ଆଜିର ରାଶିଫଳ

0 166

୨୦୨୩ ମସିହା ମଇ ମାସ ୭ ତାରିଖ ରବିବାର।ସୁର୍ଯ୍ୟୋଦୟ- ପ୍ରାତଃ ଘ୫/୧୮/୨୭,ସୂର୍ଯ୍ୟାସ୍ତ- ଘ୬/୭/୫୫,ଜ୍ୟେଷ୍ଠ ମାସ,କୃଷ୍ଣପକ୍ଷ,ଆଦିତ୍ୟ ବାସ,
ତିଥି- ଦ୍ବିତୀୟା,ରାତ୍ରି ଘ୮/୪ମି ପର୍ଯ୍ୟନ୍ତ, ଚନ୍ଦ୍ରଶୁଦ୍ଧି–ବୃଷ, ମିଥୁନ, ସିଂହ, କନ୍ୟା, ବିଛା, ଧନୁ, ମକର ଓ କୁମ୍ଭ ଏହି ରାଶି ମାନଙ୍କର ଚନ୍ଦ୍ରଶୁଦ୍ଧି।ଘାତଚନ୍ଦ୍ର–
ଘାତଚନ୍ଦ୍ର ନାହିଁ।ଘାତବାର–ମେଷରାଶିର ଘାତବାର।ସାମ୍ବତ୍ସରିକ ଶ୍ରାଦ୍ଧ–ଦ୍ବିତୀୟାର ଏକୋଦ୍ଦିଷ୍ଟ ଓ ପାର୍ବଣ ଶ୍ରାଦ୍ଧ।ନିଷିଦ୍ଧଖାଦ୍ୟ- (ବୋଇତାଳୁ), ଏବଂ ରାତ୍ରି ଘ୮/୪ମି ପରେ ପଟୋଳ ଭକ୍ଷଣ ନିଷେଧ।ଅଶୁଭବେଳା-ବାର ଓ କାଳବେଳା ଦିବା ଘ୧୦/୭ମି ରୁ ଘ୧/୧୯ମି ପର୍ଯ୍ୟନ୍ତ।କାଳରାତ୍ରି=ରାତ୍ରି ଘ୧/୭ମି ରୁ ଘ୨/୨୮ମି ପର୍ଯ୍ୟନ୍ତ।ଶୁଭବେଳା–ଅମୃତ ପ୍ରାତଃ ଘ୬/୫ମି ରୁ ଘ୯/୧୭ମି ମଧ୍ୟେ, ରାତ୍ରି ଘ୭/୪୫ମି ରୁ ଘ୯/୨୧ମି ପର୍ଯ୍ୟନ୍ତ।ମାହେନ୍ଦ୍ରବେଳା:- ପ୍ରାତଃ ରୁ ଘ୬/୫ମି ମଧ୍ୟେ, ଦିବା ଘ୧୨/୨୯ମି ରୁ ଘ୧/୧୭ମି ମଧ୍ୟେ, ରାତ୍ରି ଘ୬/୫୭ମି ରୁ ଘ୭/୪୫ମି ମଧ୍ୟେ, ଘ୧୨/୩୩ମି ରୁ ଘ୩/୪୫ମି ପର୍ଯ୍ୟନ୍ତ ।
ଶୁଭକର୍ମ :- ଅଦ୍ୟ ୧୭ ନକ୍ଷତ୍ରେ ଦେବତା ଗଠନ, ନବଦୋଳା ଦ୍ୟାରୋହଣ, ବୃକ୍ଷରୋପଣ, ନୌକା ଗଠନ, ନୌକାଚାଳନ ଓ ଯାତ୍ରା, ହଳପ୍ରବାହ, ବୀଜବ ପନ, ନାମକରଣ, ନିଷ୍କ୍ରାମଣ, ଔଷଧ କରଣ, ବାଣିଜ୍ୟ କରଣ, ଦୀକ୍ଷା ଗ୍ରହଣ, ହୋମାଦି ସ୍ବସ୍ତ୍ୟ ୟନ, ନବଶଯ୍ୟାସ ନାଦ୍ୟୁପ ଭୋଗ, ଅଳଙ୍କାର ଭୂଷଣ, ଧାନ୍ୟଚ୍ଛେଦନ ଓ ସ୍ଥାପନ, ନାଟ୍ୟାରମ୍ଭ, ରାଜ ଦର୍ଶନ, ନିଷେକ, ବ୍ରତୋ ପନୟନ, ଗୃହାରମ୍ଭ, ଗୃହ ପ୍ରବେଶ ଓ ପ୍ରତିଷ୍ଠା, ବିଦ୍ୟାରମ୍ଭ, ଶିଳ୍ପା ରମ୍ଭ,ଦୂରଯାତ୍ରା,କ୍ରୟବିକ୍ରୟ ।
