ଜିତିଲେ ମିଳିବ ନ ଫୁଟ୍ ର କପ

0 300

ବାରଙ୍ଗ-୭/୧/୨୦୨୦(ଏସ୍ଏସ୍ ନିଊଜ) ଖୁବ୍ ଶିଘ୍ର ଆରମ୍ଭ ହେବାକୁ ଯାଉଛି ମଧୁପୁର ଭିଲେଜ କପ କ୍ରିକେଟ୍ ଟୁର୍ଣ୍ଣାମେଂଟଣ୍ଟ । ଯାହାକୁ ନେଇ ଏବେଠାରୁ ଆରମ୍ଭ ହୋଇଯାଇଛି ପ୍ରସ୍ତୁତି ପର୍ବ । ଅନ୍ୟପଟେ ଏହି ଟୁର୍ଣ୍ଣାମେଂଟରେ ଭାଗ ନେବାକୁ ଥିବା କ୍ରିକେଟ୍ ଦଳ ମଧ୍ୟରେ ଚାଲିଛି ଜୋରଦାର ଅଭ୍ୟାସ । ତେବେ ଏହି ଟୁର୍ଣାମେଂଟକୁ ନେଇ ଉସ।ହିତ ଅଛନ୍ତି ମଧୁପୁର ଜୟଶ୍ରୀରାମକ୍ଲବର ପିଲାମାନେ ।୧୧ତାରିଖରେ ଆରମ୍ଭ ହୋଇ ୧୨ତାରିଖରେ ଏହା ସରିବ ।ଦୁଇଦିନ ଧରି ଗ୍ରାମମଝି ଭାଗବତଗୃହର ପଛପଟ ଖେଳପଡିଆରେ ଅନୁଷ୍ଠିତ ହେବାକୁ ଥିବା କ୍ରିକେଟଟୁର୍ଣାମେଂଟରେ ମଧୁପୁର ଗ୍ରାମର ୬ଟି ଦଳ ଅଂଶଗ୍ରହଣ କରି ନିଜର ପରାକାଷ୍ଠା ଦେଖାଇବେ । ଜୟଶ୍ରୀରାମକ୍ଲବର ଏହା ହେଉଛି ୫ମବାର୍ଷିକ ଟୁଢର୍ଣାମେଂଟ ।ଏହି ଟୁର୍ଣାମେଂଟକୁ ସଫଳ କରିବାପାଇଁ ସମସ୍ତ ସଦସ୍ୟମାନେ ପ୍ରାଣମୁର୍ଛା ଉଦ୍ୟମ ଆରମ୍ଭ କରିଛନ୍ତି ।ଉଦଯାପନି ଉସବରେ ବାଙ୍କୀର ଯୁବବିଧାୟକଙ୍କ ହାତରେ ବିଜେତାକୁ ମିଳିବ ପୁରସ୍କାର ।ଏହି ପୁରସ୍କାର ହେଉଛି ୯ପୁଟ ଉଚ୍ଚର ଆକର୍ଷଣୀୟ କପ୍ । ଖାଲି ସେତିକି ନୁହେଁ ଏହା ସହିତ ମିଳିବ ନଗଦ ୧୦ହଜାରେ ଟଙ୍କା ଓ ରନସର୍୍ଅର୍ପ ଦଳକୁ ମିଳିବ ୮ହଜାରେ ଟଙ୍କା ବୋଲି ଜୟଶ୍ରୀରାମକ୍ଲବର ସଭାପତି ଜିତେନ୍ଦ୍ରନାୟକ କହିଛନ୍ତି । କ୍ଲବର ସଦସ୍ୟ ବାପିମଲ୍ଲିକ, ଶିଲୁସାହୁ,ଥୂକୁଲରାଉତ,ଲିଟୁସାହୁ,ସନ୍ଦିପ ପାଲ ମଧ୍ୟ ବହୁତ ଉସ।ହିତ ଥିବାବେଳେ ପଡିଆ ସଫା କରିବା ସହ ଆନୁସାଙ୍ଗିକ ବ୍ୟବସ୍ଥା ସାରିି ଉଦଘାଟନି ଉସବକୁ ପ୍ରତିକ୍ଷା କରିଥିବାର କହିଛନ୍ତି ।

Leave A Reply

Your email address will not be published.