ଅଶାନ୍ତ ପଦ୍ମକେଶରପୁରରେ ୧୪୪ଧାରା ଜାରି

0 136

ଚନ୍ଦ୍ରଶେଖରପୁର.୨୭ା୧୦(ଏସଏସନିଉଜ) ପୁଣି ଥରେ ପଟିଆ ପଦ୍ମକେଶରପୁରରେ ଗୋଷ୍ଠୀ ସଂଘର୍ଷ ଦେଖାଦେଇଛି । ଗାଁର ଦୁଇ ୱାର୍ଡ ମଧ୍ୟରେ ଗଣ୍ଡଗୋଳ ଘଟିପଥର ମାଡ଼ ସହ ବୋତଲ ମାଡ ମଧ୍ୟ ହୋଇଛି ।କେବଳ ଏତିକିନୁହେଁ ବଟଲ ଉଡିବା ସହ ଓ ଫୁଟିଛି ବୋମାା ଏଥିରେ ଉଭୟ ପକ୍ଷରୁ ବହୁ ଲୋକ ଆହତ ହୋଇଥିବା ବେଳେ ୨୦ରୁ ଅଧିକ ଲୋକ ଚିକିତ୍ସାଧୀନ ଥିବାର ଜଣାପଡିଛି ।ପୂର୍ବ ଶତ୍ରୁତାକୁ କେନ୍ଦ୍ରକରି ପୁଣିଥରେ ଦ୍ୱିତିୟଥରପାଇଁ ପଦ୍ମକେଶରପୁର ଅଶାନ୍ତ ହୋଇପଡିଥିବାବେଳେ ଉତେଜନା ଦେଖାଦେଇଛି ।ଉତ୍ତେଜନାକୁ ଦେଖି ମଞ୍ଚେଶ୍ବର ଥାନା ପୁଲିସ ଗାଁରେ ୨ ପ୍ଲାଟୁନ ଫୋର୍ସ ମୁତୟନ କରିବାସହ ୧୪୪ ଧାରା ଜାରି କରିଛି।

Leave A Reply

Your email address will not be published.