ଆଜିର ରାଶିଫଳ

0 178

୨୦୨୩ମସିହା ମଇମାସ ୮ ତାରିଖ ସୋମବାର।
ସଙ୍କଟଚତୁର୍ଥୀ ବ୍ରତ,ସୁର୍ଯ୍ୟୋଦୟ- ପ୍ରାତଃ ଘ୫/ ୧୭/୫୭,ସୂର୍ଯ୍ୟାସ୍ତ- ଘ୬/୮/୧୭,ଜ୍ୟେଷ୍ଠ ମାସ, କୃଷ୍ଣପକ୍ଷ,ଚନ୍ଦ୍ର ବାସ,ତିଥି- ତୃତୀୟା ସନ୍ଧ୍ୟା ଘ୬/୮ମି ପର୍ଯ୍ୟନ୍ତ ତଦନ୍ତେ ଚତୁର୍ଥୀ।ଯୋଗିନୀ ସ୍ଥିତି ଓ ଦୂରଯାତ୍ରା- ଯୋଗିନୀ ଆଗ୍ନେୟ କୋଣରେ, ସନ୍ଧ୍ୟା ଘ୬/୮ମି ପରେ ନୈର୍ଋତ କୋଣରେ। ରିକ୍ତାତିଥି, ବିଷ୍ଟିକରଣ, ପାପସପ୍ତ, ମାସଦଗ୍ଧା, ଚତୁର୍ଥୀ ଦୋଷ ହେତୁ ସୂର୍ଯ୍ୟୋଦୟ ରୁ ଦିବା ଘ୭/୬ମି ମଧ୍ୟେ ଯାତ୍ରା ଶୁଭ। ଅଗ୍ନିକୋଣ, ପୂର୍ବଦିଗ ଓ ଐଶାନ୍ୟ କୋଣକୁ ତ୍ୟାଗ କରି ଯାତ୍ରା କରାଯିବ।ଚନ୍ଦ୍ରଶୁଦ୍ଧି–ବୃଷ, ମିଥୁନ, ସିଂହ, କନ୍ୟା, ବିଛା, ଧନୁ, ମକର ଓ କୁମ୍ଭ ଏହି ରାଶି ମାନଙ୍କର ଏବଂ ରାତ୍ରି ଘ୭/୩୬ମି ପରେ ମିଥୁନ, କର୍କଟ, କନ୍ୟା, ଧନୁ, ମକର ଓ ମୀନ ଏହି ରାଶି ମାନଙ୍କର ଚନ୍ଦ୍ରଶୁଦ୍ଧି।ଘାତଚନ୍ଦ୍ର–ରାତ୍ରି ଘ୭/୩୬ମି ପରେ ତୁଳା ଓ କୁମ୍ଭ ରାଶିର ଘାତଚନ୍ଦ୍ର।ଘାତବାର–ମିଥୁନ ରାଶିର ଘାତବାର।ତାରାଶୁଦ୍ଧି-୧।୨।୪।୬।୮।୧୦।୧୧।୧୩।୧୫।୧୭।୧୯।୨୦।୨୨।୨୪।୨୬ ଏହି ନକ୍ଷତ୍ର ମାନଙ୍କର ରାତ୍ରି ଘ୭/୩୬ମି ପରେ ୨।୩।୫।୭।୯।୧୧।୧୨।୧୪।୧୬।୧୮।୨୦।୨୧।୨୩।୨୫।୨୭ ଏହି ନକ୍ଷତ୍ର ମାନଙ୍କର ତାରା ଶୁଦ୍ଧି।
ସାମ୍ବତ୍ସରିକଶ୍ରାଦ୍ଧ–ତୃତୀୟାର ଏକୋଦ୍ଦିଷ୍ଟ ଓ ପାର୍ବଣ ଶ୍ରାଦ୍ଧ।ନିଷିଦ୍ଧଖାଦ୍ୟ- ପଟୋଳ, ଏବଂ ସନ୍ଧ୍ୟା ଘ୬/୮ମି ପରେ ମୂଳା ଭକ୍ଷଣ ନିଷେଧ । ଅଶୁଭ ବେଳା-କାଳବେଳାଦିବା ଘ୬/୫୨ମି ରୁ ଘ୮/୨୬ମି ପର୍ଯ୍ୟନ୍ତ।ବାରବେଳା= ଦିବା ଘ୨/୫୬ମି ରୁ ଘ୪/୩ମି ପର୍ଯ୍ୟନ୍ତ।କାଳରାତ୍ରି= ରାତ୍ରି ଘ୧୦/୧୯ମି ରୁ ଘ୧୧/୪୨ମି ପର୍ଯ୍ୟନ୍ତ।