ନୁତନ ତ୍ରିଶୁଳ ପ୍ରତିଷ୍ଟା ଉସ୍ୱବ

0 163

ମେଣ୍ଢାଶାଳ,୫।୫(ଏସଏସନିଉଜ) ମେଣ୍ଢାଶାଳ ଗ୍ରାମରେ ଥିବା ଶ୍ରୀଶ୍ରୀ ବାଲୁଙ୍କେଶ୍ୱର ମହାଦେବ ମନ୍ଦିର ସଂମୁଖରେ ନୂତନ ତ୍ରିଶୂଳ ପ୍ରତିଷ୍ଠା ଉତ୍ସବ ଶୁକ୍ରବାର ଦିନ ଅନୁଷ୍ଠିତ ହୋଇଯାଇଛି।ବୋଲବମ ସେବାସମିତି ଆନୁକୂଲ୍ୟରେ ଜ୍ୟୋର୍ତିମମୟୀଦାସଙ୍କ ପୌରହିତ୍ୟରେ ଅନୁଷ୍ଠିତ ଏହି ଉତ୍ସବରେ ବିରାଟ ପଟୁଆରରେ ଗ୍ରାମବାସୀମାନେ ତ୍ରିଶୂଳକୁ ଗାଁପରିକ୍ରମା କରାଇ ମନ୍ଦିର ସଂମୁଖକୁ ଆଣିବାପରେ ପ୍ରାଣପ୍ରତିଷ୍ଠା କରାଯାଇ ଥିଲା।ସେହିଁଭଳିଭାବେ ଗାଁର ଆରାଧ୍ୟ ଶ୍ରୀ ଶ୍ରୀ ଭଗବତ ବାସୁଦେବଙ୍କ ପୀଠରେ ପାଞ୍ଚ ଦିନବ୍ୟାପୀ ଆରମ୍ଭ ହୋଇଥିବା ବିଶ୍ୱଶାନ୍ତି ମହାଯଜ୍ଞ ଶୁକ୍ରବାର ଦିନ ଉଦଯାପିତ ହୋଇଯାଇଛି।ପଣ୍ଡିତ ରମେଶ ଚନ୍ଦ୍ର କରଙ୍କ ତତ୍ୱାବଧାନରେ ଅନୁଷ୍ଠିତ ଯଜ୍ଞରେ ବାଙ୍କବିହାରୀଦାସ କର୍ତାଭାବେ ବସିଥିବାବେଳେ ମନ୍ଦିର ପରିଚାଳକ ପ୍ରଫୁଲ କୁମାର ଶ୍ରୀଚନ୍ଦନ ଏହାକୁ ପରିଚାଳନା କରିଥିଲେ।ଆଖପାଖ ଗ୍ରାମର ବହୁ ଶ୍ରଢାଳୁ ଯୋଗଦେଇଥିଲେ।

Leave A Reply

Your email address will not be published.