🐏ମେଷ-ଆଜିର ଦିନ ଆପଣ ଙ୍କପାଇଁ ଶୁଭ ଅଟେ। ପରିଜନ ତଥା ମିତ୍ରମାନଙ୍କ ସହିତ ସମା ରୋହରେ ଉପସ୍ଥିତ ରହିପାରନ୍ତି। ନୂଆ କାର୍ଯ୍ୟର ପ୍ରାରମ୍ଭ କରିବା ପାଇଁ ଉତ୍ସାହ ରହିବ, କିନ୍ତୁ ଅତି ଉତ୍ସାହରେ କ୍ଷତି ନହେଉ ଏହାର ଧ୍ୟାନ ରଖିବେ। ଶାରୀରିକ ତଥା ମାନସିକ ସୁସ୍ଥତାର ଧ୍ୟାନ ରଖିବେ। ଆଜି ଧନପ୍ରାପ୍ତିର ଯୋଗ ଅଛି।
🐮ବୃଷ-ଶାରୀରିକ ତଥା ମାନସିକ ରୂପରେ ଆଜି ଆପଣ ବ୍ୟଗ୍ର ରହିପାରନ୍ତି। ଚିନ୍ତାର କାରଣ ମାନସିକ ଭାର ରହିପାରେ, ଯାହାକି ଆପଣଙ୍କୁ ମାନସିକ ରୂପରେ ଅସୁସ୍ଥ ରଖିପାରେ। ପରିଜନମାନଙ୍କ ସହିତ ମଧ୍ୟ ମନମାଳିନ୍ୟ ହେବାର ପ୍ରସଙ୍ଗ ବନିପାରେ। ଘରର ବାତାବରଣ ବିଗିଡ଼ି ପାରେ। ସଫଳତାର ପ୍ରାପ୍ତି କମ ହେବାରୁ ଆର୍ଥିକ ସଂକଟର ଚିନ୍ତା ରହିବ।
👩‍❤️‍👨ମିଥୁନ- ଅବିବାହିତ ମାନଙ୍କୁ ଯୋଗ୍ୟ ଜୀବନସାଥୀ ମିଳିବାର ଯୋଗ ଅଛି। ଧନପ୍ରାପ୍ତି ପାଇଁ ଦିନ ଶୁଭଅଟେ।ମିତ୍ରମାନ ଙ୍କ ଅଚାନକ ସାକ୍ଷାତ ଆନନ୍ଦ ଦାୟୀ ରହିବ। ମିତ୍ରମାନଙ୍କଠାରୁ ଲାଭ ହେବ। ଆଜି ଆପଣଙ୍କୁ ଭଲ ଖାଦ୍ୟ ମିଳିବ। ମହିଳା ମିତ୍ରମାନଙ୍କ ଠାରୁ ଲାଭ ହେବ ଏବଂ ସନ୍ତାନ ପକ୍ଷରୁ ଭଲ ସମାଚାର ମିଳିବ। ବ୍ୟାପାର କିମ୍ବା ଚାକିରିରେ ଲାଭ ହେବ। ଆୟରେ ବୃଦ୍ଧି ହେବ। ବୈବାହିକ ସୁଖର ଅନୁଭୂତି ହେବ।
🦀କର୍କଟ- ଆଜିର ଦିନ ଆପଣଙ୍କପାଇଁ ଭଲ ରହିବ। ଆପଣ ଆଜି ପ୍ରତ୍ୟେକ କାମ ସରଳତାରେ ସଂପନ୍ନ କରି ପାରିବେ। ଚାକିରିରେ ଆପଣଙ୍କ ଉଚ୍ଚ ପଦାଧିକାରୀ ଖୁସି ରହିବେ। ଆପଣଙ୍କ ପ୍ରମୋଶନ ଯୋଗ ଅଛି। ଉଚ୍ଚ ଅଧିକାରୀମାନଙ୍କ; ସହିତ ମହତ୍ଵ କଥାଗୁଡ଼ିକ ଉପରେ ଚର୍ଚ୍ଚା ହେବ। ପରିଜନମାନଙ୍କ ସହିତ ମୁକ୍ତ ମନରେ କଥାବାର୍ତ୍ତା ହେବ। ମାତାଙ୍କ ସହିତ ସମ୍ବନ୍ଧ ଭଲ ରହିବ, ସରକାରୀ ଲାଭ ହେବ ଏବଂ ସ୍ଵାସ୍ଥ୍ୟ ଭଲ ରହିବ।
