ଚାଲିଛି କାମ,ଆସିବେ ପ୍ରତିନିଧିଦଳ

ନନ୍ଦନକାନନ ଚଲାଇବାକୁ ମିଳିବ ୩ବର୍ଷୀୟା ସ୍ୱୀକୃତି

0 74

ବାରଙ୍ଗ,୧୧ା୧(ଏସଏସନିଉଜ) ନନ୍ଦନକାନନକୁ ଆସିବେ କେନ୍ଦ୍ରିୟ ଚିଡିଆଖାନା କର୍ତୁପକ୍ଷଙ୍କ ଏକ ପ୍ରତିନିଧିଦଳ ।ଏଥିପାଇଁ ସମସ୍ତେ ସଜାଗ ହୋଇପଡିଛନ୍ତି ।ନନ୍ଦନକାନନର ପରିସରକୁ ଅଧିକ ଆକର୍ଷଣୀୟ କରିବାପାଇଁ ଉଦ୍ୟମ ଆରମ୍ଭ ହୋଇଯାଇଥିବାର ଦେଖିବାକୁ ମିଳିଛି ।ବନ୍ୟପ୍ରାଣି ଚିକିସ୍‌ାଳୟଠାରୁ ଆରମ୍ଭ କରି ବିଭିର୍ଣ ଏନକ୍ଲୋଜର, ଜୀବଜନ୍ତୁମାନଙ୍କ ନାମଫଳକ ସୁରକ୍ଷା ପ୍ରାଚୀର ସବୁର ମରାମତିକାମ ଆରମ୍ଭ ହୋଇଯାଇଛି ।
ପ୍ରତି୩ବର୍ଷର ବ୍ୟବଧାନରେ କେନ୍ଦ୍ରିୟ ଚିଡିଆଖାନା ପକ୍ଷରୁ ଦେଶରେ ଥିବା ବିଭିର୍ଣ ଚିଡିଆଖାନାକୁ ଯାଇ ଅନୁଧ୍ୟାନ କରାଯାଇଥାଏ ।କେନ୍ଦ୍ରିୟ ଚିଡିଆଖାନା କର୍ତୁପକ୍ଷଙ୍କ ନିତୀନୀୟମ ଓ ସର୍ତାବଳୀକୁ ଅନୁପାଳନ କରି ଚିଡିଆଖାନା କିପରି ଚାଲୁଛି ଆସିଥିବା ଦଳ ଏହାକୁ ଅନୁଧ୍ୟାନ କରି ଫେରିବାପରେ କେନ୍ଦ୍ରିୟ ଚିଡିଆଖାନାକର୍ତୁପକ୍ଷଙ୍କ ପାଖରେ ରିପୋର୍ଟ ପୈଠ କରିଥାନ୍ତି ।ଏହାପରେ କର୍ତୁପକ୍ଷ ପୁଃନ ଚିଡିଆଖାନାକୁ ୩ବର୍ଷ ପାଇଁ ଚଳାଇବାପାଇଁ ସିକୃତି ବା ଅନୁମତି ଦେଇଥାନ୍ତି ।ତେଣୁ କେନ୍ଦ୍ରିୟ ଚିଡିଆଖାନା କର୍ତୁପକ୍ଷଙ୍କ ୨ଜଣିଆଦଳ ଆସିବାର ସୁଚନା ଆସିବାପରେ ନନ୍ଦନକାନନ ପକ୍ଷରୁ ବନ୍ୟପ୍ରାଣୀଚିକିସ୍‌ାଳୟ ସମେତ ଜୀବଜନ୍ତୁମାନଙ୍କ ପାଇଁ କରାଯାଇଥିବା ଏନକ୍ଲୋଜରର ନିର୍ମାଣଶୈଳୀ, ଦର୍ଶକ ଗ୍ୟାଲେରୀ, ଜୀବଜନ୍ତୁ ମାନଙ୍କ ବିଷୟରେ ମରା ଯାଇଥିବା ନାମଫଳକ ଓ ସବିଶେଷ ବିବରଣୀ.ନିସଙ୍ଗଜୀବନ ଜିଉଥିବା ପଶୁପକ୍ଷୀଙ୍କପାଇଁ ସାଥି ଆଣିବାର ବ୍ୟବସ୍ଥା. ନୁଆକରି ଆସିଥିବା ପଶୁପକ୍ଷୀମାନଙ୍କ ଲିପିବଦ୍ଧ ତାଲିକା, ସୁରକ୍ଷା ପ୍ରାଚୀର, ପରିସ୍କାର ପରିଛନତା ,ତାରଜାଲି ରଙ୍ଗ,ଜୀବଜନ୍ତୁମାନଙ୍କସ୍ୱାସ୍ଥ୍ୟ ଆଦି ବିଷୟଉପରେ ତର୍ଜମା କରିବାର ଥିବାରୁ ଯାହାବାକି ରହିଯାଇଛି ତାହାକୁ ପୁର୍ଣ କରିବାପାଇଁ ନନ୍ଦନକାନନ କର୍ତୁୁପକ୍ଷ ଲାଗିପଡିଥିବାର ଜଣାପଡିଛି ।

Leave A Reply

Your email address will not be published.