ଆସିଲା ଟିକା ୨୨ଟି ଜିଲ୍ଲାରେ ଦିଆଯିବ

0 237

ଭୁବନେଶ୍ୱର,୬/୬(ଏସ୍‌ଏସ୍‌ନିୟୁଜ) ରାଜ୍ୟରେ ଆସି ପହଁଚିଛି ୨ ଲକ୍ଷ ୨୭ ହଜାର ୭୫୦ ଡୋଜ୍ କୋଭିସିଲ୍ଡ ଟିକା । ବାକି ୨୨ ଜିଲ୍ଲା ମୁଖ୍ୟାଳୟରେ ଏହି ଟିକା ଜୁନ ମାସରେ ପ୍ରଥମ ଡୋଜ୍ ୧୮ରୁ ୪୪ ବର୍ଷ ବର୍ଗର ବ୍ୟକ୍ତିଙ୍କୁ କୁ ଦିଆଯିବାନେଇ ପ୍ରସ୍ତୁତ ରହିବାକୁ ନିର୍ଦ୍ଦେଶ ଦେଇଛି ସ୍ୱାସ୍ଥ୍ୟ ବିଭାଗ ।ତେବେ ତୃତୀୟ ପର୍ଯ୍ୟାୟରେ ୫ଟି ମହାନଗର ନିଗମ ଓ ୬ଟି ଜିଲ୍ଲା ହେଡକ୍ୱାଟରରେ ମେ’ ମାସରେ ଏହି ବର୍ଗ ପାଇଁ ଟିକାକରଣ ଆରମ୍ଭ ହୋଇଥିଲା । ଜୁନ ମାସରେ ୩ଟି ପର୍ଯ୍ୟାୟରେ ରାଜ୍ୟକୁ ୬ ଲକ୍ଷ ୪୫ ହଜାର ୭୯୦ ଡୋଜ୍ କୋଭିସିଲ୍ଡ ଟିକା ଆସିବ ବୋଲି କହିଛନ୍ତି ସ୍ୱାସ୍ଥ୍ୟ ବିଭାଗର ଅତିରିକ୍ତ ମୁଖ୍ୟ ଶାସନ ସଚିବ ପ୍ରଦୀପ୍ତ ମହାପାତ୍ର ।

Leave A Reply

Your email address will not be published.