🦁ସିଂହ- ଆଜି ଆପଣଙ୍କ ଦିନ ମଧ୍ୟମ ଫଳଦାୟୀ ରହିବ। ପୂର୍ବ ନିର୍ଦ୍ଧାରିତ କାମ ଆଡ଼କୁ ଆପଣଙ୍କ ପ୍ରୟାସ ରହିବ। ଆପଣଙ୍କ ବ୍ୟବହାର ନ୍ୟାୟପୂର୍ଣ୍ଣ ରହିବ। ଆଜି ଆପଣ ଧାର୍ମିକ ଏବଂ ମାଙ୍ଗଲିକ କାର୍ଯ୍ୟରେ ବ୍ୟସ୍ତ ରହିବାର ସଂଭାବନା ଅଛି। ଆଜି କ୍ରୋଧର ମାତ୍ରା ଅଧିକ ରହିବ, ଏଥିପାଇଁ ସାବଧାନ ରୁହନ୍ତୁ, ବାଣୀ ଉପରେ ନିୟନ୍ତ୍ରଣ ରଖିବେ। ବିଦେଶରେ ରହୁଥିବା ବନ୍ଧୁମାନଙ୍କର ଭଲ ସମାଚାର ମିଳିବ।
🙎‍♀️-କନ୍ୟା-ଆଜିର ଦିନ କୌଣସି ନୂଆ କାର୍ଯ୍ୟ କରିବା ପାଇଁ ଯୋଗ ଅଛି। ସ୍ଵାସ୍ଥ୍ୟର ଧ୍ୟାନ ରଖିବେ ଏବଂ ବିଶେଷ କରିକି ବାହରର ଖାଦ୍ୟ-ପାନୀୟ ଗ୍ରହଣ ନକରିବାକୁ ଚେଷ୍ଟା କରିବେ। ପରିଜନମାନଙ୍କର ଉଗ୍ର ଚର୍ଚ୍ଚାର କାରଣରୁ ମନମାଳିନ୍ୟ ନ ହେଉ, ଏହାର ବିଶେଷ ଧ୍ୟାନ ରଖିବେ। ଆଜି ଧନର ବ୍ୟୟ ଅଧିକ ହେବ। ଆଜି ରାଜ୍ୟ ତଥା ସରକାର ଏବଂ ବିରୋଧୀମାନଙ୍କ ଠାରୁ ଦୂରରେ ରୁହନ୍ତୁ ଏବଂ ବିବାଦରେ ପଡ଼ନ୍ତୁ ନାହିଁ।
⚖️ତୁଳା-ଆଜି ଆପଣଙ୍କ ଦିନ ଆମୋଦ-ପ୍ରମୋଦରେ ବିତିବ। ପ୍ରଣୟ ପାଇଁ ଆଜିର ଦିନ ଭଲ ଅଟେ। ମିତ୍ର ଏବଂ ପ୍ରିୟଜନ ଆପଣଙ୍କ ଯାତ୍ରାକୁ ଆନନ୍ଦରେ ଭରି ଦେବେ। ନୂଆ ବସ୍ତ୍ର କ୍ରୟ କରିବାର ଯୋଗ ଅଛି। ମନ ପ୍ରଫୁଲ୍ଲିତ ରହିବ। ମାନ-ସମ୍ମାନ ମିଳିବ। ଭଲ ଭୋଜନ ଏବଂ ବୈବାହିକ ସୁଖର ଅନୁଭୂତି ହେବ।
