ଆଜିର ସନ୍ଥବାଣୀ

0 68

🦋ଯଦି ଉପର ଵାଲା ସହିତ ତୁମର ସମ୍ପର୍କ ମଜଭୁତ ଅଛି, ତେବେ ମର୍ତ୍ୟରେ ଥିବା ମନୁଷ୍ୟ ତୁମର କିଛି କ୍ଷତି କରି ପାରିବ ନାହିଁ !!
🦋ଏମିତି ମୋହରେ ନପଡନ୍ତୁ ଯେମିତି କାହାର ଦୋଷକୁ ଲୁଚେଇବାକୁ ପଡିବ, ଘୃଣା ଏତେଟା ନ କରନ୍ତୁ ଯେମିତି କାହାର ଭଲ ଗୁଣ ଓ କର୍ମକୁ ଦେଖି ନ ହେବ !!
🦋”ନାରୀ ଓ ବୃକ୍ଷ” ଖୁସି ହେଲେ ଫୁଲରେ ସଜେଇ ଦିଅନ୍ତି, ଦୁହେଁ ବଢନ୍ତି ଆଉ ଶୋଭା ବର୍ଦ୍ଧନ କରନ୍ତି l ତାଙ୍କ ଛାଇରେ କେତେ ଲୋକ ଖେଳି ବୁଲନ୍ତି, ଗଛ ଚାହିଁ ଥାଏ କିଛି ପାଣି, କିଛି ମାଟି ଏବଂ ନାରୀ ଚାହିଁଥାଏ କେବଳ ପ୍ରେମ ଆଉ ବିଶ୍ୱାସ !!
🦋”ପୁରୁଷ” ଯେତେ ବି ଟଙ୍କା ଖର୍ଚ୍ଚ କରି ରାଜପ୍ରାସାଦ ପରି ଘର ତିଆରି କରୁ.. କିନ୍ତୁ ସେ ଘର କୁ ସ୍ୱର୍ଗ କେବଳ “ସ୍ତ୍ରୀ” ହିଁ କରି ପାରିବ !!
🦋ଆଜିକାଲି କିଏ ସତ କହୁଛି କିଏ ଅଭିନୟ କରୁଛି ଚିହ୍ନିବା ଓ ବୁଝିବା ବହୁତ କଷ୍ଟକର !!
🦋ସମ୍ନାନ ଏମିତି ଏକ ଜିନିଷ ଅଟେ ଯାହାକି ଆମେ ଯେତେ ଅଧିକ ଅନ୍ୟକୁ ଦେଇଥାଉ ତାହା ସେତେ ଅଧିକ ସୁଧ ସହିତ ଆମକୁ ମିଳିଥାଏ !!
ଆଜିର ସନ୍ଥବାଣୀ
🔘ମନରେ ଯେତେବେଳେ ଅନ୍ୟର ଦୋଷ ଦେଖିବାର ପ୍ରବୃତ୍ତି ଆସିଛି ସେତେବେଳେ ସେହି ଦୋଷ ନିଜ ଭିତରେ ଆସି ବସା ବାନ୍ଧିଛି । ତତ୍କ୍ଷଣାତ୍ କାଳବିଲମ୍ବ ନ କରି ସେହି ପାପପ୍ରବୃତ୍ତିକୁ ଭାଙ୍ଗି ଚୁରି ଓଳେଇ ସଫା କରିଦେଲେ ଯାଇ ନିସ୍ଥାର, ନଚେତ୍ ସବୁ ନଷ୍ଟ ହୋଇଯିବ !
🔘ତୁମର ମନ ଯେତେ ନିର୍ମଳ ହେବ ତୁମର ଚକ୍ଷୁ ସେତେ ନିର୍ମଳ ହେବ, ଆଉ ଜଗତଟା ତୁମ ନିକଟରେ ନିର୍ମଳ ହୋଇ ଭାସି ଉଠିବ !
🔘ଜଗତରେ ମଣିଷ ଯେତେ-ଯାହା ଦୁଃଖ ପାଏ ତାହାର ଅଧିକାଂଶ ହିଁ କାମିନୀ-କାଞ୍ଚନ ପ୍ରତି ଆସକ୍ତିରୁ ଆସେ, ସେ ଦୁଇଟା ପାଖରୁ ଯେତିକି ଦୂରେଇ ରହିବ ସେତିକି ମଙ୍ଗଳ !
🔘ଯେ ଅନୁତପ୍ତ ହୋଇ ମଧ୍ୟ ପୁନରାୟ ସେହିପ୍ରକାର ଦୁଷ୍କର୍ମରେ ରତ ହୁଏ, ବୁଝିବାକୁ ହେବ ସେ ସତ୍ୱରହିଁ ଅତ୍ୟନ୍ତ ଦୁର୍ଗତିରେ ପତିତ ହେବ !
🔘ମନୁଷ୍ୟକୁ ପ୍ରକୃତ ଅନୁତାପ ଆସିଲେ ହିଁ ତାହାର ସମସ୍ତ ଲକ୍ଷଣ ଗୁଡିକ ଊଣାଅଧିକେ ପ୍ରକାଶ ପାଏ !
🔘ସତ୍ କର୍ମରୁ ହଟି ଯିବାଟା ଦୁର୍ବଳତା ନୁହେଁ, ଚେଷ୍ଟା ନ କରିବାହିଁ ଦୁର୍ବଳତା । ତୁମେ କୈାଣସି କିଛି କରିବାକୁ ପ୍ରାଣପଣେ ଚେଷ୍ଟା କରିବା ସତ୍ତ୍ୱେବି ଯଦି ବିଫଳମନୋରଥ ହୁଅ, କ୍ଷତି ନାହିଁ । ତୁମେ ଛାଡ଼ନା, ଏହି ଅମ୍ଳାନ ଚେଷ୍ଟାହିଁ ତୁମକୁ ମୁକ୍ତି ଆଡ଼କୁ ନେଇଯିବ

Leave A Reply

Your email address will not be published.