ଆଜିର ରାଶିଫଳ

0 207

୨୦୨୩ ମସିହା ମଇ ମାସ ୬ ତାରିଖ ଶନିବାର।ଦେବର୍ଷି ନାରଦ ଜୟନ୍ତୀ। ସୁର୍ଯ୍ୟୋଦୟ- ପ୍ରାତଃ ଘ୫/୧୮/୫୮ ,ସୂର୍ଯ୍ୟାସ୍ତ- ଘ୬/୭/୩୪ ,କୃଷ୍ଣପକ୍ଷ ,ଶୌରି ବାସ ,ତିଥି- ପ୍ରତିପଦ୍ ରାତ୍ରି ଘ୯/୪୪ମି ପର୍ଯ୍ୟନ୍ତ ତଦନ୍ତେ ଦ୍ବିତୀୟା।ଶନିବାର, ଦର୍ଶତିଥି, ବ୍ୟତିପାତ ଯୋଗ, ରବିସପ୍ତ ଦୋଷ ହେତୁ ଯାତ୍ରା ନିଷେଧ। ଚନ୍ଦ୍ରଶୁଦ୍ଧି–ମେଷ, ବୃଷ, କର୍କଟ, ସିଂହ, ତୁଳା, ବିଛା, ଧନୁ ଓ ମକର ଏହି ରାଶି ମାନଙ୍କର ଏବଂ ଦିବା ଘ୩/୫୦ମି ପରେ ବୃଷ, ମିଥୁନ, ସିଂହ, କନ୍ୟା, ବିଛା, ଧନୁ, ମକର ଓ କୁମ୍ଭ ଏହି ରାଶି ମାନଙ୍କର ଚନ୍ଦ୍ରଶୁଦ୍ଧି।ଘାତଚନ୍ଦ୍ର–ଘାତଚନ୍ଦ୍ର ନାହିଁ।ଘାତବାର–ବୃଷ, ସିଂହ ଓ କନ୍ୟା ରାଶିର ଘାତବାର।ସାମ୍ବତ୍ସରିକଶ୍ରାଦ୍ଧ–ପ୍ରତିପଦ୍ ର ଏକୋଦ୍ଦିଷ୍ଟ ଓ ପାର୍ବଣଶ୍ରାଦ୍ଧ।ନିଷିଦ୍ଧଖାଦ୍ୟ- ପାଣିକଖାରୁ, ଏବଂ ରାତ୍ରି ଘ୯/୪୪ମି ପରେ ବୋଇତାଳୁ ଭକ୍ଷଣ ନିଷେଧ।ଅଶୁଭବେଳା- କାଳବେଳା ପ୍ରାତଃ ରୁ ଘ୬/୫୩ମି ମଧ୍ୟେ, ଘ୪/୩୬ମି ଘ୬/୮ମିପର୍ଯ୍ୟନ୍ତ ।କାଳରାତ୍ରି ଅସ୍ତରୁ ରାତ୍ରି ଘ୭/୩୩ମି ମଧ୍ୟେ, ଘ୩/୧୩ମି ରୁ ଘ୫/୧୮ମିପର୍ଯ୍ୟନ୍ତ ।ଶୁଭବେଳା-ଅମୃତ ଦିବା ଘ୯/୧୭ମି ରୁ ଘ୧୨/୨୯ମି ମଧ୍ୟେ, ରାତ୍ରି ଘ୮/୩୦ମି ରୁ ଘ୧୦/୫୭ମି ମଧ୍ୟେ, ଘ୧୨/୩୩ମି ରୁ ଘ୨/୯ମି ମଧ୍ୟେ, ଘ୨/୫୭ମି ରୁ ଘ୪/୩୩ମିପର୍ଯ୍ୟନ୍ତ ।ମାହେନ୍ଦ୍ରବେଳା:- ନାହିଁ । ଶୁଭକର୍ମ:- ଆବଶ୍ୟକ ସ୍ଥଳେ ଅନୁରାଧା ନକ୍ଷତ୍ରେ ରାତ୍ର ଘ୯/୪୨ମି ଗତେ ରାତ୍ର ଘ୩/୫୦ମି ମଧ୍ୟେ ବିବାହ ଓ ପାଣିଗ୍ରହଣ।
ମେଷ-ମନରେ ଧାର୍ମିକକାର୍ଯ୍ୟ ପ୍ରତି ଶ୍ରଦ୍ଧାବଢ଼ିବ। ନେତା ଓ ଉଚ୍ଚପଦସ୍ଥ ଅଧିକାରୀ ଙ୍କ ସଙ୍ଗରେ ରହିବାର ସୁଯୋଗମିଳିବ। ଦାମ୍ପତ୍ୟଜୀବନରେ ମଧୁରତା ବଢ଼ିବ। ଛାତ୍ରଙ୍କୁ କୌଣସି ଶୁଭସୂଚନା ମିଳିବ।
ବୃଷ-ଇଷ୍ଟଦେବୀଙ୍କୁ ସ୍ମରଣକରନ୍ତୁ, ସ˚ମ୍ଭବ୍ୟ ସ˚କଟ ଦୂରହେବ। ଶତ୍ରୁଙ୍କ ଷଡ଼ଯନ୍ତ୍ର ପ୍ରକଟ ହୋଇଯିବ। ବିଦେଶରୁ ବ୍ୟବସାୟ ସମ୍ବନ୍ଧିତ ଭଲଖବର ପାଇବେ। ଭାବିଥିବା ସବୁକାମ ଠିକ୍ ଭାବରେ ହେବ।
