ଆତଙ୍କବାଦୀ ଆକ୍ରମଣ ଯୋଜନାକୁ ପଣ୍ଡ କଲେ ସୁରକ୍ଷାକର୍ମୀ

0 190

ଜାମ୍ମୁ,୧୫/୨(ସତ୍ୟସନ୍ଧାନ) ପୁଲୱାମା ଆକ୍ରମଣର ଦ୍ବିତୀୟ ବର୍ଷପୂର୍ତ୍ତି ଅବସରରେ ରବିବାର ଆତଙ୍କବାଦୀଙ୍କ ଏକ ବଡ ଧରଣର ଆକ୍ରମଣ ଯୋଜନାକୁ ପଣ୍ଡ କରିଛନ୍ତି ସୁରକ୍ଷାକର୍ମୀ । ରବିବାର ଜାମ୍ମୁ ବସଷ୍ଟାଣ୍ଡ ନିକଟରୁ ସୁରକ୍ଷାକର୍ମୀମାନେ ୭କିଲୋଗ୍ରାମ ବିସ୍ଫୋରକ (ଆଇଇଡି)ଜବତ କରିଛନ୍ତି। ଏହି ଆକ୍ରମଣ ଯୋଜନାରେ ସମ୍ପୃକ୍ତ ଅଭିଯୋଗରେ ୪ ଜଣଙ୍କୁ ଗିରଫ କରାଯାଇଛି। ଜାମ୍ମୁ ଆଇଜିପି ମୁକେଶ ସିଂହଙ୍କ କହିବା ଅନୁଯାୟୀ ଗିରଫ ଅଭିଯୁକ୍ତ ହେଲେ ଚଣ୍ଡିଗଡର ନର୍ସିଂ ଛାତ୍ର ସୁହେଲ ବାସିଲ ଶାହା,ସୁହେଲର ସାଙ୍ଗ କ୍ବାଜି ୱାସିମ୍ ,ଆବିଦ ନବି ଓ ସକିଲ ଖାଁ ।
ସେହିପରି ସାମ୍ବା ଜିଲାରୁ ପୁଲିସ ୬ଟି ପିସ୍ତଲ ଓ ୧୫ଟି ଛୋଟ ଆଇଇଡି ଜବତ କରିଛି। ପୁଲିସ କହିଛି ଯେ ରଘୁନାଥ ମନ୍ଦିର, ଜାମ୍ମୁ ରେଲୱେ ଷ୍ଟେସନ, ଲଖଦତ୍ତ ବଜାର ଆତଙ୍କବାଦୀଙ୍କ ଟାର୍ଗେଟରେ ରହିଛି। ଡିଜିପି ଦିଲବାଗ ସିଂହ କହିଛନ୍ତି ଯେ ନିଷ୍କ୍ରୀୟ ଅବସ୍ଥାରେ ଥିବା ଆତଙ୍କବାଦୀ ସଂଗଠନ ଅଲ ବାଦର ଓ ପଞ୍ଜାବରେ ପଢୁଥିବା କାଶ୍ମୀର ଛାତ୍ରଙ୍କୁ ସକ୍ରିୟ କରିବା ଲାଗି ପାକିସ୍ତାନ ଯୋଜନା ଚଳାଇଛି। ପୁଲୱାମା ବର୍ଷପୂର୍ତ୍ତି ପାଇଁ ଆତଙ୍କବାଦୀ ସଂଗଠନଗୁଡିକ ଆକ୍ରମଣ ଘଟାଇବାକୁ ଯୋଜନା କରିଥିବା ସୂଚନା ମିଳିଛି। ଏଥିପାଇଁ ୨-୩ଦିନ ହାଇଆଲର୍ଟ ଜାରି କରାଯାଇଛି।

ନର୍ସିଂ ଛାତ୍ରଙ୍କ ସମେତ ୪ ଗିରଫ

Leave A Reply

Your email address will not be published.