ଆସିଲା ଚିନ୍ତା ବଢାଇଲା ଭଳି ଖବର

ଖବର ଆଜିର,ତାରିଖ ୧୨-୦୮-୨୦୨୧/ଗୁରୁବାର

0 224

୧-ହିମାଚଳରେ ଭୁସ୍ଖଳନ: ପାହାଡ଼ରୁ ମାଟି ଅତଡ଼ା ଖସି ଚାପି ହୋଇଗଲା ବସ୍‌, ଟ୍ରକ, କାର୍‌ ସମେତ ଅନେକ ଗାଡ଼ି, ୧୧ ମୃତ ଓ ୧୪ ଉଦ୍ଧାର, ୧୭ରୁ ଅଧିକ ଫସିଥିବା ଆଶଙ୍କା ।
୨-ବେଙ୍ଗାଲୁରୁ ଆସିଲା ଚିନ୍ତା ବଢାଇଲା ଭଳି ଖବର । ୫ଦିନରେ ୨୫୦ ଛୋଟ ପିଲା କରୋନାରେ ଆକ୍ରାନ୍ତ । ତୃତୀୟ ଲହର ନେଇ ବଢିଲା ଆଶଙ୍କା ।
୩-ତିନିଦିନିଆ ଓଡ଼ିଶା ଗସ୍ତରେ ଆସିବେ ରେଳମନ୍ତ୍ରୀ
୪-ଆଫଗାନିସ୍ତାନରେ ମାଡି ଚାଲିଛି ତାଲିବାନ । ଆମେରିକା ଗୁଇନ୍ଦା ସଂସ୍ଥାର ଚେତାବନୀ । ଆଗାମୀ ୯୦ ଦିନ ମଧ୍ୟରେ କାବୁଲ ଉପରେ କବଜା କରିପାରେ ତାଲିବାନ ।
୫-କୋଟିଆରେ ନୂଆ ବିବାଦ, ଆନ୍ଧ୍ର ସ୍କୁଲରେ ସଂରକ୍ଷଣ ଦେଇ ପ୍ରଲୋଭିତ କରିବାକୁ ପ୍ଲାନ୍‌ ।
୬-କୋଭାକ୍ସିନ ଓ ନାଜାଲ ସ୍ପ୍ରେ ମିଶ୍ରଣ ଉପରେ ଅଧ୍ୟୟନ ଲାଗି ଭାରତ ବାୟୋଟେକକୁ ଅନୁମତି ।
୭-କୋଭାକ୍ସିନ ଓ ନାଜାଲ ସ୍ପ୍ରେ ମିଶ୍ରଣ ଉପରେ ଅଧ୍ୟୟନ ଲାଗି ଭାରତ ବାୟୋଟେକକୁ ଅନୁମତି ।
୮-କଳିଙ୍ଗ ଷ୍ଟାଡିୟମରେ ଓଡ଼ିଶା ହକି ତାରକାଙ୍କୁ ଭବ୍ୟ ସମ୍ବର୍ଦ୍ଧନା । ପୁରୁଷ ହକି ଦଳର ୨ ଓଡ଼ିଆ ଖେଳାଳିଙ୍କୁ ଅଢେଇ କୋଟି ସହ ଡିଏସପି ଚାକିରି । ଦୁଇ ମହିଳା ଖେଳାଳିଙ୍କୁ ୫୦ ଲକ୍ଷ ଲେଖାଁଏ ପୁରସ୍କାର ।
୯-ଓଡ଼ିଆ ହକି ଖେଳାଳି ନିଜ ମାଟିରେ ପାଦ ଦେବା ପରେ ଦେଖିବାକୁ ମିଳିଲା ଭାବପ୍ରବଣତାର ଦୃଶ୍ୟ । ଶିକ୍ଷକଙ୍କୁ ଦେଖି କାନ୍ଦି ପକାଇଲେ ଅମିତ ରୋହିଦାସ । ଏପଟେ ନମିତା ଟପ୍ପୋଙ୍କୁ ସୁରକ୍ଷା ଦେଲେ ପୁଲିସ ଭଉଣୀ ପ୍ରମିତା ଟପ୍ପୋ ।
