ଆସିଲା କୁମ୍ଭୀର ଛୁଆ

0 384

ବାରଙ୍ଗ,୭/୮(ଏସଏସନିୟୁଜ)କଟକ ଜିଲ୍ଲା କିଶନନଗର ଥାନା ଅର୍ନ୍ତଗତ ବରଡା ଗ୍ରାମ ନିକଟ ମହାନଦୀରେ ଶନିବାର ସକାଳେ ମାଛ ମାରୁଥିବା ସମୟରେ ଜନୈକ ମତ୍ସ୍ୟଜୀବୀ ଙ୍କ ଜାଲରେ ଏକ ଘଡିଆଳ କୁମ୍ଭୀର ପଡ଼ିଥିଲା।ଖବର ପାଇ କଟକ ସିଟି ଫରେଷ୍ଟ ଡିଭିଜନ ର କର୍ମଚାରୀ ଘଟଣା ସ୍ଥଳରେ ପହଞ୍ଚିଥିଲେ।ପରେ ବନ କର୍ମଚାରୀମାନେ ଉକ୍ତ କୁମ୍ଭୀରଟିକୁ ଉଦ୍ଧାର କରି ନନ୍ଦନକାନନ କୁ ହସ୍ତାନ୍ତର କରିଥିଲେ। କୁମ୍ଭୀରଟି ସାତକୋଶିଆ ଗଣ୍ଡରୁ ମହନଦୀକୁ ଚାଲି ଆସିଥିବା ବନ ବିଭାଗ ଅନୁମାନ କରୁଛନ୍ତି। ଉକ୍ତ ଘଡିଆଳ କୁମ୍ଭୀରଟିର ଲମ୍ବ ୧ ଫୁଟ ୬ ଇଞ୍ଚ ଥିବା ଜଣାପଡିଛି।ବନ ବିଭାଗ ପକ୍ଷରୁ ଉକ୍ତ ମତ୍ସ୍ୟଜୀବୀଙ୍କୁ ଏକ ହଜାର ଟଙ୍କାର ପୁରସ୍କାର ପ୍ରଦାନ କରାଯାଇଥିଲା।ନନ୍ଦନକାନନ କୁ ହସ୍ତାନ୍ତର ପରେ ପ୍ରାଣୀ ଚିକିତ୍ସାଳୟରେ କୁମ୍ଭୀର ଟିର ସ୍ବାସ୍ଥ୍ୟାବସ୍ଥା ପରୀକ୍ଷା କରାଯାଇଛି।ବର୍ତ୍ତମାନ ପ୍ରାଣୀ ଉଦ୍ୟାନରେ ଘଡିଆଳ କୁମ୍ଭୀର ସଂଖ୍ୟା ୨୮ କୁ ବୃଦ୍ଧି ପାଇଛି।(ଗୈାତମରାଉତଙ୍କ ରିପୋର୍ଟ)

Leave A Reply

Your email address will not be published.