ଶୁଭବେଳା–ଅମୃତ ପ୍ରାତଃରୁ ଘ୬/୫୨ମି ମଧ୍ୟେ, ଦିବା ଘ୧୦/୪ମି ରୁ ଘ୧୨/ ୨୮ମି ମଧ୍ୟେ, ସନ୍ଧ୍ୟା ଘ୬/୫୮ମି ରୁ ରାତ୍ରି ଘ୯/୨୨ମି ମଧ୍ୟେ, ଘ୧୧/୪୬ମି ରୁ ଘ୨/୫୮ମି ପର୍ଯ୍ୟନ୍ତ।ମାହେନ୍ଦ୍ର ବେଳା:- ଦିବା ଘ୨/୫୨ମି ରୁ ଘ୩/୨୮ମି ପର୍ଯ୍ୟନ୍ତ ।
🐏ମେଷ=ସମ୍ବନ୍ଧ ବିଗିଡ଼ିବାପଛରେ ଏହି କ୍ରୋଧ କାରଣ ବନିପାରେ। ଶରୀରରେ ଫୂର୍ତ୍ତିର ଅଭାବ ରହିବ।ମାନସିକଅସୁସ୍ଥତାର ସ୍ଥିତିରେ ମନ କୌଣସି କାର୍ଯ୍ୟ କରିବାପାଇଁ ପ୍ରେରିତ ହେବନାହିଁ। କୌଣସି ଧାର୍ମିକ କିମ୍ବା ମାଙ୍ଗଳିକପ୍ରସଙ୍ଗରେ ଆପଣଙ୍କ ଉପସ୍ଥିତି ରହିବ। ତୀର୍ଥଯାତ୍ରା କରିପାରନ୍ତି। ଚାକିରି କିମ୍ବା ବ୍ୟବସାୟସ୍ଥଳରେ ପରିବାର ମଧ୍ୟରେ ମନମାଳିନ୍ୟ ହେବ।
🐮ବୃଷ=କାର୍ଯ୍ୟ ସଫଳତାରେ ବିଳମ୍ବ ଏବଂଶାରୀରିକ ଅସୁ ସ୍ଥତାର କାରଣରୁ ଆପଣ ହତାଶାର ଭାବନା ଅନୁଭବ କରିବେ। ଅତ୍ୟଧିକ କାମର ବୋଝରେ ଥକିଯିବା ଏବଂ ମାନସିକ ଅଣନିଶ୍ୱାସୀ ରହିବ। ଯାତ୍ରାରେ ବିଘ୍ନ ଆସିବାର ସମ୍ଭାବନା ରହିବ। ନୂଆ କାର୍ଯ୍ୟ ଆରମ୍ଭ ନ କରିବା ପାଇଁ ଉପ ଦେଶ। ଖାଇବା ପିଇବାରେ ଧ୍ୟାନ ରଖିବେ। ଯୋଗ୍ୟ ଧ୍ୟାନରେ ଆପଣ ମାନସିକରୁପରେ ସୁସ୍ଥ ରହି ପାରନ୍ତି।
👩‍❤️‍👨ମିଥୁନ=ଶାରୀରିକ ଏବଂ ମାନସିକ ସତେଜତା ଏବଂ ପ୍ରଫୁଲ୍ଲତା ଅନୁଭବ ହେବ। କୁଟୁମ୍ବଜନ ତଥା ମିତ୍ରମାନଙ୍କ ସହିତ ଯାତ୍ରା ଏବଂ ପାର୍ଟୀର ଆୟୋଜନ ହେବ। ମନୋ ରଞ୍ଜନ ପାଇଁ ସମସ୍ତ ସାମଗ୍ରୀ ଆଜି ଆପଣଙ୍କୁ ଉପଲବ୍ଧ ହେବ। ସୁନ୍ଦର ବସ୍ତ୍ର, ଉତ୍ତମ ଭୋଜନ ଏବଂ ବାହନ ସୁଖ ପ୍ରାପ୍ତ ହେବ। ବିପରୀତ ଲିଙ୍ଗ ଆଡ଼କୁ ଅଧିକ ଆକର୍ଷଣ ହେବ।
