ହାତୀ ନେଲା ଦୁଇଜଣଙ୍କର ଜୀବନ

0 82

ଗଞ୍ଜାମ,୨୭ା୧୦(ଏସଏସନିଉଜ) ଗତକାଲି ବିଳମ୍ବିତରାତିରେ ଉତ୍ତରଘୁମୁସର ବନଖଣ୍ଡଅଧୀନ ମୁଜାଗଡ଼ବନାଞ୍ଚଳର ଗୁଣ୍ଡୁରିବାଡ଼ିଗ୍ରାମରେ ହାତୀପଲ ହାବୁଡ଼ରେ ପଡ଼ି ଟୁନା ଗୌଡ଼ ନାମକ ଜଣେ ଚାଷୀ ପ୍ରାଣ ହରାଇଛନ୍ତି। ଗତକାଲି ରାତିରେ ଟୁନା ଓ ଗ୍ରାମର କିଛିଲୋକ ଡାଳଖାଇ ପଦରମାଳ ନିକଟରେ ଜମିକୁ ଧାନଫସଲ ଜଗିବାକୁ ଯାଉଥିବାବେଳେ ହଠାତ୍ ୧୭ ଟିକିଆ ହାତୀପଲ ହାବୁଡରେ ପଡିଯାଇଥିଲେ ।ଅନ୍ୟମାନେ କୈାଶଳକ୍ରମେ ଖସିଯାଇଥିବା ବେଳେ ଟୁନା ତଳେ ପଡ଼ିଯିବାରୁ ହାତୀପଲ ଟୁନାକୁ କଚାଡି ଦେଇମାରିଦେଇଥିଲେ । ତେବେ ଖବରପାଇ ବନବିଭାଗ କର୍ମଚାରୀମାନେ ପହଞ୍ଚି ହାତୀପଲକୁ ଘଉଡ଼ାଇବା ପରେ ଟୁନାଙ୍କୁ ଉଦ୍ଧାର କରିଥିଲେ। ଏହାକୁନେଇ ଆଜି ସକା‌ଳେ ଗୁଣ୍ଡୁରିବାଡ଼ି ଗ୍ରାମରେ ଉତ୍ତେଜନା ଦେଖାଦେଇଥିଲା। ସେହିପରି ଆଜି ଦ୍ବିପ୍ରହରରେ ପାଟଣାଗଡ଼ ସହରରପୁଡାପଦର ଗ୍ରାମରେ କପାକିଆରିରେ ଥିବା ଏକ ଜଙ୍ଗଲି ଦନ୍ତାହାତୀ ବଳରାମ ହୋତାଙ୍କୁ ଦଳି ଦେଇଥିବା ଜଣାପଡିଛି।ବଢିଭୋରସମୟରେ ହାତୀଟି କଣ୍ଟାବାଞ୍ଜି – ପାଟଣାଗଡ଼ ମୁଖ୍ୟ ରାସ୍ତାରେ ବୁଲୁଥିବାର କିଛି ଲୋକ ଦେଖିବାକୁ ପାଇଥିଲେ ।

 

Leave A Reply

Your email address will not be published.