ଏଏସ୍ଆଇଙ୍କ ଝୁଲନ୍ତା ମୃତଦେହ ଉଦ୍ଧାର

କଟକ, ୧୮/୧୨(ଏସଏସନିଉଜ) ବାରଙ୍ଗ ଥାନା ଏଏସ୍ଆଇ ଅଶୋକ ପ୍ରଧାନଙ୍କ ଝୁଲନ୍ତା ମୃତଦେହ ତାଙ୍କ ଘର ନନ୍ଦନକାନନଥାନା ଅଧିନସ୍ଥ ପଦାସାହି ଘରୁ ଉଦ୍ଧାର ହୋଇଛି ।ଗତକାଲି ବିଳମ୍ଭିତରାତିରେ ଏହି ଘଟଣା ଘଟିଥିବାବେଳେ ଆତ୍ମହତ୍ୟାର ପକୃତ କାରଣ ଜଣାପଡିନାହିଁ ।ସେ ବାରଙ୍ଗଥାନାରୁ ଗତକାଲିରାତି ସାଢେ୧୦ରେ ଆସି ଘରେ ପହଁଚିଥିଲେ ।ଏହାପରେ ନିଜ ରୁମରେ କବାଟ ଦେଇ ଶୋଇଥିଲେ ।ବିଳମ୍ଭିତ ରାତିପର୍ଯ୍ୟନ୍ତ ଅଶୋକ ଖାଇବାକୁ ନଆସିବାରୁ ତାଙ୍କ ପତ୍ନୀ କବାଟ ବାଡେଇବା ପରେମଧ୍ୟ କବାଟ ଖୋଲିନଥିଲେ ।ପରେ ପରିବାରର ଅନ୍ୟସଦସ୍ୟମାନଙ୍କୁ ଡାକି କବାଟ ଭାଙ୍ଗି ଫ୍ୟାନରେ ଝୁଲନ୍ତା ଅବସ୍ଥାରେ ଦେଖି ପୋଲିସକୁ ଖବରଦେବାସହ ଉଦ୍ଧାର କରି ଡାକ୍ତରଖାନାକୁ ନେଇଥିଲେ ।

- Advertisement -

Leave A Reply

Your email address will not be published.