🦀କର୍କଟ=ଆଜିର ଦିନ ଆପଣଙ୍କୁ ଖୁସି ଏବଂ ସଫଳତା ମିଳିବ। ପାରିବାରିକ ସଦସ୍ୟ ମାନଙ୍କ ସହିତ ଘରେ ସୁଖ- ଶାନ୍ତି ରେ ଦିନ କଟିବ। ଚାକିରି କରୁ ଥିବା ବ୍ୟକ୍ତିଙ୍କୁ ଲାଭ ହେବ। ପ୍ରତିଦ୍ୱନ୍ଦ୍ୱୀମାନଙ୍କୁ ପରାସ୍ତ କରି ପାରିବେ। କାର୍ଯ୍ୟରେ ଯଶ ମିଳିବ। ମହିଳା ମିତ୍ରମାନଙ୍କ ସହିତ ସାକ୍ଷାତକରି ଆନନ୍ଦ ମିଳିବ। ନିଜର ଅଧୀନସ୍ଥ ବ୍ୟକ୍ତି ମାନଙ୍କ ଏବଂ ସହକର୍ମି ମାନଙ୍କର ସହଯୋଗ ପ୍ରାପ୍ତ କରି ପାରିବେ। ସ୍ଵାସ୍ଥ୍ୟ ଭଲ ରହିବ।
🦁ସିଂହ=ଲେଖନ, ସାହିତ୍ୟ କ୍ଷେତ୍ରରେ କିଛି ନୂଆ ସୃଜନ କରିବାପାଇଁ ଆପଣଙ୍କୁ ପ୍ରେରଣା ମିଳିବ। ବିଦ୍ୟାର୍ଥୀ ଅଧ୍ୟୟନରେ ଉତ୍ତମ ପ୍ରଦର୍ଶନ କରିବେ। ପ୍ରଣୟରେ ସଫଳତା ଏବଂ ପ୍ରିୟ ବ୍ୟକ୍ତିମାନଙ୍କ ସହିତ ସାକ୍ଷାତକରି ଆପଣଙ୍କ ମନ ହର୍ଷିତ ହେବ। ମହିଳା ମିତ୍ର ମାନଙ୍କର ସହ ଯୋଗ ଅଧିକ ମିଳିବ। ଶାରୀ ରିକ ସ୍ଵାସ୍ଥ୍ୟ ଭଲ ରହିବ। ଆପଣ ଧାର୍ମିକ ପରୋପ କାର କାର୍ଯ୍ୟ କରି ଧନ୍ୟ ଅନୁଭବ କରିବେ।
🙎‍♀️କନ୍ୟା= ଆଜିର ଦିନ ପ୍ରତ୍ୟେକ କାର୍ଯ୍ୟରେ ପ୍ରତିକୂଳତା ଅନୁଭବ କରିବେ। ସ୍ଵାସ୍ଥ୍ୟ ଖରାପ ହେବ। ମନ ଚିନ୍ତାଗ୍ରସ୍ତ ରହିବ। ପାରିବାରିକ ସଦସ୍ୟ ମାନଙ୍କ ସହିତ ମନ ମାଳିନ୍ୟ ହେବାରେ କୁଟୁମ୍ବରେ ଅଶାନ୍ତି ରହିବ। ସାର୍ବଜନିକ ରୂପରେ ମାନହାନି ହେବାର ସମ୍ଭାବନା ରହିବ। ପାଣିରେ ଭୟ ରହିବ। ସେଥିପାଇଁ ଜଲାଶୟ ନିକଟକୁ ଯିବାକୁ ଦୁଃ ସାହସ କରନ୍ତୁ ନାହିଁ। ସ୍ଥାୟୀ ସଂପତ୍ତି, ବାହନ ଆଦିର କାଗଜ ଉପରେ ହସ୍ତାକ୍ଷର କରିବା ପୂର୍ବରୁ ବିଚାର କରିବାର ଆବଶ୍ୟକତା ଅଛି।
