ଅଷ୍ଟ୍ରେଲିଆ ମାଟିରେ ଇତିହାସ ରଚିଲା ଟିମ୍ ଇଣ୍ଡିଆ

ଖବର ଆଜିର,ତାରିଖ ୨୦-୦୧-୨୦୨୧ ବୁଧବାର

0 279

୧-ଅଷ୍ଟ୍ରେଲିଆ ମାଟିରେ ଇତିହାସ ରଚିଲା ଟିମ୍ ଇଣ୍ଡିଆ । ୩୨ ବର୍ଷ ପରେ ବ୍ରିସବେନରେ ହାରିଲା ଅଷ୍ଟ୍ରେଲିଆ, ୨-୧ରେ ଟେଷ୍ଟ ସିରିଜକୁ କଙ୍ଗାରୁ ହାତରୁ ଛଡେଇ ନେଲା ଭାରତ ।
୨-ଇଂଲଣ୍ଡ ବିପକ୍ଷ ପ୍ରଥମ ଦୁଇଟି ଟେଷ୍ଟ ମ୍ୟାଚ ପାଇଁ ଘୋଷଣା ହେଲା ଭାରତୀୟ ଦଳ । ଦଳକୁ ଫେରିଲେ ବିରାଟ କୋହଲି ।
୩-କୋଭିଡ୍ ଟିକା ନେବା ପାଇଁ ଆଗ୍ରହ ଦେଖାଉଛି ଓଡ଼ିଶା । ପୂରା ଦମରେ ଚାଲିଛି ଟିକାକରଣ, ଏଯାଏଁ ଦେଖାଦେଇନି ଗୁରୁତର ପାଶ୍ୱର୍ ପ୍ରତିକ୍ରିୟା ।
୪-ବାଇଡେନ୍‌ଙ୍କ ଶପଥ ଗ୍ରହଣ ଉତ୍ସବ: ଅଭେଦ୍ୟ କିଲ୍ଲାରେ ପରିଣତ ହେଲା ଓ୍ବାଶିଂଟନ ।
୫–ଆସାମ ବିଧାନସଭା ନିର୍ବାଚନ: ୫ ଦଳ ସହ ମେଣ୍ଟ କରିବ କଂଗ୍ରେସ ।
୬-ପ୍ରସ୍ତାବିତ ଆନ୍ତର୍ଜାତୀୟ ହକି ଷ୍ଟାଡିୟମ ପ୍ରକଳ୍ପ ସ୍ଥାନ ପରିଦର୍ଶନ କଲେ ମୁଖ୍ୟ ଶାସନ ସଚିବ ଓ ମୁଖ୍ୟମନ୍ତ୍ରୀଙ୍କ ସଚିବ (5T) – ୨୦୨୨ ମଧ୍ୟଭାଗ ଶୁଦ୍ଧା ଶେଷ କରିବା ଲକ୍ଷ୍ୟ ।
୭-୨୦୦୦ରୁ ଅଧିକ ଡାକ୍ତରଙ୍କୁ ମିଳିବ ନିଯୁକ୍ତି, ଓପିଏସ୍‌ସି ପକ୍ଷରୁ ପ୍ରକାଶ ପାଇବ ବିଜ୍ଞପ୍ତି ।
୮-୨୯ରୁ ବଜେଟ୍ ଅଧିବେଶନ, ସାଂସଦଙ୍କୁ ଆଉ ମିଳିବନି କ୍ୟାଣ୍ଟିନ୍ ରିହାତି ।
୯-ଦ୍ଵିତୀୟ ପର୍ଯ୍ୟାୟରେ ଓଡ଼ିଶା ଆସିଲା ୩,୩୪,୫୩୪ ଡୋଜ ଟିକା ।
୧୦-ବାଣୀବିହାର କ୍ୟାମ୍ପସରେ ଦୁଇ ଗୋଷ୍ଠୀ ମୁହାଁମୁହିଁ ଘଟଣା: ତଡ଼ା ଖାଇବେ ଅଣଛାତ୍ର ।
୧୧-ରାଜ୍ୟର ମାଧ୍ୟମିକ ବିଦ୍ୟାଳୟ ତଥା ହାଇସ୍କୁଲରେ ଶିକ୍ଷାଦାନ କରୁଥିବା ୩୮୮୪ଜଣ ଚୁକ୍ତିଭିତ୍ତିକ ଶିକ୍ଷକ/ଶିକ୍ଷୟିତ୍ରୀଙ୍କୁ ନିୟମିତ କରାଯାଇଛି।
୧୨-ଓଡିଆ ଉଦ୍ୟୋଗୀଙ୍କ କମ୍ପାନୀ ଦ୍ୱାରା ପ୍ରସ୍ତୁତ ଇ-ସାଇକଲ ଉଦଘାଟନ କଲେ କେନ୍ଦ୍ରମନ୍ତ୍ରୀ ପ୍ରତାପ ଷଡ଼ଙ୍ଗୀ ।
୧୩-କୃଷି ଆଇନ୍ ଉପରେ ସୁପ୍ରିମକୋର୍ଟ କମିଟିର ପ୍ରଥମ ବୈଠକ ଅନୁଷ୍ଠିତ ।
୧୪-ଜେଇଇ ମୁଖ୍ୟ ପରୀକ୍ଷା, ୭୫%ରୁ ଅଧିକ ନମ୍ବର ରଖିବା ଯୋଗ୍ୟତା ମାନଦଣ୍ଡ କୋହଳ ।
୧୫-ଏୟାର ଡିଫେନ୍ସ ସିଷ୍ଟମ ଏସ୍-୪୦୦ ନେଇ ରୁଷ୍ ଯାଉଛି ଭାରତୀୟ ସେନାର ସ୍ୱତନ୍ତ୍ର ଟିମ୍ । ରୁଷରେ ରହି ପରିଚାଳନାର ନେବେ ତାଲିମ ।
୧୬-ହାଭାର୍ଡରେ ପ୍ରଫେସର: ଠକେଇର ଶିକାର ପରେ ଦିଲ୍ଲୀ ସାଇବର ସେଲ୍‌ରେ ଅଭିଯୋଗ କଲେ ନିଧି ରାଜଦାନ ।
୧୭-ବଦଳିବ ‘ତାଣ୍ଡବ’ର ବିବାଦୀୟ ସିନ୍‌, ପୁଣି ଥରେ କ୍ଷମା ମାଗିଲେ ଓ୍ବେବ୍ ସିରିଜ୍‌ର ନିର୍ମାତା ।
ଶୁଭ ସକାଳ,ସୁପ୍ରଭାତ

Leave A Reply

Your email address will not be published.