ମିଥୁନ-ପରିବାରରେ ବଡ଼ଙ୍କଠାରୁ ଆଶୀର୍ବାଦନେଇ କାମରେଯାଆନ୍ତୁ ସଫଳତା ପାଇବେ। ସମାଜରେ ଆପଣଙ୍କ ପ୍ରତିଷ୍ଠା ବଢ଼ିବ। ବ୍ୟବସାୟୀଙ୍କଲାଗି ଦିନଟି ଲାଭପ୍ରଦ ରହିବ। ପ୍ରେମପ୍ରସଙ୍ଗଯୁକ୍ତ ଜୀବନରେ ଖୁବ୍ ଆନନ୍ଦ ମିଳିବ।
କର୍କଟ- ନୂଆ କାମ ଆରମ୍ଭ ଓ କୌଣସି ସମସ୍ୟାର ସମାଧାନ ଲାଗି ଦିନଟି ଭଲ। ରାଜନୀତିରେ ମହତ୍ବାକା˚କ୍ଷା ପୂରା ହେବ। ବିରୋଧୀଙ୍କ ଉପରେ ବିଜୟ ପାଇବେ। ଛାତ୍ରଛାତ୍ରୀଙ୍କ ଲାଗି ଦିନଟି ବଢ଼ିଆ ରହିବ।
ସିଂହ-ଦୀର୍ଘଦିନରୁ ଲାଗିରହଥିବା ସମସ୍ୟାର ସମାଧାନ ହେବ। ଆୟ ବୃଦ୍ଧି ହେବ। ପ୍ରବନ୍ଧକର୍ତ୍ତା ଆପଣଙ୍କୁ କୌଣସି ବଡ଼ ଦାୟିତ୍ବ ଦେବେ। ପ୍ରିୟବ୍ୟକ୍ତିଙ୍କ ସହିତ ମିଶିବା ପାଇଁ ଭଲ ସମୟ।
କନ୍ୟା-ଆଜି ଆପଣଙ୍କର ଊର୍ଜାର ସ୍ତର ବୃଦ୍ଧି ହେବ। କ୍ରମାଗତ ପ୍ରୟାସରେ ସଫଳତା ମିଳିବ। କଷ୍ଟରେ ଥିବା ବନ୍ଧୁଙ୍କୁ ସହାୟତା କରିବେ। ଅଚାନକ ଧନପ୍ରାପ୍ତି ହେବ। ଜୀବନସାଥୀଙ୍କ ସହିତ ସମ୍ବନ୍ଧ ଭଲ ବଜାୟ ରହିବ।
ତୁଳା- ଉନ୍ନତି ପାଇଁ ନୂଆ ସୁଯୋଗ ମିଳିବ। ଦେବୀମାତାଙ୍କ ପ୍ରତି ଆସ୍ଥା ବଢ଼ିବ। ମହିଳାଙ୍କ ଭାଗ୍ୟ ଉଜ୍ଜ୍ବଳ ହେବ। ପରିବାରରେ ସୁଖ ଓ ଶାନ୍ତି ବଜାୟ ରହିବ। ପ୍ରେମିକ ପ୍ରେମିକାଙ୍କ ପାଇଁ ଦିନଟି ଭଲ।
ବିଛା- ସୁନ୍ଦର କଳ୍ପନାରେ ବିଭୋର ରହିବେ। ଅନ୍ୟମାନଙ୍କ ସହିତ ଖୁସି ବାଣ୍ଟିବେ। ବ୍ୟାବସାୟିକ କାମରେ ଦୂରସ୍ଥାନକୁ ଯାତ୍ରାରେ ଯାଇପାରନ୍ତି। ବୈବାହିକ ଜୀବନରେ ମଧୁରତା ଆସିବ। ଭାବିଚିନ୍ତି ଖର୍ଚ୍ଚ କରନ୍ତୁ।
ଧନୁ- ସମୟ ଆପଣଙ୍କ ଲାଗି ଖୁବ୍ ଭଲ। କାମକୁ ପୂରା କରିବା ଲାଗି ଯୋଜନା ପ୍ରସ୍ତୁତ କରିବେ ଏବ˚ ତହିଁରେ ଲାଭ ମିଳିବ। ଶତ୍ରୁ ଆପଣଙ୍କର କିଛି କ୍ଷତି କରି ପାରିବେ ନାହିିଁ। ଜୀବନସାଥୀଙ୍କ ଠାରୁ ଖୁବ୍ ପ୍ରେମ ମିଳିବ।
ମକର-ଦିନଟି ଆପଣଙ୍କ ଲାଗି ଭଲ ପରିଣାମ ନେଇ ଆସିଛି। ଜୀବନସାଥୀଙ୍କ ସହିତ ଦେବୀ ମନ୍ଦିରକୁ ଦର୍ଶନ ପାଇଁ ଯାଇପାରନ୍ତି। ରହସ୍ୟ ବିଦ୍ୟା ପ୍ରତି ଆକୃଷ୍ଟ ହେବେ। ରଚାନାତ୍ମକ କାମରେ ଆପଣଙ୍କର ନାମ ହେବ।