🦂ବିଛା-ଆଜି ଆପଣ ଅନିଶ୍ଚିତତା ଏବଂ ସୁଖ-ଶାନ୍ତି ସହିତ ଘରେ ସମୟ ବିତାଇବେ। ଶାରୀରିକ ତଥା ମାନସିକ ପ୍ରସନ୍ନତା କାର୍ଯ୍ୟ କରିବାରେ ଉତ୍ସାହ ପ୍ରଦାନ କରିବ। ଅଫିସ୍ ରେ ସହକାରୀ ଙ୍କର ସହାୟତା ପାଇ ବହୁତ କାର୍ଯ୍ୟ ସମ୍ପୂର୍ଣ୍ଣ କରି ପାରିବେ।
🏹ଧନୁ-ଆଜି କାର୍ଯ୍ୟ ସିଦ୍ଧି ବା ସଫଳତା ନ ମିଳିଲେ ହତାଶ ହୁଅନ୍ତୁ ନାହିଁ, କ୍ରୋଧ ଉପରେ ନିୟନ୍ତ୍ରଣ ରଖିବେ। ସଂପତ୍ତି ସମ୍ବନ୍ଧିତ ବିବିଧ ପ୍ରଶ୍ନର ବିଷୟରେ ମନ ଚିନ୍ତାଗ୍ରସ୍ତ ରହିବ। ଆଜି କୌଣସି ଯାତ୍ରା କରନ୍ତୁ ନାହିଁ, ଅଧିକ ଧନ ବ୍ୟୟ ହୋଇପାରେ।
🐊ମକର-ଆଜି ଆପଣ ବୌଦ୍ଧିକ ତଥା ଲେଖନ କାର୍ଯ୍ୟଗୁଡ଼ିକରେ ସକ୍ରିୟ ରହିବେ। ନୂଆ କାର୍ଯ୍ୟ ପ୍ରାରମ୍ଭ ପାଇଁ ଦିନ ଭଲ ଅଟେ। ଲମ୍ବା ଯାତ୍ରା କିମ୍ବା ଧାର୍ମିକ ସ୍ଥଳର ଯାତ୍ରା କରିପାରନ୍ତି। ବ୍ୟବସାୟରେ ଲାଭର ସୁଯୋଗ ମିଳିବ। ବିଦେଶରେ ରହୁଥିବା ମିତ୍ର କିମ୍ବା ସ୍ନେହୀଜନମାନଙ୍କର ଭଲ ସମାଚାର ମିଳିବ। ବ୍ୟବସାୟ ଏବଂ ଚାକିରି ସହକର୍ମିମାନଙ୍କ ତରଫରୁ ସହଯୋଗ କମ ମିଳିବ। ସ୍ଵାସ୍ଥ୍ୟର ଧ୍ୟାନ ରଖିବାକୁ ହେବ। ସନ୍ତାନମାନଙ୍କ ବିଷୟରେ ଦ୍ୱନ୍ଦ୍ୱ ରହିବ।
🏺କୁମ୍ଭ-ଚିନ୍ତାର ବାଦଲ ହଟିଲା ପରେ ଆପଣ ମାନସିକ ହାଲୁକାପଣ ଅନୁଭବ କରିବେ। ମନରେ ଉତ୍ସାହର ସଂଚାର ହେବ, ଏହି କାରଣରୁ ଦିନର ସମୟ ଆନନ୍ଦପୂର୍ବକ ବିତିବ। ଭାଇ-ବନ୍ଧୁମାନଙ୍କ ସହ ମିଳାମିଶା ବଢ଼ିବ। ଆଜି କୌଣସି ମହତ୍ତ୍ଵପୂର୍ଣ୍ଣ ଯୋଜନା ମଧ୍ୟ ବନାଇ ପାରିବେ। କୌଣସି ଛୋଟ ଯାତ୍ରାର ଆୟୋଜନ ମଧ୍ୟ ହୋଇପାରେ।
🐟ମୀନ-ଆଜି ଆପଣ ନିଜର ବାଣୀ ଉପରେ ନିୟନ୍ତ୍ରଣ ରଖିବେ, ଅନ୍ୟଥା ଲଢ଼ାଇ – ଝଗଡ଼ାର ଆଶଂକା ଅଛି। ଖର୍ଚ୍ଚ ଉପରେ ମଧ୍ୟ ନିୟନ୍ତ୍ରଣ ରଖିବା ଅତି ଆବଶ୍ୟକ ଅଟେ। ଧନ ସମ୍ବନ୍ଧିତ ଦେବା-ନେବାରେ ସାବଧାନ ରୁହନ୍ତୁ। ଶାରୀରିକ ଏବଂ ମାନସିକ ସ୍ଵାସ୍ଥ୍ୟ ଖରାପ ହୋଇପାରେ। ପରିଜନମାନଙ୍କ ସହିତ ମନମାଳିନ୍ୟର ପ୍ରସଂଗ ଆସିପାରେ।