⚖️ତୁଳା= ଶୁଭ କିମ୍ବା ଧାର୍ମିକ ମୁହୂର୍ତ୍ତରେ ଯାତ୍ରାର ଆୟୋଜନ ହେବ। ଭାଇ- ବନ୍ଧୁମାନଙ୍କ ସହିତ ସୌହାର୍ଦପୂର୍ଣ୍ଣ ବାତାବରଣ ରେ ଘରବିଷୟରେ ଚର୍ଚ୍ଚା ହେବ। ବ୍ୟାବହାରିକ କାର୍ଯ୍ୟରେ ବାହରକୁ ଯିବେ। ବିଦେଶରୁ ଭଲ ସମାଚାର ଆସିବ। ଆଜି ନୂଆ କାର୍ଯ୍ୟଗୁଡ଼ିକର ଆରମ୍ଭ କରିପାରନ୍ତି। ଧନ ଲାଭର ଯୋଗ ଅଛି। ପୁଞ୍ଜି ନିବେଶ ପାଇଁ ଅନୁକୂଳ ଦିନ ହେବାର ସୂଚନା ମିଳୁଛି। ଶାରୀରିକ ଏବଂ ମାନସିକ ସ୍ଵାସ୍ଥ୍ୟ ଭଲ ରହିବ। ଭାଗ୍ୟ ବୃଦ୍ଧି ହେବ।
🦂ବିଛା=ପାରିବାରିକ କଲହର ଅବସର ନ ଆସୁ, ଏହାର ଧ୍ୟାନ ରଖିବେ। ପାରିବାରିକ ସଦସ୍ୟ ମାନଙ୍କ ସହିତ ଭ୍ରମରୁ ବଞ୍ଚିତ ରୁହନ୍ତୁ। ମନରେ ଉତ୍ପନ୍ନ ନକାରା ତ୍ମକ ବିଚାରକୁ ଦୂର କରିବାକୁ ଉପଦେଶ। ବିଦ୍ୟା ପ୍ରାପ୍ତିରେ ବିଦ୍ୟାର୍ଥିମାନଙ୍କପାଇଁ ଅବରୋଧ ଆସିବ। ଅନାବଶ୍ୟକ ଧନ ଖର୍ଚ୍ଚ ନ ହେଉ, ଏହାର ଧ୍ୟାନ ରଖିବେ। ଶାରୀରିକ ତଥା ମାନସିକ ଅସୁସ୍ଥତା ଆପଣଙ୍କୁ ଅଣନିଶ୍ୱାସୀ କରିବ।
🏹ଧନୁ=ଆଜିରଦିନ ଆପଣ ନିଜର ଶାରୀରିକ ଏବଂ ମାନସିକ ସ୍ଵାସ୍ଥ୍ୟକୁ ଭଲ ରଖିବେ। ଆର୍ଥିକ ଲାଭ ପ୍ରାପ୍ତି କରି ପାରିବେ। କୌଣସି ତୀର୍ଥଯାତ୍ରା କରିପାରନ୍ତି। ବନ୍ଧୁ ଏବଂ ମିତ୍ରମାନଙ୍କର ଆଗମନ ରେ ମନ ଖୁସି ରହିବ। ଦାମ୍ପତ୍ୟ ଜୀବନରେ ନିକଟତା ଏବଂ ମଧୁରତା ରହିବ। ମାନ-ପ୍ରତିଷ୍ଠା ରେ ବୃଦ୍ଧିହେବ।ସ୍ଵାଦିଷ୍ଟ ଭୋଜନ ର ସ୍ଵାଦ ନେବାର ଆନନ୍ଦ ପ୍ରାପ୍ତ ହେବ।
🐊ମକର=ଆଜିର ଦିନ ସାବଧାନ ପୂର୍ବକ ଚାଲିବାକୁ ଉପଦେଶ। ଅଧିକ ପରିଶ୍ରମରେ କମ ସଫଳତା ମିଳିବାରୁ ନିରାଶାର ଭାବନା ସୃଷ୍ଟି ହେବ। ପାରିବାରିକ ବାତାବରଣ ମଧ୍ୟ ଅଶାନ୍ତ ରହିବ। ସ୍ଵାସ୍ଥ୍ୟ ସମ୍ବନ୍ଧୀତ ଅଭିଯୋଗ ରହିବ। ଦୁର୍ଘଟଣାରୁ ବଞ୍ଚନ୍ତୁ। ବ୍ୟବସାୟ କାର୍ଯ୍ୟ ଗୁଡ଼ିକରେ ସରକାରୀ ହସ୍ତକ୍ଷେପ ବଢ଼ିବ। କୋର୍ଟ- କଚେରୀର କାର୍ଯ୍ୟଗୁଡ଼ିକରେ ସମ୍ଭାଳିକରି ପଦକ୍ଷେପ ଉଠାଇବେ। ଧାର୍ମିକ ତଥା ସାମାଜିକ କାର୍ଯ୍ୟଗୁଡ଼ିକରେ ଭାଗ ନେବେ ତଥା ଧାର୍ମିକ କାର୍ଯ୍ୟଗୁଡ଼ିକ ପଛରେ ଧନ ଖର୍ଚ୍ଚ ମଧ୍ୟ ହେବ।