କୁମ୍ଭ-ଦିନଟି ଆପଣଙ୍କ ଉଦାର ସ୍ବଭାବ ଲାଗି ପ୍ରସନ୍ନତା ନେଇ ଆସିଛି। କୌଣସି କାମର ଆପଣଙ୍କୁ ଆଶା ଠୁଁ ଅଧିକ ଲାଭ ହେବ। ଚାକିରିରେ ଉନ୍ନତି ହେବ। ବୈବାହିକ ଜୀବନରେ ମଧୁରତା ଆସିବ।
ମୀନ-ଦିନଟି ଆପଣଙ୍କ କ୍ୟାରିୟର ଲାଗି ଅଧିକ ଶୁଭ ରହିବ। ଭବିଷ୍ୟତ ସମ୍ବନ୍ଧରେ ମହତ୍ବପୂର୍ଣ୍ଣ ଫଇସଲା ନେବେ। ଅଫିସରେ ଆପଣଙ୍କ କାମରେ କତୃପକ୍ଷ ଖୁସି ହୋଇ ଉପହାର ଦେବେ। ପାରିବାରିକ ଜୀବନ ସୁଖମୟ ହେବ।
ନିତିବାଣୀ-ଗାଡିରେ ଯଦି Break ନାହିଁ ତେବେ Accident ନିଶ୍ଚିତ ”ଆଉ” ଜୀବନରେ ଯଦି ସଂସ୍କାର ଓ ମର୍ଯ୍ୟାଦା ନାହିଁ ତାହା ହେଲେ ପତନ ନିଶ୍ଚିତ ଅଟେ ।
ବାସ୍ତୁଟିପ୍ପଣୀ-ବାସ୍ତୁଶାସ୍ତ୍ର ଅନୁଯାୟୀ ମଙ୍ଗଳଗ୍ରହର ଦିଗ ଦକ୍ଷିଣବୋଲି ବିବେଚନା କରାଯାଏ ।ଏହା ସହିତଜଡିତ ଶୁଭପ୍ରଭାବ ପାଇବାକୁହେଲେ ଦକ୍ଷିଣଦିଗରେ ଏକ ବଡ଼ ନିମ୍ବଗଛ ରହିବା ଆବଶ୍ୟକ ।
କବାଟଉପରେ ପଞ୍ଚମୁଚିହନୁମାନଜୀଙ୍କ ଚିତ୍ର ରଖନ୍ତୁ । କୁହାଯାଏଯେ ଦ୍ୱାରସମ୍ମୁଖରେ ଆଶୀର୍ବାଦ ସ୍ଥିତିରେ ହନୁମାନଜୀଙ୍କର ଏକ ପ୍ରତିମା କିମ୍ବା ଚିତ୍ର ରଖିବା ଦକ୍ଷିଣଦ୍ୱାରର ମୁଖ୍ୟଦ୍ୱାରର ସ୍ଥାପତ୍ୟ ତ୍ରୁଟିକୁ ନଷ୍ଟ କରିଦିଏ ।ଯଦି ଘରରକବାଟ ଦକ୍ଷିଣଆଡ଼କୁ ଥାଏ ତେବେ ଏକ ବଡ଼ଆକାରର ଦର୍ପଣକୁ ଠିକ୍ ସେହିପରି କବାଟସମ୍ମୁଖରେ ରଖାଯିବା ଉଚିତ୍ ଯେ ଦର୍ପଣରେ ଘରେ ପ୍ରବେଶ କରୁଥିବାବ୍ୟକ୍ତିର ସମ୍ପୂର୍ଣ୍ଣ ପ୍ରତିଛବି ସୃଷ୍ଟିହେଉଥିବ ।ଏହାବ୍ୟତୀତ ଯଦି ଦକ୍ଷିଣଦିଗରେ ଏକ ମୁଖ୍ୟ ଦ୍ୱାର କିମ୍ବା ୱିଣ୍ଡୋଅଛି ତେବେ ଏହାକୁ ପଶ୍ଚିମଉତ୍ତର, ପଶ୍ଚିମ,ଉତ୍ତର କିମ୍ବା ପୂର୍ବଦିଗକୁ ପରିବର୍ତ୍ତନ କରାଯିବାଉଚିତ, ଏହାଦ୍ୱାରା ଦକ୍ଷିଣର ଖରାପପ୍ରଭାବ ବନ୍ଦହୋଇଯିବ ।ଆପଣଙ୍କ ଜୀବନ ମଙ୍ଗଳମୟ ହେଉ!!ଜୟ ଜଗନ୍ନାଥ,ଜୟସୋମନାଥ,ଜୟମାଯୋଗମାୟା!!


.

Leave A Reply

Your email address will not be published.