ନୀତିବାଣୀ-ପ୍ରେମ ଆଉ ମୃତ୍ୟୁ ଦୁଇଟି ଯାକ ସମାନ। ଏମାନେ ନା ବୟସ ଦେଖନ୍ତି, ନା ସମୟ କୁ ଅପେକ୍ଷା କରନ୍ତି, ନା କୌଣସି ଜାଗା ଦେଖନ୍ତି ।
ବାସ୍ତୁଟିପ୍ପଣୀ-ସକାଳେ ଘରର ମୁଖ୍ୟକବାଟ ଖୋଲିବାପରେ କରନ୍ତୁ ଏହି ଛୋଟକାମ, ଘରକୁ ଆସିବ ସୁଖ ସମୃଦ୍ଧି…..
ବାସ୍ତୁଶାସ୍ତ୍ର ଅନୁସାରେ ଘର ତିଆରି କରିବା ଉଚିତ । ଘରେ ସୁଖଶାନ୍ତି ରହିବାକୁ ହେଲେ କେତେକ ଉପାୟ କରିବାକୁ ପଡିଥାଏ । ସେହିଭଳି ରହୁଥିବା ଘରର ଦ୍ୱାରର ମୁହଁର ମଧ୍ୟ ମହତ୍ୱ ରହିଛି । ଯଦି ଘରର ଦ୍ୱାରମୁହଁ ବାସ୍ତୁ ଅନୁଯାୟୀ ହୋଇଥାଏ ତେବେ ସେହି ଘରେ ରହୁଥିବା ଲୋକଙ୍କ ସ୍ୱାସ୍ଥ୍ୟ ଅବସ୍ଥା ସଠିକ ରହିଥାଏ ଏବଂ ସେହିଘରେ ରହୁଥିବା ଲୋକଙ୍କ ସୁଖ ସମୃଦ୍ଧି ବଢିଯାଏ । ଶାସ୍ତ୍ର ରେ ମୁଖ୍ୟ ଦ୍ୱାରକୁ ଗ୍ରହମାନଙ୍କ ଦ୍ୱାର ବୋଲି ମନାଯାଏ ।ଭାରତୀୟ ହିନ୍ଦୁଶାସ୍ତ୍ର ଅନୁସାରେ ଘରର ଦ୍ୱାରକୁ କଳସ,ଆମ୍ବ ପତ୍ର,ନଡ଼ିଆ ,ଫୁଲ,ଅଶୋକ ଦ୍ଵାରା ସଯାଇବାର ପରମ୍ପରା ରହିଛି । ଆଜି ଜାଣିବା ଘରର ସମସ୍ୟା ଦୂର କରିବାପାଇଁ ଉପାୟ । ଘରର ଦ୍ଵାରମୁହଁରେ ଏହି ଦୁଇଟି ଉପାୟ କରିବା ଦ୍ଵାରା ଘରର ସମସ୍ୟା ଦୂର ହୋଇଯିବ । ବାସ୍ତୁଶାସ୍ତ୍ର ଅନୁସାରେ ଘରର ମୁଖ୍ୟଦ୍ୱାର ଅନେକ ଗୁଡିଏ ଦୋଷରୁ ଦୂର କରିଥାଏ । ଯଦି ଆପଣ କିଛି ଛୋଟବଡ ଅସୁବିଧାକୁ ନେଇକି ଚିନ୍ତିତ ରହୁଛନ୍ତି ତେବେ କିଛି ଉପାୟ କରିବା ଦ୍ୱାରା ତାହା ଦୂର ହୋଇଯିବ ।