ଏଟିଏମ୍ ଗାଡ଼ି ଲୁଟ୍ ଘଟଣାର ପର୍ଦାଫାସ କଲା ପୋଲିସ

0 208

ଆଠଗଡ଼, ୧୩/୧୦(ଏସ ଏସ ନିୟୁଜ) ଏଟିଏମ୍ ଟଙ୍କା ଗାଡ଼ି ଲୁଟ୍ ଘଟଣାର ପର୍ଦାଫାସ କରିଛି ପୋଲିସ ।ଏହି ଘଟଣାରେ ସଂପୃକ୍ତ ଥିବା ୫ ଜଣଙ୍କ ମଧ୍ୟରୁ ୩ ଜଣଙ୍କୁ ପୋଲିସ ଗିରଫ କରି ଆଜି କୋର୍ଟଚାଲାଣ କରିଥିବାବେଳେ ୨ଜଣ ଅଭିଯୁକ୍ତ ଏବେବି ଫେରାର ରହିଥରାବବେଳେ ପୋଲିସ ତାଙ୍କୁ ଧରିବାକୁ ଉଦ୍ୟମ ଚଳାଇଛି ବୋଲି ଆଜି ଆଠଗଡ଼ ଏସ୍‌ଡିପିଓଙ୍କ କାର‌୍ୟ୍ୟାଳୟରେ ଆୟୋଜିତ ସାମ୍ବାଦିକ ସମ୍ମିଳନୀରେ କେନ୍ଦ୍ରାଞ୍ଚଳ ଆଇଜି ନରସିଂହ ଭୋଳ ସୂଚନା ଦେଇଛନ୍ତି। ଏଟିଏମ୍ ଗାଡ଼ି ଆଠଗଡ଼ ଓ ଖୁଣ୍ଟୁଣୀସ୍ଥିତ ଏଟିଏମ୍ କାଉଣ୍ଟର୍‌ରେ ଟଙ୍କା ଭର୍ତ୍ତି କରିବା ପରେ ତିଗିରିଆ ଅଭିମୁଖେ ଯାଉଥିବାବେଳେ ମହୀଧରପୁର ନିକଟରେ କର୍ମଚାରୀମାନେ ଖାଇବାପାଇଁ ଅଟକି ଥିଲେ ।ଖାଇବା ସମୟରେ କାର୍‌ରେ ଦୁର୍ବୃତ୍ତମାନେ ପହଞ୍ଚି ବନ୍ଧୁକ ଓ ମାରଣାସ୍ତ୍ରରେ ଆକ୍ରମଣ କରିବା ପରେ ଗାଡ଼ି ଲୁଟି ନେଇଥିଲେ। ଏହାପରେ ଆଠଗଡ଼ ପୋଲିସ ଢେଙ୍କାନାଳ ଓ ଅନୁଗୁଳ ପୁଲିସର ମିଳିତ ସହଯୋଗରେଖୋଜିବା ଅଭିଯାନ ଆରମ୍ଭ କରିଥିଲା । ଢେଙ୍କାନାଳ ସଦର ଥାନା ପୁଲିସ୍ କଟକ-ସମ୍ବଲପୁର ରାଜପଥରେ ଯାଞ୍ଚ କରୁଥିବା ବେଳେ ପୁଲିସ୍‌କୁ ଦେଖି ଏକ ସ୍ବିଫ୍ଟ କାର୍ ସନ୍ଦେହଜନକ ଭାବେ ଅନ୍ୟ ବାଟରେ ଯିବାକୁ ଉଦ୍ୟମ କରିଥିଲା।ଏହାପରେ ପୋଲିସ ଗାଡିଟିର ପିଛାକରି ଭୋଜଦେଇପୁର ନିକଟରେ ସ୍ଥାନୀୟ ଲୋକମାନଙ୍କ ସହାୟତାରେ ଗାଡିଟିକୁ ଜବତ କରିବା ସହ ୩ ଜଣ ଲୁଟେରାଙ୍କୁ ଧରିଥିଲା ।ପୋଲିସ ସେମାନଙ୍କଠାରୁ ୧କୋଟି ୫ ଲକ୍ଷ ଟଙ୍କା ଉଦ୍ଧାର କରିଥିଲା ।ଏହାସହ ଗିରଫ ଅଭିଯୁକ୍ତଙ୍କ ନିକଟରୁ ୪ଟି ପିସ୍ତଲ, ସିକ୍ୟୁରିଟି ଗାର୍ଡଙ୍କ ବନ୍ଧୁକ ଓ ଅନ୍ୟ ମାରଣାସ୍ତ୍ର ଜବତ କରି ଗିରଫ ଅଭିଯୁକ୍ତମାନଙ୍କୁ କୋର୍ଟଚାଲାଣ କରାଯାଇଛି ବୋଲି ସାମ୍ବାଦିକ ସମ୍ମିଳନୀରେ ସୁଚନା ଦିଆଯାଇଛି ।

Leave A Reply

Your email address will not be published.