ଯୁବତୀକୁ ତାମିଲନାଡୁରୁ ଅପହରଣକରି ଗିରଫହେଲେ ଯୁବକ

0 149

ବାରଙ୍ଗ,୬ା୧୦(ଏସଏସନିଉଜ)ଜଣେ ଯୁବତୀକୁ ତାମିଲନାଡୁରୁ ଅପହରଣ କରି ନେଇଉଥିବାବେଳେ ବାରଙ୍ଗବଜାରରୁ ତାର ପରିବାରଲୋକଙ୍କ ହାବୁଡରେ ପଡିଛି ।ଖବରପାଇ ପୋଲିସ ଅପହରଣକାରୀ ଯୁବକକୁ ଗିରଫକରି ଶୁକ୍ରବାରଦିନ କୋର୍ଟଚାଳଣ କରିଛି ।
ପ୍ରକାସଯେ, ଜଗସିଂହପୁର ନୁଆରତନପୁରଗାଁର ଜଣେଯୁବତୀର ବାପାମା ତାମିଲନାଡୁରେ ରହଥିବାବେଳେ ସେ ଗାଁରେ ଅଜାଙ୍କ ପାଖରେ ରହୁଥିଲୋ ଏହିସୁଯୋଗରେ ଜଗସିଂହପୁର ଭୁୟାନପାଲର ନିରଞନଦାସ (୨୨)ନାମକଯୁବକ ଏହିସମୟଭିତରେ ଯୁବତୀସହ ବନ୍ଧୁତା ଓ ପରବର୍ତିସମୟରେ ପ୍ରେମସର୍ମ୍ପକ ବଢାଇପାରିଥିଲା ।ଅଜାଘର ଲୋକ ଏହାଜାଣିବାପରେ ଯୁବତୀଙ୍କୁ ତାବାପାମାଆଙ୍କ ପାଖରେ ତାମିଲନାଡୁରେ ଛାଡିଦେଇଆସିଥିଲେ ।ଏହାଜାଣିବାପରେ ପ୍ରେମପାଗଳ ନିରଞନ ଯୁବତୀପାଖରେ ତାମିଲନାଡୁରେ ଯାଇପହଁଚିଯାଇଥିଲା ।ଯୁବତୀର ବାପାମାଆ ଘରେ ନଥିବାର ସୁଯୋଗରେ ନିରଞନ ଯୁବତୀକୁ ସାଙ୍ଗରେ ଧରି ଟ୍ରେନ ଯୋଗେ କଟକ ଆସୁଥିଲା ।କିନ୍ତୁ ଶୁକ୍ରବାରଦିନ ବାରଙ୍ଗ ରେଳଷ୍ଟେସନରେ ଓହ୍ଲାଇ ବାରଙ୍ଗ ବଜାରରେ ବୁଲୁଥିଲା ।ଏହି ସମୟରେ ଯୁବତୀର ପରିବାର ଲୋକ ପିଛା କରିଆସି ବାରଙ୍ଗ ବଜାରରେ ବୁଲୁଥିବାବେଳେ ଉଭୟଙ୍କୁ ଧରି ବାରଙ୍ଗଥାନାକୁ ହସ୍ତାନ୍ତର କରିଥିଲେ ।ଯୁବତୀର ମାମୁଁଙ୍କ ଅଭିଯୋଗକୁ ଭିତିକରି ବାରଙ୍ଗଥାନା ପୋଲିସ ୩୬୪/୨୩କେଶନଂରେ ଏକ ମକଦ୍ଦମାରୁଜୁକରି ନିରଞନକୁ ଗିରଫକରି କୋର୍ଟଚାଳଣ କରିବା ସହ ୍‌ଯୁବତୀକୁ ତାପରିବାରକୁ ହସ୍ତାନ୍ତର କରିଛି ।

 

Leave A Reply

Your email address will not be published.