୧୦-ଦେଶଦ୍ରୋହ ମାମଲାରେ କଙ୍ଗନାଙ୍କୁ ହାଇକୋର୍ଟରୁ ମିଳିଲାନି ଆଶ୍ବସ୍ତି: ସେପ୍ଟେମ୍ବର ୧୩ରେ ପରବର୍ତ୍ତୀ ଶୁଣାଣି ।
୧୧-ଶେଷ ହେଲା ମୌସୁମୀ ଅଧିବେଶନ ; ସଂସଦର ଉଭୟ ସଦନ ଅନିର୍ଦ୍ଦିଷ୍ଟ କାଳ ପର୍ଯ୍ୟନ୍ତ ।ଦୁଇ ଦିନ ପୂର୍ବରୁ ଉଭୟ ଗୃହ ମୁଲତବୀ।ଦୁଇ ଦିନ ପୂର୍ବରୁ ଉଭୟ ଗୃହ ମୁଲତବୀ
୧୨-ରାଜ୍ୟସଭାରେ ୧୨୭ତମ ସମ୍ବିଧାନ ସଂଶୋଧନ ବିଲ୍‌ ପାସ୍‌, ବିଲ୍‌ରେ ରାଜ୍ୟଗୁଡ଼ିକୁ ଦିଆଯାଇଛି ଓବିସି, ଏସଇବିସି ତାଲିକା ପ୍ରସ୍ତୁତିର କ୍ଷମତା
୧୩ -ଲୋକସଭା ପରେ ରାଜ୍ୟସଭାରେ ବି ପାରିତ ହେଲା ପଛୁଆ ବର୍ଗ ସଂରକ୍ଷଣ ସଂଶୋଧନ ବିଧେୟକ, ଏବେ ରାଷ୍ଟ୍ରପତିଙ୍କ ମଞ୍ଜୁରୀକୁ ଅପେକ୍ଷା ।
୧୪-ଟିକାକରଣ କ୍ଷେତ୍ରରେ ଭାରତର ଆଉ ଏକ ସଫଳତା, ୫୨ କୋଟିରୁ ଅଧିକ ପାନ ଟିକାଦାନ
୧୫-ଏଟିଏମ୍ ଗୁଡ଼ିକରେ ପର୍ଯ୍ୟାପ୍ତ ପରିମାଣର ନଗଦ ଟଙ୍କା ମହଜୁଦ ରଖିବାକୁ ଭାରତୀୟ ରିଜର୍ଭ ବ୍ୟାଙ୍କର ନିର୍ଦେଶ ।
୧୬-ବାଲେଶ୍ବର ଚାନ୍ଦିପୁର ସମନ୍ବିତ ପରୀକ୍ଷା କେନ୍ଦ୍ରର ୩ ନମ୍ବର ଉତକ୍ଷେପଣ କେନ୍ଦ୍ରରୁ ମଧ୍ୟମ ଦୂରଗାମୀ କ୍ରୁଜ କ୍ଷେପଣାସ୍ତ୍ର ‘ନିର୍ଭୟ’ର ସଫଳ ପରୀକ୍ଷା
୧୭-ସରିଲା ଆଇଏଏସ ପ୍ରେମ କାହାଣୀ: ଛାଡପତ୍ର ନେଲେ ଟିନା ଡାବି ଓ ଆତହାର ଖାଁ ।
୧୮-ପୁରୀ ଶ୍ରୀମନ୍ଦିର ଖୋଲିବା ପାଇଁ ପ୍ରଶାସନ ପକ୍ଷରୁ ନୂଆ ଏସଓପି ଜାରିଆଜି ଓ ୧୩ ତାରିଖ : ସେବକ ପରିବାର ସଦସ୍ୟଙ୍କୁ ଦର୍ଶନ ସୁଯୋଗ । ।୧୬ ରୁ ୨୦ ତାରିଖ ପୁରୀ ସହରବାସୀଙ୍କୁ ଦର୍ଶନ ଅନୁମତି୨୩ ରୁ ଅନ୍ୟ ସମସ୍ତଙ୍କୁ ଦର୍ଶନସୁଯୋଗ .ଶୁଭ ସକାଳ,ସୁପ୍ରଭାତ

Leave A Reply

Your email address will not be published.