ବ୍ଲାକମେଲିଂ କରି ବନ୍ଧାହେଲେ ମ୍ୟାନେଜର

0 153

ମେଣ୍ଢାଶାଳ,୫ା୫(ଏସଏସନିଉଜ)ଜଣେ ଯୁବତୀକୁ ସୋସିଆଲ ମିଡିଆରୁ ଫସାଇ ତା ସହ ସର୍ମ୍ପକ ରଖି କିଛ ଅନ୍ତରଙ୍ଗ ମୁହୁର୍ତର ଫଟୋକୁ ହାତେଇ ବ୍ଲାକମେଲିଂ କରିବା ଅଭିଯୋଗରେ ଓଡିଶା ମୋଟରର୍ସର ମ୍ୟାନେଜର ବିଶ୍ୱଜିତ ରାଉତଙ୍କୁ ଚନ୍ଦକାଥାନା ପୋଲିସ ଗିରଫକରି ଶୁକ୍ରବାର ଦିନ କୋର୍ଟଚାଳଣ କରିଛି ।
ପ୍ରକାସଯେ,ଚନ୍ଦକାଥାନା ଅଧିନସ୍ଥ ମେଣ୍ଢାଶାଳ ଅଂଚଳର ଜଣେ ୨୨ବର୍ଷିୟା ଯୁବତୀକୁ ଭୁବନେଶ୍ୱର କେସୁରାଠାରେ ଥିବା ଓଡିଶା ମୋଟରର୍ସର ମ୍ୟାନେଜର ବିଶ୍ବଜିତ ରାଉତ ସୋସିଆଲ ମିଡିଆରୁ ଜାଣିବା ଆରମ୍ଭ କରିଥିଲେ ।୧ବର୍ଷର ବ୍ୟବଧାନରେ ଉଭୟଙ୍କ ମଧ୍ୟରେ ଘନିଷ୍ଠତା ଓ ପ୍ରେମ ସର୍ମ୍ପକ ବଢିଯାଇଥିଲା ।ଯୁବତୀଜଣଙ୍କର ସରଳତାର ସୁଯୋଗନେଇ କିଛି ଅନ୍ତରଙ୍ଗ ମୁହୁର୍ତର ଫଟୋକୁ ହାତେଇବାରେ ସକ୍ଷମ ହୋଇଥିଲେ ବିଶ୍ୱଜିତ ।ପରବର୍ତିସମୟରେ ଯୁବତୀଙ୍କର ଇନଷ୍ଟାଗ୍ରାମସାଇଟ୍ ହ୍ୟାକକରି ତାଙ୍କର କିଛି ଅନ୍ତରଙ୍ଗଫଟୋ ପୋଷ୍ଟକରିଥିଲେ ଏବଂ ଟଙ୍କା ମାଗିବା ସହ ଧମକାଇବା ଆରମ୍ଭ କରିଥିଲେ । ଟଙ୍କା ନଦେଲେ ସୋସିଆଲ୍ ନେଟୱାର୍କ ରେ ଫଟୋ କୁ ପୋଷ୍ଟ କରିବାର ଧମକ ମଧ୍ୟ ଦେଇଥିଲେ ।ଗତ ତିନିମାସ ତଳେ ଯୁବତୀକୁ ପାଖକୁ ଡାକି ତାଙ୍କ ମୋବାଇଲରେ ଥିବା କିଛି ସର୍ମ୍ପକିୟଙ୍କ ନମ୍ବର ନେଇଯାଇ ପରବର୍ତି ସମୟରେ ସେମାନଙ୍କୁ ମଧ୍ୟ ବ୍ଲାକମେଲକରିବା ଆରମ୍ଭ କରିଥିଲେ ।ବିଶ୍ୱଜିତର ବ୍ଲାକମେଲିଂ କାର୍ଯ୍ୟ ଧିରେଧିରେ ବଢିବାରୁ ଏଥିରେ ବିତୃଷ୍ନାହୋଇ ଯୁବତୀଜଣଙ୍କ ଏପ୍ରିଲ ୨୦ତାରିଖରେ ଚନ୍ଦକାଥାନାରେ ଲିଖିତ ଅଭିଯୋଗ କରିଥିଲେ ।ପୋଲିସ ୧୧୮/୨୩କେଶନଂରେ ଏକ ମକଦ୍ଦମାରୁଜୁକରି ତଦନ୍ତ କରିବା ସହ ଗୁରୁବାରଦିନ ଯାଜପୁର କୋରେଇଅଂଚଳର ବିଶ୍ୱଜିତ ରାଉତ(୨୫)ଙ୍କୁୁ ଗିରଫ କରି ଶୁକ୍ରବାରଦିନ କୋର୍ଟଚାଳଣ କରିଛି ।

 

Leave A Reply

Your email address will not be published.