ଅସଲ ଚେହେରା ଦେଖାଇଲା

ଆଜିର ଖବର,ତାରିଖ–୧୯-୦୮-୨୦୨୧(ଗୁରୁବାର)

0 365

୧. ଜାତୀୟ ଖାଇବା ତେଲ ମିଶନ-ଅଏଲ ପାମର କାର୍ୟ୍ୟକାରିତାକୁ କ୍ୟାବିନେଟ ମଞ୍ଜୁରି।
୨. ବି.ଭି ନାଗରତ୍ନା ହୋଇପାରନ୍ତି ପ୍ରଥମ ମହିଳା ପ୍ରଧାନ ବିଚାରପତି ।
୩. ଅସଲ ଚେହେରା ଦେଖାଇଲା ତାଲିବାନ୍‌, ଭାରତ ସହ ଆମଦାନୀ ଏବଂ ରପ୍ତାନୀ ଉପରେ ଲଗାଇଲା ରୋକ୍‌ ।
୪. ଓଡ଼ିଶା ସଚିବାଳୟ ସେବାରେ ଖାଲିଥିବା ମୋଟ ୮୨୨ଟି ଏଏସଓ(ଆସିଷ୍ଟାଣ୍ଟ ସେକ୍ସନ ଅଫିସର) ପଦବୀ ମଧ୍ୟରୁ ୭୯୬ଟି ପଦ ପୂରଣ ପାଇଁ ରାଜ୍ୟ ସରକାର ନିଷ୍ପତ୍ତି ନେଇଛନ୍ତି।
୫. ସେପ୍ଟେମ୍ବର ପହିଲାରୁ ଖୋଲିବ ପ୍ରଭୁ ଲିଙ୍ଗରାଜଙ୍କ ମନ୍ଦିର । କେବଳ ଦୁଇଟି ଡୋଜ୍ ଟିକା ନେଇଥିବା ଲୋକ କରିପାରିବେ ପ୍ରବେଶ।
୬. ଖସୁଛି ସଂକ୍ରମଣ ହେଲେ ୧୮ ବର୍ଷରୁ କମ୍ ବୟସ୍କଙ୍କ ପାଇଁ ବଢ଼ୁଛି ବିପଦ । ଅଗଷ୍ଟ ୧୫ ତାରିଖରେ ୧୩୮ ଜଣ, ୧୬ରେ ୧୦୪, ୧୭ରେ ୯୬, ଆଉ ଆଜି ମୋଟ୍ ୯୯୩ ପଜିଟିଭ୍‌ଙ୍କ ମଧ୍ୟରୁ ଏହି ବର୍ଗରୁ ୧୩୮ ପଜିଟିଭ୍ ଚିହ୍ନଟ ହୋଇଛନ୍ତି ।
୭. ୨୦୨୩ରେ ଭୁବନେଶ୍ୱର ଓ ରାଉରକେଲାରେ ଆୟୋଜିତ ହେବ ହକି ବିଶ୍ୱକପ୍
୮. ଲର୍ଡସରେ ପରାଜୟ ପରେ ଇଂଲଣ୍ଡ ଟିମ୍‌ରେ ବଡ଼ ପରିବର୍ତ୍ତନ, ରୋମାଞ୍ଚକର ହୋଇପାରେ ତୃତୀୟ ଟେଷ୍ଟ ଟକ୍କର ।
୯. ତାଲିବାନ୍‌କୁ ଝଟ୍‌କା! ଆଫଗାନିସ୍ତାନ ସେଣ୍ଟ୍ରାଲ୍‌ ବ୍ୟାଙ୍କର ୯.୫ ବିଲିୟନ୍‌ ଡଲାର ସମ୍ପତ୍ତି ଫ୍ରିଜ୍‌ କଲା ଆମେରିକା ।
୧୦. କରୋନା ବଢ଼ାଇଲା ଚିନ୍ତା, ୪ ଦିନରେ ୪୭୬ ଶିଶୁ ଆକ୍ରାନ୍ତ ।
୧୧. କରୋନା ଟିକା ନେଇଥିଲେ ବି ୩୧ ହଜାର ୭୧୨ ଜଣ ସଂକ୍ରମିତ ।
୧୨. ସେପ୍ଟେମ୍ବର ସୁଦ୍ଧା କିମ୍ବା ଏହା ପରେ ଭାରତରେ ପିଲାମାନଙ୍କ ପାଇଁ କୋଭିଡ୍‌ ଟିକା ଉପଲବ୍ଧ ହେବ ବୋଲି ଭାରତୀୟ ଭେଷଜ ଗବେଷଣା ପରିଷଦ (ଆଇସିଏମ୍‌ଆର୍‌)ର ପୁଣେସ୍ଥିତି ନ୍ୟାଶନାଲ ଇନ୍‌ଷ୍ଟିଚ୍ୟୁଟ୍‌ ଅଫ୍‌ ଭାଇରୋଲୋଜି ନିର୍ଦ୍ଦେଶକ ପ୍ରିୟ ଆବ୍ରାହାମ କହିଛନ୍ତି ।
