ଫିଲ୍ମ ଷ୍ଟାଇଲରେ ଯୁବକଙ୍କୁ ଅପହରଣ

0 209

ଭୁବନେଶ୍ୱର,୩/୬(ଏସଏସନିୟୁଜ) ଫିଲ୍ମ ଷ୍ଟାଇଲରେ କିଛି ଦୁର୍ବୁତ୍ତ ଗୁରୁବାର ସଂନ୍ଧ୍ୟାରେ ରାଜଧାନୀ ର ଡେଲଟା ଛକ ନିକଟରୁ ଜଣେ ଯୁବକଙ୍କୁ ସର୍ବସାଧାରଣଙ୍କ ସମ୍ମୁଖରେ ଅପହରଣ କରିନେଇଛନ୍ତି । ସନ୍ଧ୍ୟା ସାଢେ୫ଟା ସମୟରେ ଦୁଇ ଜଣ ବ୍ୟକ୍ତି ଜଣେ ଯୁବକକୁ ବାଇକ ଧରି ଡେଲଟା ଛକ ନିକଟରେ ରହିଥିବା ଓଡି ୦୨ ବିଇ ୭୬୫୬ ନଂ ନୀଳ ରଙ୍ଗର କାର ପାଖକୁ ନେଇଥିଲେ । କାରରେ ଥିବା ଜଣେ ବ୍ୟକ୍ତି ଯୁବକ ଜଣକୁ ଜବରଦସ୍ତ ଗାଡ଼ିରେ ଭର୍ତ୍ତି କରି ଅପହରଣ କରି ନେଇଥିଲେ । ଅପହରଣ ହୋଇଥିବା ଯୁବକର ଗୋଟିଏ ଜୋତା ଘଟଣା ସ୍ଥଳରେ ପଡିରହିଛି ।ଖବରପାଇ ପୋଲିସ ପହଂଚି ତଦନ୍ତ ଆରମ୍ଭ କରିଛି ।

Leave A Reply

Your email address will not be published.