ଆସିକା ବିଜ୍ଞାନମହାବିଦ୍ୟାଳୟରେ ବିଶ୍ବ ରେଡକ୍ରସ୍ ଦିବସ

0 124

ଆସିକା ୮ା୫(ଏସଏସନିଉଜ) ଆସିକା ବିଜ୍ଞାନ ମହାବିଦ୍ୟାଳୟର ଅଧ୍ୟକ୍ଷ ଡ. ଜୀବାନନ୍ଦ ତ୍ରିପାଠୀଙ୍କ ପୌରହିତ୍ୟରେ ଯୁବରେଡକ୍ରସ୍ ଶାଖା ତରଫରୁ ବିଶ୍ବ ରେଡକ୍ରସ୍ ଦିବସ ପାଳିତ ହୋଇଯାଇଛି। ଏଥିରେ ଯୁବ ରେଡକ୍ରସ୍ ଉପଦେଷ୍ଟା ଦେବବ୍ରତ ସାହୁ ସଭା ସଂଯୋଜନା କରିଥିବା ବେଳେ ଉପଦେଷ୍ଟା ରାଜେଶ୍ କୁମାର ସାହୁ ଉକ୍ତ ଆୟୋଜନର ସୁପରିଚାଳନା କରିଥିଲେ। ମୁଖ୍ୟ ଅତିଥି ରୂପେ ଆସିକା ନିକଟସ୍ଥ କୋଟିନଡା ଥାନାର ଭାରପ୍ରାପ୍ତ ଆରକ୍ଷୀ ନିରିକ୍ଷକ କୃଷ୍ଣ ସାହା ଏବଂ ମୁଖ୍ୟ ବକ୍ତା ରୂପେ ମହାବିଦ୍ୟାଳୟ ପରିଚାଳନା କମିଟିର ସଭାପତି ପ୍ରଫେସର ପ୍ରସନ୍ନ କୁମାର ପ୍ରଧାନ ଯୋଗ ଦେଇଥିଲେ। ଉପଦେଷ୍ଟା ଦେବବ୍ରତ ସାହୁ ଅତିଥି ପରିଚୟ ସହ ବିଶ୍ବ ରେଡକ୍ରସର ପୃଷ୍ଟପୋଷକ ସାର ଜନ୍ ହେନରୀ ଡ୍ୟୁନାଟ୍ ଙ୍କ ମାନବିକତା, ସେବା ପରାୟଣତା ଏବଂ ନିରପେକ୍ଷତା ବିଷୟରେ ବିଶଦ୍ ସୂଚନା ପ୍ରଦାନ କରିଥିଲେ। ଅଧ୍ୟକ୍ଷ ଡ. ତ୍ରିପାଠୀ ସ୍ବାଗତ ଭାଷଣରେ ସେବା ପରାୟଣତାର ମୂର୍ତ୍ତିମନ୍ତ ପ୍ରତୀକ ସାର୍ ଜନ୍ ହେନରୀ ଡ୍ୟୁନାଟଙ୍କ ଆଦର୍ଶରେ ଅନୁପ୍ରାଣିତ ହେବାପାଇଁ ଛାତ୍ରଛାତ୍ରୀମାନଙ୍କୁ ଆହ୍ବାନ କରିଥିଲେ। ମୁଖ୍ୟବକ୍ତା ପ୍ରଫେସର୍ ପ୍ରଧାନ ନିଜର ପ୍ରଗଲ୍ଭ ବ୍ୟକ୍ତବ୍ୟରେ ରେଡକ୍ରସର ଆଭିମୁଖ୍ୟ ବିଷୟରେ ଆଲୋକପାତ କରିଥିଲେ ଏବଂ ରେଡକ୍ରସରେ ନିଜକୁ ସ୍ବେଚ୍ଛାସେବୀରୂପେ ପରିଗଣିତ କରି ସମାଜର ମଙ୍ଗଳକାମନା କରିବା ପାଇଁ ସମସ୍ତଙ୍କୁ ନିବେଦନ କରିଥିଲେ। ରେଡକ୍ରସର ସକ୍ରିୟ ସ୍ବେଚ୍ଛାସେବୀ କୌଣସି ମଧ୍ୟ ପ୍ରତିକୂଳ ପରିସ୍ଥିତିରେ ନିଜକୁ ହାର ମାନି ନଥାଏ ବୋଲି କହିଥିଲେ। ମୁଖ୍ୟ ଅତିଥି କୃଷ୍ଣ ସାହା ସାର୍ ଜନ୍ ହେନରୀ ଡ୍ୟୁନାଟଙ୍କ ଜନ୍ମ ଦିବସକୁ ମନେରଖିବା ପାଇଁ ସମଗ୍ର ବିଶ୍ବରେ ଆଜିର ଦିନରେ ବିଶ୍ବ ରେଡକ୍ରସ ଦିବସ ପାଳନ କରାଯାଉଛି ବୋଲି ନିଜର ବକ୍ତବ୍ୟ ରଖିଥିଲେ ଏବଂ ସଡ଼କ ସୁରକ୍ଷା ସଚ଼େତନତାର ବାର୍ତ୍ତା ସମସ୍ତଙ୍କୁ ଚୂମ୍ବକରେ ସୂଚ଼ାୟୀ ଥିଲେ। ଏହି ସଭାରେ ମହାବିଦ୍ୟାଳୟର ଶତାଧିକ ସ୍ବେଚ୍ଛାସେବୀ ଛାତ୍ରଛାତ୍ରୀ ଯୋଗ ଦେଇଥିଲେ। ପରିଶେଷରେ ରେଡକ୍ରସ ଉପଦେଷ୍ଟା ହିନ୍ଦୀ ଅଧ୍ୟାପକ ରାଜେଶ୍ କୁମାର ସାହୁ ସମସ୍ତଙ୍କୁ ଧନ୍ୟବାଦ ଅର୍ପଣ କରିଥିଲେ।

Leave A Reply

Your email address will not be published.