ଯେତେବେଳ ଆପଣ ଦ୍ୱାରମୁହଁ କବାଟ ଖୋଲୁଛନ୍ତି ସେତେ ବେଳେ କିଛି ଗଙ୍ଗାଜଳ ଆଣିକି ଛିଞ୍ଚନ୍ତୁ । ଘରର କବାଟରେ ସ୍ୱସ୍ତିକଚିହ୍ନ ମଧ୍ୟ ବନାନ୍ତୁ । ଏହା ଅତ୍ୟନ୍ତ ଶୁଭ ହୋଇଥାଏ ଏବଂ ସ୍ୱସ୍ତିକଚିହ୍ନକୁ ହଳଦୀ ଓ ସିନ୍ଦୁର ଦ୍ଵାରା କରନ୍ତୁ । ଏହାକୁ ସୂର୍ଯ୍ୟ ଉଦୟ ପୂର୍ବରୁ ହି କରନ୍ତୁ । ଘର ର ଦ୍ଵାରମୁହଁରେ ଅଶୋକ ଓ ଆମ୍ବର ପତ୍ରକୁ ସୂତାରେ ବାନ୍ଧି ଘରର ଦୁଆରମୁହଁରେ ଲଗାନ୍ତୁ । ଏହିସବୁ ଉପାୟ କରିବାଦ୍ଵାରା ଘରକୁ କୋୖଣସି ଖରାପଶକ୍ତି ପ୍ରଵେଶ କରିପାରିବନାହିଁ ।
ଏପରି କରିବାଦ୍ୱାରା ଆପଣଙ୍କ ର କୌଣସିସମସ୍ୟା ରହିବନାହିଁ । ଘରେ ସର୍ବଦା ସୁଖଶାନ୍ତି ବଜାୟରହିବ । କାହାର କୌଣସି ଅସୁବିଧା କିମ୍ବା ଅଭାବ ରହିବ ନାହିଁ । ଅର୍ଥ ଜନିତ କୌଣସି ସମସ୍ୟା ଦେଖିବାକୁ ମିଳିବ ନାହିଁ ପତିପତ୍ନୀଙ୍କ ମଧ୍ୟ ରେ ସମ୍ପର୍କ ଖୁବଭଲ ରହିବ । ଆପଣଙ୍କ ଘର ଉପରେ କୌଣସି କୁଦୃଷ୍ଟି ପଡିବନାହିଁ । ଯଦି ଏହି ନିୟମଗୁଡିକୁ ମାନି ଚଳିବେ ତେବେ ଆପଣଙ୍କ ଘରେ ଥିବା ସମସ୍ତ ବାସ୍ତୁଦୋଷର ବିନାଶ ଘଟିବ ।ଯଦି ଆପଣଙ୍କର ଦ୍ୱାର ସବୁବେଳେ ପରିଷ୍କାର ରହିଥାଏ ତେବେ ସେହି ମୁଖ୍ୟଦ୍ୱାର ମାଧ୍ୟମ ରେ ଘରକୁ ସମସ୍ତପ୍ରକାର ଭଲ ଶକ୍ତି ପ୍ରବେଶ କରିଥାନ୍ତି । ଏହା ଦ୍ୱାରା ଆପଣ ଏବଂ ଆପଣଙ୍କ ପରିବାରର ସମସ୍ତ ସଦସ୍ୟ ସବୁବେଳେ ଖୁସିରେ ରହିଥାନ୍ତି । ଘରର ମୁଖ୍ୟଦ୍ୱାର ଉପରେ କେବେ ମଧ୍ୟ କୌଣସି ପ୍ରକାର ବୃକ୍ଷରଛାଇ ପଡିବା ଉଚିତନୁହେଁ ।ଆଜିର ଦିନଟି ମଙ୍ଗଳମୟ ହେଉ!!ଜୟ ଜଗନ୍ନାଥ, ଜୟ ସୋମନାଥ, ଜୟ ମା ଯୋଗମାୟା!!

 

 

 

Leave A Reply

Your email address will not be published.