୧୩. ଆଫଗାନିସ୍ତାନର ପଳାତକ ରାଷ୍ଟ୍ରପତି ଆଶରଫ ଘାନି ସପରିବାରେ ୟୁଏଇରେ, ମାନବିକତା ଦୃଷ୍ଟିରୁ ୟୁଏଇ ସରକାର ଦେଲେ ଶରଣ ।
୧୪. ରାଜ୍ୟର ୧୦ରୁ ଊର୍ଦ୍ଧ୍ୱ ଜିଲାରେ ଆସନ୍ତା ୨୪ଘଣ୍ଟା ମଧ୍ୟରେ ପ୍ରବଳ ବର୍ଷା ସମ୍ଭାବନା ରହିଥିବା ପାଣିପାଗ ବିଭାଗ ପକ୍ଷରୁ ସତର୍କ ସୂଚନା ଦିଆଯାଇଛି । ଏନେଇ ଭଦ୍ରକ, କେନ୍ଦ୍ରାପଡ଼ା, ଜଗତସିଂହପୁର, ବାଲେଶ୍ବର, ମୟୂରଭଞ୍ଜ, କେନ୍ଦୁଝର, ସୁନ୍ଦରଗଡ଼, ଝାରସୁଗୁଡ଼ା, ଦେବଗଡ଼, ସମ୍ବଲପୁର ଓ ବରଗଡ଼ ଆଦି ଜିଲାକୁ ୟେଲୋ ୱାର୍ନିଂ ଜାରି କରାଯାଇଛି ।
୧୫. ଆଜି ରାଜ୍ୟରୁ ସୁସ୍ଥ ହେଲେ ଆଉ ୮୪୫ ଆକ୍ରାନ୍ତ: ଖୋର୍ଦ୍ଧାରୁ ସର୍ବାଧିକ ।
୧୬. ୟୁଟ୍ୟୁବରେ ପାଠ ପଢିବେ ଯୁକ୍ତ ଦୁଇ ଛାତ୍ର ଛାତ୍ରୀ: ଗଣଶିକ୍ଷାମନ୍ତ୍ରୀ ।
୧୭. ଏଣିକି ଝିଅମାନେ ନ୍ୟାସନାଲ ଡିଫେନ୍ସ ଏକାଡେମୀ ପରୀକ୍ଷା ଦେଇପାରିବେ । ଝିଅମାନେ NDA ପରୀକ୍ଷା ଦେଇପାରିବା ନେଇ ଅନ୍ତରୀଣ ନିର୍ଦ୍ଦେଶ ଦେଇଛନ୍ତି ସୁପ୍ରିମକୋର୍ଟ ।
୧୮. ଉତ୍ତରପ୍ରଦେଶ ସରକାର ଏକ ବଡ ନିଷ୍ପତ୍ତି ନେଇଛନ୍ତି । ପ୍ରଥମରୁ ଅଷ୍ଟମ ପର୍ଯ୍ୟନ୍ତ ସ୍କୁଲ ଖୋଲିବାକୁ ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥ ନିର୍ଦ୍ଦେଶ ଦେଇଛନ୍ତି । ୬ ରୁ ୮ ଶ୍ରେଣୀ ପର୍ଯ୍ୟନ୍ତ ବିଦ୍ୟାଳୟଗୁଡିକ ୨୩ ଅଗଷ୍ଟରୁ ଖୋଲାଯିବ, ୧ ରୁ ୫ ପର୍ଯ୍ୟନ୍ତ ବିଦ୍ୟାଳୟଗୁଡ଼ିକ ସେପ୍ଟେମ୍ବର ୧ ରୁ ଖୋଲାଯିବ ।
୧୯. ଅଗଷ୍ଟ ୨୦ରୁ ୨୫ ଭିତରେ ବଣ୍ଟା ହେବ BSKY ସ୍ମାର୍ଟ ହେଲ୍‌ଥ କାର୍ଡ : ଏସ୍ଓପି ପ୍ରସ୍ତୁତ କରିସାରିଛନ୍ତି ରାଜ୍ୟ ସରକାର ।
➡️କୋଭିଡ଼୍ ନିୟମ ସମସ୍ତେ ପାଳନ କରନ୍ତୁ , ଟୀକା ନିଅନ୍ତୁ , ସର୍ବଦା ଜନଗହଳିକୁ Avoid କରନ୍ତୁ , ଘରେ ରୁହନ୍ତୁ ଓ ସୁସ୍ଥ ରୁହନ୍ତୁ ।(Please Take Care)
ଶୁଭସକାଳ , GOOD MORNING

Leave A Reply

Your email address will not be published.