🏺କୁମ୍ଭ=ଆଜି ଆପଣ ନୂଆ କାର୍ଯ୍ୟର ପ୍ରାରମ୍ଭ କିମ୍ବା ତା ପାଇଁ ଯୋଜନା ବନାଇପାରିବେ। ଚାକିରି କିମ୍ବା ବ୍ୟବସାୟରେ ଲାଭ ପ୍ରାପ୍ତି ହେବ। ମହିଳା ମିତ୍ର ଆପଣଙ୍କ ପ୍ରଗତିରେ ସହାୟକ ହେବେ। ଆର୍ଥିକ ଲାଭ ଦୃଷ୍ଟିରୁ ଆଜିର ଦିନ ବହୁତ ଭଲ ରହିବ। ରମଣୀୟ ସ୍ଥଳକୁ ଯାତ୍ରାର ଆୟୋଜନ କରିବେ। ସମାଜ ରେ ଖ୍ୟାତି ବଢ଼ିବ। ସନ୍ତାନ ମାନଙ୍କ ପ୍ରଗତି ହେବ। ପତ୍ନୀ ତଥା ପୁତ୍ରଙ୍କର ତରଫରୁ ଆନନ୍ଦର ସମାଚାର ମିଳିବ। ଅବିବାହିତମାନଙ୍କ ପାଇଁ ବିବାହରଯୋଗ ଅଛି।
🐟ମୀନ=ଚାକିରି କିମ୍ବା ବ୍ୟବସାୟରେ ସଫଳତା ପାଇବାପାଇଁ ଉଚ୍ଚ ପଦାଧି କାରିମାନଙ୍କର ପ୍ରୋତ୍ସାହନ ବ୍ୟବହାରରେ ଆପଣ ଅତ୍ୟନ୍ତ ପ୍ରସନ୍ନତା ଅନୁଭବ କରିବେ। ବ୍ୟାପାରି ମାନଙ୍କର ବ୍ୟାପାରରେ ବୃଦ୍ଧି ହେବ ଏବଂ ବାକୀ ରାଶି ପ୍ରାପ୍ତ ହେବ। ପିତା ତଥା ବୃଦ୍ଧମାନଙ୍କ ତରଫରୁ ଲାଭ ମିଳିବ। ଆୟର ମାତ୍ରା ବଢ଼ିବ। କୌଟୁମ୍ବିକ ମାହୌଲ ଆନନ୍ଦ ମୟ ରହିବ। ମାନ ସମ୍ମାନ କିମ୍ବା ଉଚ୍ଚ ପଦର ପ୍ରାପ୍ତି ହେବ।

ନୀତିବାଣୀ=ସମୟ ତ ଏମିତି ଗଡିଚାଲିଯିବ , ହେଲେ ସମୟ ସହ ନିଜଜୀବନକୁ ବିତିଯିବାକୁ ଦିଅନ୍ତୁନାହିଁ , ପ୍ରତ୍ୟେକ ମୁହୂର୍ତ୍ତକୁ ଉପଭୋଗ କରନ୍ତୁ , କିଏ ଜାଣେ ଏ ମୁହୂର୍ତ୍ତ କାଲିକି ଥିବ କି ନାହିଁ !
ବାସ୍ତୁଟିପ୍ପଣୀ=ଶୋଇବାଘରେ ଟିଭିଥିଲେ ତାହା ଯେପରି ବିଛଣାଆଡକୁ ମୁହଁକରି ନରୁହେ – ତଥାପି ଯଦିଅଛି ତେବେ ନଚାଲୁଥିବାସମୟରେ ଘୋଡ଼ାଇ ରଖନ୍ତୁ।ଆଜିରଦିନଟି ମଙ୍ଗଳମୟହେଉ।🙏ଜୟ ଜଗନ୍ନାଥ,ଜୟ ସୋମନାଥ,ଜୟମା ଯୋଗମାୟା🙏

Leave A Reply

Your email address will not be published.