ବାବାଙ୍କୁ ମିଳିଲା ସମନ

ଖବର ଆଜିର,ତାରିଖ ୦୪-୦୬-୨୦୨୧/ ଶୁକ୍ରବାର

0 303

୧-ରାଜ୍ୟରେ ୧୮ ବର୍ଷରୁ ଉର୍ଦ୍ଧ୍ୱଙ୍କର ପାଇଁ ଟୀକା ଅଭାବ । ସୂଚନା ଦେଲା ରାଜ୍ୟ ସ୍ୱାସ୍ଥ୍ୟ ବିଭାଗ ।
୨-ଶିକ୍ଷକମାନଙ୍କ ପାଇଁ ଖୁସି ଖବର, ଯୋଗ୍ୟତା ପରୀକ୍ଷା ପ୍ରମାଣପତ୍ରର ବୈଧତା ଆଜୀବନ ପର୍ଯ୍ୟନ୍ତ ବୃଦ୍ଧି ।
୩-‘ଡେଲଟା ଭାରିଏଣ୍ଟ୍ ଆଲଫା ଠାରୁ ୫୦ ପ୍ରତିଶତ ଅଧିକ ସଂକ୍ରାମକ’ : ଅଧ୍ୟୟନରେ ଖୁଲାସା ।
୪-ଯୋଗଗୁରୁ ବାବା ରାମଦେବଙ୍କୁ ଦିଲ୍ଲୀ ହାଇକୋର୍ଟଙ୍କ ସମନ । ଜୁନ ୧୩ ସୁଦ୍ଧା ଜବାବ ଦେବାକୁ ନିର୍ଦ୍ଦେଶ, ଉସକାଇଲା ଭଳି ବୟାନ ନଦେବାକୁ ପରାମର୍ଶ ।
୫-ସରିଲା ଶ୍ରୀକ୍ଷେତ୍ରରେ ଭଉଁରୀ ନୀତି, ନରେନ୍ଦ୍ରରେ ୨୧ ଥର ଚାପ ଖେଳିଲେ ମହାପ୍ରଭୁ । ସେପଟେ ରଥଖଳାରେ ନାହାକା ସହ ହେଲା ଚକଅଖ ଡେରା ନୀତି ।
୬-ତୃତୀୟ ଲହର ପାଇଁ ସରକାର ସମ୍ପୂର୍ଣ୍ଣ ପ୍ରସ୍ତୁତ : ଡିଏମଇଟି ।
୭-ଆଇଏଲ୍‌ଏସ ନିର୍ଦେଶକ ଡ.ଅଜୟ ପରିଡ଼ାଙ୍କ ସୂଚନା-ରାଜ୍ୟରେ ମେ’ ୧୫ ପରେ ତଳକୁ ଖସିବାରେ ଲାଗିଛି କରୋନା ସଂକ୍ରମଣ। ଭୁବନେଶ୍ବର, କଟକ ଓ ଢେଙ୍କାନାଳରେ ଟିକିଏ ଅଧିକ ସଂକ୍ରମଣ ରହୁଛି। ଆଉ ୧୦ରୁ ୧୫ଦିନ ଭିତରେ ସଂକ୍ରମଣ ସ୍ଥିତିରେ ସୁଧାର ଆସିଯିବ।
୮– ରୁଷିଆର କୋଭିଡ-୧୯ ଟିକା ସ୍ପୁଟନିକ ଭି ଭାରତରେ ଉତ୍ପାଦନ କରିବାକୁ ସେରମ୍‍ ଇନଷ୍ଟିଚ୍ୟୁଟ ଅଫ ଇଣ୍ଡିଆ (ଏସଆଇଆଇ) ଭାରତର ଔଷଧ ମହାନିୟନ୍ତ୍ରକ (ଡିସିଜିଆଇ) ନିକଟରେ ଆବେଦନ କରିଛି ।
୯-ୟୁରୋପରେ ଆତଙ୍କ ସୃଷ୍ଟି କରିଛି କରୋନାର ନେପାଳ ଭାରିଏଣ୍ଟ, ବୈଜ୍ଞାନିକ କହିଲେ କାମ ଦେଉନି ଟିକା ।
୧୦-ଓଡ଼ିଶା ଆଦର୍ଶ ବିଦ୍ୟାଳୟ ସଙ୍ଗଠନର ଉପଦେଷ୍ଟା ଡକ୍ଟର ବିଜୟ କୁମାର ସାହୁଙ୍କ ପରଲୋକ ।
୧୧-୨ ଦିନ ବିଳମ୍ବରେ କେରଳ ଛୁଇଁଲା ମୌସୁମୀ : ରାଜ୍ୟର ଉପକୂଳ ଅଚଂଳରେ ପ୍ରବଳ ବର୍ଷା ।
୧୨-ଟୋକିଓ ଅଲିମ୍ପିକ୍‌ସ: ଭାରତର ଅଫିସିଆଲ କିଟ୍‌ ଲୋକାର୍ପଣ ।
୧୩-ବିଗିଡ଼ିଲା ମିଲ୍‌ଖା ସିଂହଙ୍କ ସ୍ବାସ୍ଥ୍ୟବସ୍ଥା, କୋଭିଡ୍‌ ହସ୍ପିଟାଲ୍‌ ଆଇସିୟୁରେ ଭର୍ତ୍ତି ।
୧୪-ପ୍ରଧାନମନ୍ତ୍ରୀ ମୋଦୀଙ୍କ ସହ ଫୋନ୍‌ରେ କଥା ହେଲେ ଆମେରିକା ଉପରାଷ୍ଟ୍ରପତି, କରୋନା ଭ୍ୟାକସିନ୍‌କୁ ନେଇ ହେଲା ଆଲୋଚନା ।
ଶୁଭ ସକାଳ,ସୁପ୍ରଭାତ

Leave A Reply

Your email address will not be published.