ଆତ୍ମସମର୍ପଣ କଲେ ୬ ମାଓବାଦୀ

0 215

ମାଲକାନଗିରି, ୪/୨(ଏସଏସନିଉଜ)ଛତିଶଗଡର ଦନ୍ତେଵାଡା ଜିଲ୍ଲା ଥାନା ଭାନସି ଠାରେ ଅବସ୍ଥାପିତ ୨୩୦ ସିଆରପିଏଫ ବାଟାଲିୟନରେ ସିଆରପିଏଫ ଡିଆଇଜି ବିନୟ କୁମାରଙ୍କ ଉପସ୍ଥିତିରେ ଜଣେ ମହିଳା ସମେତ ୬ ଜଣ ମାଓବାଦୀ ଆତ୍ମସମର୍ପଣ କରିଛନ୍ତି।ସେମାନେ ହେଲେ କୋସାରାମ ସାଡି, ଇର୍ମା ମାଡବି, ଇର୍ମା କାବାସି, ମଙ୍ଗଲୁ କୁଞ୍ଜାମ, ସୋମଡି ନିକାମ ଓ ମହେଶ ମାରକମ। ଅନ୍ୟପଟେ ବିଜାପୁର ଜିଲ୍ଲାର ବରଗାପାରା ଗାଁ ନିକଟରେ ରାସ୍ତା କାମ ଚାଲିଥିବା ବେଳେ କ୍ୟାମ୍ପରେ ଗୁରୁବାର ରାତିରେ ୨୦ରୁ ଊର୍ଦ୍ଧ୍ବ ସଶସ୍ତ୍ର ନକ୍ସଲ ପହଞ୍ଚି ହିଂସାକାଣ୍ଡ ଘଟାଇଛନ୍ତି । ଶ୍ରମିକମାନଙ୍କୁ ମାରଧର କରିବା ସହ ତୁରନ୍ତ କ୍ୟାମ୍ପ ଛାଡି ଚାଲିଯିବାକୁ କହିବାସହ କାମରେ ନିୟୋଜିତ ଥିବା ଦୁଇଟି ଟିପ୍ପରକୁ ନିଆଁ ଲଗାଇ ପୋଡିଦେଇଥିଲେ। ଖବର ପାଇ ପୁଲିସ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ କରିଛି।

Leave A Reply

Your email address will not be published.