ବିପିୟୁଟିରେ ହେବ ଭାରତର ସର୍ବବୃହତ ହକି ଷ୍ଟାଡିୟମ

0 234

ଭୁବନେଶ୍ବର,୧୯/୧(ସତ୍ୟସନ୍ଧାନ ଡେସ୍କ)୨୦୨୩ରେ ଓଡ଼ିଶାରେ ଆୟୋଜିତ ହେବ ହକି ୱାର୍ଲ୍ଡ କପ୍। ଏଥର ୱାର୍ଲ୍ଡ କପ୍ ମ୍ୟାଚ୍ ରାଜଧାନୀ ଭୁବନେଶ୍ୱର ବ୍ୟତୀତ ରାଉରକେଲାରେ ମଧ୍ୟ ହେବ। ହକି ୱାର୍ଲ୍ଡ କପ୍ ପାଇଁ ରାଉରକେଲାର ବିପିୟୁଟି ପରିସରରେ ନିର୍ମିତ ହେବ ନୂଆ ଷ୍ଟାଡିୟମ। ଏଥିପାଇଁ ଆଜି ମୁଖ୍ୟ ଶାସନ ସଚିବ ସୁରେଶ ମହାପାତ୍ର, ମୁଖ୍ୟମନ୍ତ୍ରୀଙ୍କ ସଚିବ (5T) ଭିକେ ପାଣ୍ଡିଆନ୍, କ୍ରୀଡ଼ା ଓ ଯୁବ ବ୍ୟାପାର ସେବା ବିଭାଗର ସ୍ୱତନ୍ତ୍ର ସଚିବ ଆର୍ ଭିନୀଲ କ୍ରିଷ୍ଣା ରାଉରକେଲା ଗସ୍ତ କରି ବିପିୟୁଟି ପରିସରରେ ନିର୍ମିତ ହେବାକୁଥିବା ପ୍ରସ୍ତାବିତ ଅନ୍ତର୍ଜାତୀୟ ହକି ଷ୍ଟାଡିୟମ ପରିଦର୍ଶନ କରିଛନ୍ତି। ୨୦୨୨ ସୁଦ୍ଧା ଏହାକୁ ପୂରା କରିବାକୁ ଲକ୍ଷ୍ୟ ରଖାଯାଇଛି।.
ମୁଖ୍ୟ ଶାସନ ସଚିବ ଓ ମୁଖ୍ୟମନ୍ତ୍ରୀଙ୍କ ସଚିବ (5T) ଏହି ପ୍ରକଳ୍ପ ସମ୍ପର୍କରେ କ୍ରୀଡ଼ା ବିଭାଗର ସ୍ୱତନ୍ତ୍ର ସଚିବଙ୍କ ଆଲୋଚନା କରିଛନ୍ତି। ଖୁବଶୀଘ୍ର ମୁଖ୍ୟମନ୍ତ୍ରୀଙ୍କ ନିକଟରେ ଏହି ପ୍ରକଳ୍ପ ସମ୍ପର୍କରେ ବିସ୍ତୃତ ଉପସ୍ଥାପନା କରାଯିବ। ସୂଚନାଯୋଗ୍ୟ, ଗତମାସରେ ରାଉରକେଲାରେ ୨୦୨୩ ବିଶ୍ୱକପ୍ ଓଡ଼ିଶାରେ ଆୟୋଜନ ହେବା ନେଇ ଘୋଷଣା କରିଥିଲେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ।.
ବିପିୟୁଟିରେ ହେବାକୁଥିବା ଏହି ପ୍ରସ୍ତାବିତ ଷ୍ଟାଡିୟମରେ ଉଭୟ ଖେଳାଳି ଓ ଦର୍ଶକଙ୍କୁ ବିଶ୍ୱସ୍ତରୀୟ ଅନୁଭୂତି ପ୍ରଦାନ କରିବା ପାଇଁ ଏହାର ନୂଆ ଡିଜାଇନ୍ ପ୍ରସ୍ତୁତ କରାଯାଇଛି। ଏହା ଭାରତର ସର୍ବବୃହତ ହକି ଷ୍ଟାଡିୟମ ହେବ ଏବଂ ଏକାଥରକେ ୨୦ହଜାର ଦର୍ଶକ ବସି ମ୍ୟାଚ୍ ଦେଖିପାରିବେ। ବିଶ୍ୱର ଅତ୍ୟାଧୁନିକ ପିଚ୍ ସହ ଫ୍ଲଡ୍ ଲାଇଟ୍, ଅଭ୍ୟାସ ପିଚ୍, ଜିମ୍, ହାଇଡ୍ରୋ ଥେରାପି, ମିଡିଆ କେନ୍ଦ୍ର, ବେତାର କେନ୍ଦ୍ର ସହ ପାର୍କିଂ ଓ ଦର୍ଶକଙ୍କ ପାଇଁ ବିଭିନ୍ନ ସୁବିଧାର ବ୍ୟବସ୍ଥା କରାଯିବ।

Leave A Reply

Your email address will not be published.