ଟୋଲ୍‍ ପ୍ଲାଜାହେଲା ଫାସ୍‍ଟ୍ୟାଗ୍‍ ଲେନ୍‍

0 244

ନୂଆଦିଲ୍ଲୀ,୧୫/୨(ସତ୍ୟସନ୍ଧାନ ଡେସ୍କ ) ଜାତୀୟ ରାଜପଥରେ ଥିବା ଟୋଲ୍‍ ପ୍ଲାଜାଗୁଡ଼ିକର ସମସ୍ତ ଲେନ୍‍ଗୁଡ଼ିକୁ ସୋମବାର ମଧ୍ୟରାତ୍ରିରୁ ଫାସ୍‍ଟ୍ୟାଗ୍‍ ଲେନ୍‍ ଭାବେ ଘୋଷଣା କରାଯିବ। ସଡ଼କ ପରିବହନ ଓ ରାଜପଥ ମନ୍ତ୍ରଣାଳୟ ପକ୍ଷରୁ କୁହାଯାଇଛି, ଡିଜିଟାଲ୍‍ ମାଧ୍ୟମରେ ଦେୟ ପୈଠ, ଅପେକ୍ଷା ସମୟ ହ୍ରାସ, ଇନ୍ଧନ ସଞ୍ଚୟ ବୃଦ୍ଧି ଏବଂ ଟୋଲ୍‍ ପ୍ଲାଜାଗୁଡ଼ିକରେ ସହଜରେ ଯାତାୟତ କରିବାପାଇଁ ଏହି ପଦକ୍ଷେପ ହାତକୁ ନିଆଯାଇଛି। ଆସନ୍ତାକାଲିଠାରୁ ଏହାକୁ ବାଧ୍ୟତାମୂଳକ କରାଯାଇଛି।
ଜାତୀୟ ରାଜପଥ ଦେୟ ନିୟମ-୨୦୦୮ ଅନୁସାରେ ଫାସ୍‍ଟ୍ୟାଗ୍‍ ନ ଥିବା ଯାନଗୁଡ଼ିକ ଟୋଲ୍‍ ପ୍ଲାଜା ଦେଇ ଗଲେ ନିର୍ଦ୍ଧାରିତ ଫି’ ପରିମାଣର ଦୁଇଗୁଣା ଦେବାକୁ ପଡ଼ିବ। ମନ୍ତ୍ରଣାଳୟ ପକ୍ଷରୁ ଚଳିତ ବର୍ଷ ଜାନୁୟାରୀ ମାସରୁ ଯାନବାହନଗୁଡ଼ିକରେ ଫାସ୍‍ଟ୍ୟାଗ୍‍ ଲଗାଇବାପାଇଁ ବାଧ୍ୟତାମୂଳକ କରାଯାଇଛି। ଜାତୀୟ ରାଜପଥ ଦେୟ ନିୟମ-୨୦୦୮ ଅନୁସାରେ ଫାସ୍‍ଟ୍ୟାଗ୍‍ ନ ଥିବା ଯାନଗୁଡ଼ିକ ଟୋଲ୍‍ ପ୍ଲାଜା ଦେଇ ଗଲେ ନିର୍ଦ୍ଧାରିତ ଫି’ ପରିମାଣର ଦୁଇଗୁଣା ଦେବାକୁ ପଡ଼ିବ। ମନ୍ତ୍ରଣାଳୟ ପକ୍ଷରୁ ଚଳିତ ବର୍ଷ ଜାନୁୟାରୀ ମାସରୁ ଯାନବାହନଗୁଡ଼ିକରେ ଫାସ୍‍ଟ୍ୟାଗ୍‍ ଲଗାଇବାପାଇଁ ବାଧ୍ୟତାମୂଳକ କରାଯାଇଛି।

Leave A Reply

Your email address will not be published.