ଅଟୋଚାଳକକୁ ମାଡମାରି ଗିରଫହେଲେ ୩ଭାଇ

0 161

ମେଣ୍ଢାଶାଳ,୬ା୧୦(ଏସଏସନିଉଜ)ଥୁଆହୋଇଥିବା ଅଟୋରୁ ବେଟାରୀ ଚୋରିକରୁଥିବାର ସନ୍ଦେହ କରିବାରୁ ଅଟୋଚାଳକକୁ ନିର୍ଦ୍ଧୁମଛେଚି ଗିରଫ ହୋଇଛନ୍ତି ଚନ୍ଦକାଥାନା ଅଧିନସ୍ଥ ମାଜଣା ଗାଁର ତିନିଭାଇ ।ସେମାନେ ହେଲେ ବସନ୍ତକୁମାରସାହୁ,ବିନୟସାହୁ(ବୁନୁ),ବିଜୟକୁମାରସାହୁ(ବିଜି) ।ଏହି ଘଟଣାରେ ଆଉ ଦୁଇଜଣ ସହଯୋଗୀ ଫେରାର ହୋଇଯାଇଛନ୍ତି ।
ପ୍ରକାସଯେ,ଚନ୍ଦକାଥାନାଅଧିନସ୍ଥ ମାଜଣାଗାଁର ଅଟୋଚାଳକ ରାଜୀବଜେନା ତାଙ୍କ ଅଟୋଟିକୁ ଗତ ବୁଧବାରରାତିରେ ଗାଁ ଭାଗବତମନ୍ଦିର ପାଖରେ ପାର୍କକରି ଘରକୁ ଯାଇଥିଲେ।ସ୍ଥାନୀୟ ଅଞ୍ଚଳରେ ଗାଡିରୁ ବେଟାରୀ ଚୋରୀ ହେଉଥିବା ଭୟଥିବାରୁ ଖାଇସାରି ଗାଡିପାଖକୁ ଆସିଥିଲେ।ଏହିସମୟରେ ବଳିଆ ସାହୁ ନାମକ ବ୍ୟକ୍ତି ଗାଡିପାଖରୁ ଯାଉଥିଲେ ।ସନ୍ଦେହକରି ରାଜୀବ ତାଙ୍କୁ ଡାକିଥିଲେ ମଧ୍ୟ ବଳିଆ ଶୁଣିନଥିଲେ ଓ ନିଜଘରକୁ ଯାଇକବାଟ ବନ୍ଦ କରିଦେଇଥିଲେ ।ରାଜୀବ କବାଟ ବାଡେଇବାପରେ ବଳିଆ ଓ ତାର ଭାଇ ମାନେ ରାଜୀବକୁ ଘରଭିତରକୁ ଟାଣିନେଇ ନିର୍ଦ୍ଧୁମ ବାଡେଇଥିଲେ।ଏହାପରେ ମେଣ୍ଢାଶାଳ ଫାଣ୍ଡି ପୋଲିସ ଖବରପାଇ ଆହତ ରାଜୀବକୁ ଉଦ୍ଧାର କରି ମେଣ୍ଢାଶାଳ ସରକାରୀ ଡାକ୍ତରଖାନାକୁ ଚିକିସ୍‌ାପାଇଁ ଆଣିଥିଲେ ।ଏହାପରେ ମେଡିକାଲରେ ପହଁଚି ରାଜୀବଙ୍କ ସ୍ତ୍ରୀ ଚିକିସ୍‌ା କରାଇ ଘରକୁ ନେଇଯାଇଥିଲେ । ଶୁକ୍ରବାରଦିନ ବଳିଆ ଓ ତାର ଅନ୍ୟ୪ଭାଇ ଆସି ରାଜୀବଙ୍କ ଘରକୁଆସି ପୁନର୍ବାର ଆକ୍ରମଣ କରିଥିଲେ ବୋଲି ମେଣ୍ଢାଶାଳ ଫାଣ୍ଡିରେ ଅଭିଯୋଗ କରିଥିବା ରାଜୀବଙ୍କ ସ୍ତ୍ରୀ ଜ୍ୟୋସ୍ନା କରିଥିବା ଅଭିଯୋଗରେ ଏହା ଦର୍ଶାଇଥିଲେ ।ମେଣ୍ଢାଶାଫାଣ୍ଡିପୋଲିସ ୩୧୭/୨୩କେଶନଂରେ ଏକ ମକଦ୍ଦମା ରୁଜୁକରି ତଦନ୍ତ ଆରମ୍ଭ କରିଥିଲେ ।ଶୁକ୍ରବାରଦିନ ପୋଲିସ ବସନ୍ତକୁମାର ସାହୁ, ବିନୟସାହୁ (ବୁନୁ), ବିଜୟକୁମାରସାହୁ(ବିଜି) ୩ଭାଇଙ୍କୁ ଗିରଫକରି କୋର୍ଟଚାଳଣ କରିଥିବା ବେଳେ ଅଉ ୨ଜଣ ଫେରାର ହୋଇଯାଇଥିବାର ଜଣାପଡିଛି ।(ପଦ୍ମଚରଣବଡଜେନାଙ୍କରିପୋର୍ଟ)

Leave A Reply

Your email address will not be published.