ପ୍ରଦୀପ ପରି ବିବେକ ହିଁ ମନୁଷ୍ୟର ପଥ ପ୍ରଦର୍ଶକ ହୁଏ।ନିଜକୁ ତୁଚ୍ଛ ମନେକର ନାହିଁ- ଆଜି ଯିଏ ଆମରନିନ୍ଦା କରୁଛି କାଲିକି ଆମର ସିଏ ସ୍ତୁତି କରିବ !!
➡️”ଅନେକ ପରିସ୍ଥିତିରେ ହାରିବା ପରେହିଁ ସଫଳତା ରାସ୍ତାର ସନ୍ଧାନ ମିଳିଥାଏ। ଏଣୁ ହାରିଗଲେ ନିରାଶ ନ ହୋଇ ମନୋବଳ ଦୃଢ଼ ରଖି କାମ କରିବା ଉଚିତ !!
➡️”ତୁମେ ଚାହିଁଲେ ବି ତୁମ ପ୍ରତି ଥିବା ଲୋକଙ୍କର ଧାରଣାକୁ ବଦଳେଇ ପାରିବ ନାହିଁ, ଏଥିପାଇଁ ନିଜର ପସନ୍ଦ ଅନୁଶାରେ ନିଜର ଜୀବନ ଜିଅଁ ଓ ଖୁସିରେ ରୁହ !!
➡️”ଯେଉଁ ଲୋକମାନେ କେବଳ କାମରେ ତୁମକୁ ମନେ ପକାନ୍ତି ତାଙ୍କ କାମରେ ତୁମେ ନିଶ୍ଚିତ ଆସ କାହିଁକିନା ସେମାନେ ଅନ୍ଧାରରେ ଆଲୁଅ ଖୋଜି ଥାନ୍ତି ଆଉ ସେହି ଆଲୁଅ ତୁମେ ଅଟ !!
➡️”ତୁମର ପ୍ରଥମ ବିଜୟ ପରେ- ବିଶ୍ରାମ ନିଅ ନାହିଁ- କାହିଁକି ନା ଯଦି ଦ୍ୱିତୀୟ ରେ ଅସଫଳ ହେବ- ତେବେ ଲୋକେ କହିବେ- ତୁମର ପ୍ରଥମ ବିଜୟ ଏକ ଭାଗ୍ୟର ଖେଳ ଥିଲା !!
➡️”ନିନ୍ଦାରେ ବିଚଳିତ ହୋଇ କେବେ ନିଜର ଲକ୍ଷ ଛାଡ଼ନ୍ତୁ ନାହିଁ।କାହିଁକିନା ସଫଳତା ପାଇଗଲେ ନିନ୍ଦା କରୁଥିବା ଲୋକର ବି ମତ ବଦଳିଯାଏ !!ଶୁଭ ସକାଳ🙏🏻ଜୟ ଶ୍ରୀକୃଷ୍ଣ🙏🏻

Leave A Reply

Your email address will not be published.