ବାରଙ୍ଗରେ ସିରିଜ ଦୁର୍ଘଟଣା

0 165

ବାରଙ୍ଗ,୬ା୧୦(ଏସଏସନିଉଜ)ବାରଙ୍ଗରେ ଶୁକ୍ରବାରଦିନ ସିରିଜ ଦୁର୍ଘଟଣା ଘଟିଛି । ମୋ ବସ ଧକ୍କାରେ ଟାଟା ଏସି ଓ ବାଇକ ଦୁର୍ଘଟଣାଗ୍ରସ୍ତହୋଇଛି। ଅପରାହ୍ନ ପ୍ରାୟ ୪.୩୦ ସମୟରେ ବଙ୍ଗାଳୀସାହି ନିକଟରେ ଏହି ଦୁର୍ଘଟଣା ଘଟିଛି। ଭୁବନେଶ୍ଵରରୁ କଟକ ଅଭିମୁଖେ ଦୃତଗତିରେ ଆସୁଥିବା ୧୮ନଂ ରୁଟ ମୋ ବସ ନଂ ଓଡି୩୩ଭି୪୫୬୫ ଆଗରେ ଯାଉଥିବା ଏକ ଟାଟା ଏସି ଅଟୋକୁ ପଛରୁ ଧକ୍କା ଦେଇଥିଲା। ଫଳରେ ଟାଟା ଏସି ଅଟୋଟି ନିୟନ୍ତ୍ରଣ ହରାଇ ତାଆଗରେଯାଉଥିବା ଏକବାଇକକୁ ପଛରୁ ଧକ୍କାଦେଇଥିଲା ।ଫଳରେ ବାଇକ ଚାଳକ ଗୁରୁତରଆହତ ହୋଇଥିଲେ।ମୋବସ ଚାଳକର ବେପରୁୱା ଗାଡିଚାଳନାକୁ ବିରୋଧ କରି ସ୍ଥାନୀୟ ଲୋକମାନଙ୍କ ମଧ୍ୟରେ ଉତେଜନା ଦେଖାଦେଇଥିଲା ।ସ୍ଥାନୀୟଲୋକମାନେ ଗୁରୁତର ଆହତ ହୋଇଥିବା ବ୍ୟକ୍ତିଙ୍କୁ ଚିକିସ୍‌ାପାଇଁ ଡାକ୍ତରଖାନା ପଠାଯାଇଥିଲା।ଗୁରୁତରଆହତ ବ୍ୟକ୍ତିଙ୍କ ପରିଚୟ ମିଳପାରିନଥିବା ବେଳେ ନରଣପୁରସ୍ଥିତ ଏକକଲେଜର କର୍ମଚାରୀଭାବେ କାର୍ଯ୍ୟ କରୁଥିବା ସୂଚନାମିଳିଛି।ତେବେ ଏହି ଘଟଣାରେ ସ୍ଥାନୀୟଲୋକମାନେ ଉତ୍ୟକ୍ତହୋଇ ମୋବସକୁ ଭଙ୍ଗାରୁଜା କରିଥିଲେ।ଖବରପାଇ ବାରଙ୍ଗଥାନାପୋଲିସ ଦୁର୍ଘଟଣାଗ୍ରସ୍ଥଗାଡିକୁ ଜବତକରିବାସହ ଏହିଘଟଣାରେ ୧୫ରୁଉର୍ଦ୍ଧ ଲୋକଙ୍କୁ ଅଟକ ରଖି ପଚରାଉଚୁରା କରୁଥିବାର ଜଣାପଡିଛି ।

Leave A Reply

Your email address will not be published.