ଅଶୁଭ ନୁଆବର୍ଷ!ଚିତା ପରେ ହେଟା ମୃତ୍ୟୁ

0 366

ଭୁୁବନେଶ୍ବର:୪/୧-(ଏସଏସଏନ)ଅଶୁଭ ନୁଆବର୍ଷ । ଏକଥା ଆମେ କହୁନୁ , କହୁଛନ୍ତି ପଶୁପ୍ରେମୀ । କହିବା ବି ସ୍ବଭାବିକ୍ । କାରଣ ନୁଆବର୍ଷ ପାଦ ଥାପୁଥାପୁ ପ୍ରାଣୀଉଦ୍ୟାନ ନନ୍ଦନକାନନରେ  ବିରଳ ଜୀବଜନ୍ତୁଙ୍କର ମୁଣ୍ଡ ଗଡିବା ଆରମ୍ଭ କଲାଣି ।

ନୁଆବର୍ଷର ଠିକ୍ ତିନି ଦିନ ପୁର୍ବରୁ ସିଂହ ପିଛାନ ମୃତ୍ୟୁ ଘଟଣା ମନରୁ ନଲିଭୁଣୁ ପୁଣି ଗୋଟିଏ ଦିନ ପରେ ଚିତା ବାଘ ବର୍ଷାର ମୃତ୍ୟୁ ହୋଇଥିଲା । ଯାହାକୁ ନେଇ କର୍ମଚାରି ଠୁ ଆରମ୍ଭ କରି କର୍ତ୍ତୁପକ୍ଷ ମର୍ମାହତ ହେବା ସହ ପଶୁପ୍ରେମୀଙ୍କ ମହଲରେ ଦୁଃଖର ଛାୟା ଖେଳିଯାଇଥିଲା । ସମସ୍ତ ମନରେ ଥିଲା ନୁଆ ବର୍ଷ ନନ୍ଦନକାନନ ପାଇଁ ଶୁଭଙ୍କର ହେବ । ହେଲେ ତାହା ଓଲଟା ଦେଖିବାକୁ ମିଳିଛି । କାରଣ ନୁଆବର୍ଷ ପାଦ ଥାପି ଚାରିଦିନ ନପୁରୁଣୁ ପୁଣି ହେଟାବାଘର ମୃତ୍ୟୁ ହୋଇଛି ।ପ୍ରାଣୀଉଦ୍ୟାନର ୨୫ ନମ୍ବର ଖୁଆଡରେ ରହୁଥିବା ଅଣ୍ଡିରା  ହେଟା ବାଘଟି ଆଜି ସକାଳେ ତାର  ଖୁଆଡ ରେ ମରି ପଡିଥିଲା । କର୍ମଚାରୀ ଦେଖି କର୍ତ୍ତୁପକ୍ଷକୁ ଖବର ଦେଇଥିଲେ । କର୍ତ୍ତୁପକ୍ଷ ଓ ଡାକ୍ତରି ଟିମ ଘଟଣାସ୍ଥଳରେ ପହଁଚି ହେଟା ବାଘକୁ ଉଦ୍ଧାର କରି  ତାକୁ ବ୍ୟବଛେଦ ପାଇଁ ଓୟୁଏଟି କୁ ନିଆଯାଇଛି ବୋଲି ଜଣାପଡିଛି । ଏହି ହେଟାବାଘର ମୃତ୍ୟୁ ପରେ ଏମାନଙ୍କ ସଂଖ୍ୟା ହ୍ରାସ ପାଇ  7ଟି ଥିବା ଜଣାପଡିଛି । ନୁଆବର୍ଷରେ ହେଟାବାଘର ମୃତ୍ୟୁ ନେଇ ପଶୁପ୍ରେମୀ ମହଲରେ ଦୁଃଖର ବାତାବରଣ ଖେଳିଯାବା ସହ ନୁଆ ବର୍ଷ ଅଶୁଭ ବୋଲି ମତପ୍ରକାଶ ପାଇଛି ।

Leave A Reply

Your email address will not be published.