ଆସିଲା ନଭେମ୍ବର ଗାଇଡଲାଇନ

ଭୁବନେଶ୍ବର,୩୧/୧୦(ଏସଏସନିୟୁଜ) ରାଜ୍ୟ ସରକାର ଆଜି ନଭେମ୍ବର ମାସ ଲାଗି ଗାଇଡଲାଇନ୍ ଜାରି କରିଛନ୍ତି। ନଭେମ୍ବର ୧ରୁ ଡିସେମ୍ବର ଡିସେମ୍ବର ୧ ଯାଏଁ ବଳବତ୍ତର ରହିବ ଏହି ଗାଇଡଲାଇନ । ଗାଇଡ୍‌ଲାଇନ୍ ଅନୁଯାୟୀ ପୂର୍ବପରି କଣ୍ଟେନମେଣ୍ଟ ଜୋନ୍‌ଗୁଡ଼ିକରେ ଲକଡାଉନ୍ ବଳବତ୍ତର ରଖିଛନ୍ତି । କଣ୍ଟେନମେଣ୍ଟ ଜୋନ୍‌ରେ ଏହି ନିଷେଧାଦେଶ ଆସନ୍ତା ନଭେମ୍ବର ୩୦ତାରିଖ ପର‌୍ୟ୍ୟନ୍ତ ବଳବତ୍ତର ରହିବ ।ପୂର୍ବ ଭଳି ସପ୍ତାହାନ୍ତ ସଟଡାଉନ ନରହିବା ସହ ପୌରାଞ୍ଚଳରେ ରାତି ୧୦ଟାରୁ ସକାଳ ୫ଟା ପର‌୍ୟ୍ୟନ୍ତ ନାଇଟ କର୍ଫ୍ୟୁ ଲାଗୁ ହେବାସହ ସକାଳ ୫ଟାରୁ ରାତି ୧୦ଟା ଯାଏଁ ସବୁ ଖୋଲା ରହିବ ।ତେବେ ନାଇଟ କର୍ଫ୍ୟୁ ସମୟରେ ଜରୁରୀ ସେବା ଜାରି ରହିବ। ମେଡିକାଲ ସେବା,ମେଡିସିନ ଷ୍ଟୋର ଆଦିକୁ ଛାଡ଼ି ଅନ୍ୟ ସମସ୍ତ ବ୍ୟବସାୟିକ ଦୋକାନ ବନ୍ଦ ରହିବ । ତେବେ ଅତ୍ୟାବଶ୍ୟକ ସାମଗ୍ରୀର ହୋମ ଡେଲିଭରି ହୋଇପାରିବ । ହୋଟେଲ, ରେଷ୍ଟୁରାଣ୍ଟରୁ ଖାଦ୍ୟ ମଗାଇପାରିବେ । ଏୟାରପୋର୍ଟ ତଥା ରେଳଷ୍ଟେସନରୁ ଯାତ୍ରୀଙ୍କୁ ଟାକ୍ସି କିମ୍ବା ଅଟୋରେ ଯିବାକୁ ଅନୁମତି ।ତେବେକୋଭିଡ କଟକଣାକୁ ମାନି ପର୍ବପର୍ବାଣୀ ପାଳନ କରିବାକୁ ନିର୍ଦ୍ଦେଶ ଦିଆଯାଇଥିବାବେଳେ ଦୀପାବଳି ଥିବା ବେଳେ ବାଣ ବିକ୍ରି ଏବଂ ବ୍ୟବହାରକୁ ନେଇ ପରେ ଗାଇଡଲାଇନ ଜାରି କରାଯିବ ବୋଲି କୁହାଯାଇଛି।

- Advertisement -

Leave A Reply

Your email address will not be published.