ଭୁବନେଶ୍ୱର,୩୦/୧୧(ଏସଏସନିୟୁଜ) ରାଜ୍ୟ ସରକାର ଡିସେମ୍ବର ପାଇଁ ଗାଇଡଲାଇନ ଜାରି କରିଛନ୍ତି ।ଏହି କଟକଣା ୧ ଜାନୁଆରୀ ୨୦୨୨ ପର୍ଯ୍ୟନ୍ତ ଲାଗୁ ରହିବ । ସଂକ୍ରମଣ ବୃଦ୍ଧି ପାଇବା ଆଶଙ୍କାରେ ସେଲିବ୍ରେସନ ମନା କଲେ ସରକାରା କୌଣସି ସ୍ଥାନରେ ସପ୍ତାହନ୍ତ ସଟଡାଉନ ଲାଗୁ ହେବନି ।ନୂଆବର୍ଷ ଅବସରରେ ଜିରୋ ନାଇଟ ସେଲିବ୍ରେସନକୁ ବାରଣ କରାଯାଇଛି । ନୂଆ ବର୍ଷରେ ସର୍ବସାଧାରଣ ସ୍ଥାନରେ ପିକନିକ ଉପରେ ବି କଟକଣା ଲଗାଯାଇଛି । ହୋଟେଲ, ରେଷ୍ଟୁରାଣ୍ଟ, କ୍ଲବ, ପାର୍କ, ପ୍ରେକ୍ଷାଳୟ, କଲ୍ୟାଣ ମଣ୍ଡପ ଆଦି ସର୍ବସାଧାରଣ ଜାଗାରେ ଜିରୋ ନାଇଟ ପାଳନ ମନା କରାଯାଇଛି ।ସହରାଞ୍ଚଳରେ ରାତି ୧୦ଟାରୁ ଭୋର ୫ଟା ପର୍ଯ୍ୟନ୍ତ ନାଇଟ କର୍ଫ୍ୟୁ ଜାରି ରହିବ ।