ଆଉ ଜଳବନ୍ଦି ହେବନାହିଁ ରଘୁନାଥପୁର

ଆରମ୍ଭ ହେଲା କାମ

0 75

ବାରଙ୍ଗ,୧୧ା୧(ଏସଏସନିଉଜ) ରାଜଧାନୀ ଉପକଣ୍ଠ ରଘୁନାଥ ପୁରଗ୍ରାମ ଆଉ ଜଳବନ୍ଦିରେ ରହିବ ନାହିଁ ।ଜଳବନ୍ଦିରୁ ମୁକ୍ତ ହେବାପାଇଁ ଆରମ୍ଭ ହୋଇଯାଇଛି ପ୍ରୟାସ । ସାମାନ୍ୟବର୍ଷା ହେଲେ ବର୍ଷା ଜଳ ନିସ୍କାସନ ପାଇଁ ଦେଖାଦେଉଥିବା ସମସ୍ୟା ଆଉ ରହିବନାହିଁ ।ଭୁବନେଶ୍ୱରଉତର ବିଧାୟକ ସୁଶାନ୍ତକୁମାରରାଉତ ଏହାର ସ୍ଥାୟୀ ସମାଧାନ ପାଇଁ ଦେଇଥିବା ପ୍ରତିଶୃତି ଏବେ ପୁରଣ ହେବାକୁଯାଉଛି ।ନନ୍ଦନକାନନ ମୁଖ୍ୟରାସ୍ତାପାଶ୍ୱର୍ରେ ଯାଇଥିବା ଡ୍ରେନର ନବୀକରଣ ହେବାକୁ ଯାଉଛି । ଏଥିନିମନ୍ତେ ଭୁବନେଶ୍ୱର ରାସ୍ତା ଓ କୋଠା ବିଭାଜନ ପକ୍ଷରୁ ଆରମ୍ଭ ହୋଇଯାଇଛି ପ୍ରକିୟା । ୯କୋଟିଟଙ୍କା ବ୍ୟୟବରାଦରେ ରଘୁନାଥପୁର ଗ୍ରାମମୁଣ୍ଡରୁ ବୁଢାନାଳ ସେତୁ ପର୍ଯ୍ୟନ୍ତ ନନ୍ଦନକାନନ ମୁଖ୍ୟରାସ୍ତାର ରଘୁନାଥପୁର ଗ୍ରାମପାଶ୍ୱର୍ରେ ଯାଇଥିବା ଡ୍ରେନର ନବୀକରଣ କରାଯିବ ।ଗାଁରୁ ଯାଇଥିବା ଡ୍ରେନ ମୁଖ୍ୟରାସ୍ତାର ଡ୍ରେନଠାରୁ ଗଭିର ରହୁଥିବାରୁ ଗ୍ରାମରୁ ବାହାରୁଥିବା ବର୍ଷାଜଳ ନିସ୍କାସନ ନହୋଇ ଗାଁମଧ୍ୟକୁ ପଶିବାରୁ ଜଳବନ୍ଦିର ସମସ୍ୟା ଦେଖାଦେଉଥିଲା ।ଏବେ ରଘୁନାଥପୁର ଗ୍ରାମମୁଣ୍ଡରୁ ୧କିମି ଦୁରତାରେ ଥିବା ବୁଢାନାଳସେତୁ ପର୍ଯ୍ୟନ୍ତ ଯାଇଥିବା ଡ୍ରେନକୁ ଗ୍ରାମର ଡ୍ରେନଠାରୁ ଗଭୀର କରାଯିବ,ଯାହାଫଳରେ ଗାଁପାଣି ନିସ୍କାସନରେ ବାଧକ ସାଜିବନାହିଁ,ଖୁବଶିଘ୍ର ଏହାର ଟେଣ୍ଡର ଡକାଯିବବୋଲି ନନ୍ଦନକାନନରାସ୍ତା ଦାୟିତ୍ୱରେ ଥିବା ଭୁବନେଶ୍ୱର ରାସ୍ତା ଓ କୋଠା ବିଭାଜନର ଇଞିନିୟର ରାଜକିଶୋରଜେନା କହିଛନ୍ତି ।

Leave A Reply

Your email address will not be published.