ଆସିଲା ଜିଲ୍ଲା ପରିଷଦ ଅଧ୍ୟକ୍ଷ ସଂରକ୍ଷଣ ତାଲିକା

0 191

ଭୁବନେଶ୍ୱର,୮/୧(ଏସଏସନିୟୁଜ)ଆଉ ଦିନକେଇଟା ପରେ ହେବ ପଂଚାୟତନିର୍ବାଚନ । ଏନେଇ ପ୍ରସ୍ତୁତି ଶେଷ ପର‌୍ୟ୍ୟାୟରେ ପହଁଚିଛି । କେବଳ ନିର୍ବାଚନ ତାରିଖ ଘୋଷଣା କରାଯିବା ବାକି ରହିଛି ।ଏହାଭିତରେ ପ୍ରକାଶ ପାଇଛି ଜିଲ୍ଲା ପରିଷଦ ଅଧ୍ୟକ୍ଷ ପଦବୀ ପାଇଁ ଚୂଡ଼ାନ୍ତ ସଂରକ୍ଷଣ ତାଲିକା ।ତବେ ୩୦ଟି ଜିଲ୍ଲା ମଧ୍ୟରୁ ଅନୁସୂଚିତ ଜନଜାତି ପାଇଁ ୭ଟି ଜିଲ୍ଲା ପରିଷଦ ପଦବୀ ସଂରକ୍ଷିତ ରହିଥିବା ବେଳେ ଅନୁସୂଚିତ ଜାତି ପାଇଁ ୫ଟି ପଦବୀ ସଂରକ୍ଷିତ ରହିଛି । ସେହିପରି ୧୫ଟି ଜିଲ୍ଲାରେ ଅଧ୍ୟକ୍ଷ ପଦବୀ ମହିଳାଙ୍କ ପାଇଁ ସଂରକ୍ଷିତ ରହିଛି ।କଟକ- ଅଣସିଂରକ୍ଷିତ, ଖୋର୍ଦ୍ଧା- ମହିଳା, ଅନୁଗୁଳ-ଅଣସଂରକ୍ଷିତ, ଭଦ୍ରକ- ଅନୁସୂଚିତ ଜାତି, କନ୍ଧମାଳ- ଅନୁସୂଚିତ ଜନଜାତି ମହିଳା, କଳାହାଣ୍ଡି- ଅଣସଂରକ୍ଷିତ, କେନ୍ଦୁଝର- ଅଣସଂରକ୍ଷିତ, କେନ୍ଦ୍ରାପଡ଼ା- ଅନୁସୂଚିତ ଜାତି ମହିଳା, କୋରାପୁଟ- ଅନୁସୂଚିତ ଜନଜାତି ମହିଳା, ଗଜପତି- ଅଣସଂରକ୍ଷିତ, ଗଞ୍ଜାମ- ମହିଳା, ଜଗତସିଂହପୁର-ଅନୁସୂଚିତ ଜାତି, ଝାରସୁଗୁଡ଼ା- ମହିଳା, ଢେଙ୍କାନାଳ- ମହିଳା, ସୋନପୁର- ଅଣସଂରକ୍ଷିତ ଦେଓଗଡ଼- ଅଣସିଂରକ୍ଷିତ, ନବରଙ୍ଗପୁର- ଅନୁସୂଚିତ ଜନଜାତି, ନୟାଗଡ଼- ଅଣସିଂରକ୍ଷିତ, ନୂଆପଡ଼ା- ମହିଳା, ପୁରୀ- ମହିଳା, ବରଗଡ଼- ଅଣସଂରକ୍ଷିତ ମହିଳା, ବଲାଙ୍ଗିର- ମହିଳା, ବାଲେଶ୍ୱର- ଅଣସଂରକ୍ଷିତ, ବୌଦ୍ଧ- ଅନୁସୂଚିତ ଜାତି ମହିଳା, ମୟୂରଭଞ୍ଜ- ଅନୁସୂଚିତ ଜନଜାତି, ମାଲକାନଗିରି- ଅନୁସୂଚିତ ଜନଜାତି ମହିଳା, ଯାଜପୁର- ଅନୁସୂଚିତ ଜାତି ମହିଳା, ରାୟଗଡ଼ା- ଅନୁସୂଚିତ ଜନଜାତି ମହିଳା, ସମ୍ବଲପୁର- ମହିଳା, ସୁନ୍ଦରଗଡ଼- ଅନୁସୂଚିତ ଜନଜାତି ବୋଲି ପଞ୍ଚାୟତିରାଜ ବିଭାଗ ପକ୍ଷରୁ ଏକ ତାଲିକା ପ୍ରକାଶ ପାଇଛି ।

Leave A Reply

Your email address will not be published.