ବଡ଼ଦାଣ୍ଡ ଲୋକଙ୍କୁ କଟକଣା କୋହଳ, ଛାତ ଉପରୁ ଦେଖିପାରିବେ ରଥଯାତ୍ରା

ଆଜିର ଖବର, ତାରିଖ–୦୨-୦୭-୨୦୨୧(ଶୁକ୍ରବାର)

0 226

୧. ବଡ଼ଦାଣ୍ଡ ଲୋକଙ୍କୁ ରଥଯାତ୍ରା କଟକଣା କୋହଳ, ଛାତ ଉପରୁ ଦେଖିପାରିବେ ରଥଯାତ୍ରା ।
୨. ତୈଳଦର ବୃଦ୍ଧି ପ୍ରତିବାଦରେ ଥାଳି ଖଞ୍ଜଣି ବଜାଇ ପ୍ରତିବାଦ କରିବ ପ୍ରଦେଶ କଂଗ୍ରେସ ।
୩. ଭାରତୀୟ ରେଳବାଇରେ ଫ୍ରେଟ୍ ଲୋଡିଂରେ ଶୀର୍ଷ ସ୍ଥାନ ହାସଲ କଲା ଖୋର୍ଦ୍ଧା ରୋଡ ରେଳ ମଣ୍ଡଳ ।
୪. ଓଡ଼ିଶା ଉଚ୍ଚନ୍ୟାୟାଳୟର ମୁଖ୍ୟ ବିଚାରପତି ଡ. ଏସ୍‌. ମୁରଲୀଧର ରାଜ୍ୟରେ ୧୫ଟି ଫାଷ୍ଟ ଟ୍ରାକ୍‌ କୋର୍ଟ ଭର୍ଚୁଆଲ୍‌ ମାଧ୍ୟମରେ ଉଦ୍‌ଘାଟନ କରିଛନ୍ତି ।
୫. ଫସଲବୀମା ସପ୍ତାହ ଅବସରରେ ଜନସଚେତନତା ବୃଦ୍ଧି ପାଇଁ ବାହାରିଲା ପ୍ରଚାର ଗାଡି । ଏହାକୁ ଶୁଭାରମ୍ଭ କରିଛନ୍ତି ଉଚ୍ଚ ଶିକ୍ଷା ମନ୍ତ୍ରୀ ଡ଼. ଡ଼କ୍ଟର ଅରୁଣ କୁମାର ସାହୁ ।
୬. ଆଜି ଡକ୍ଟର ଦିବସ ଅବସରରେ EJV ଫାଉଣ୍ଡେସନ୍‌ ତରଫରୁ ୨୦ ଜଣ ଡାକ୍ତରଙ୍କୁ ସମ୍ମାନିତ କରାଯାଇଛି ।
୭. ମହାରାଷ୍ଟ୍ର ସମବାୟ ବ୍ୟାଙ୍କ ଦୁର୍ନୀତି: ଚିନି କଳ ସିଜ୍‌ କଲା ଇଡି, ମାମଲାରେ ରହିଛି ଅଜିତ ପାଓ୍ବାରଙ୍କ ସମ୍ପୃକ୍ତି !
୮. କୋଭିଡ୍‌ ଟିକାର ୨ଟି ଡୋଜ୍‌ ନେଇଥିବା ବ୍ରିଟେନ ଜନସାଧାରଣଙ୍କୁ ତୃତୀୟ ଡୋଜ୍‌(ବୁଷ୍ଟର ଡୋଜ୍‌) ଦେବା ଲାଗି ସରକାର ପ୍ରସ୍ତୁତି ଆରମ୍ଭ କରିଛନ୍ତି ।
୯. ରାଜ୍ୟ ସରକାରଙ୍କ ସମସ୍ତ ବିଭାଗ ଓ ଅଧସ୍ତନ କାର୍ଯ୍ୟାଳୟଗୁଡ଼ିକ ଜୁଲାଇ ୧୫ତାରିଖ ପର୍ଯ୍ୟନ୍ତ ଅତିକମରେ ୫୦% କର୍ମଚାରୀଙ୍କୁ ନେଇ କାର୍ଯ୍ୟ କରିବ ।
୧୦. ଓଡ଼ିଶାରେ ୬୪ବର୍ଷ ଧରି ନିଶା ନିବାରଣ ଆଇନ ଅକାମୀ, ସେପ୍ଟେମ୍ବର ୧୫ସୁଦ୍ଧା ଆଭିମୁଖ୍ୟ ସ୍ପଷ୍ଟ କରିବାକୁ ନିର୍ଦ୍ଦେଶ ।
୧୧. ପୁଣି ବଢ଼ିଲା: ୭ ବର୍ଷରେ ଡବଲ୍‌ ହେଲାଣି ଏଲ୍‌ପିଜି ଦର । ଗୁରୁବାର ଭୁବନେଶ୍ୱରରେ ୧୪.୨ ଲିଟର ଓଜନର ଏଲ୍‌ପିଜି ସିଲିଣ୍ଡର ଦର ୨୫.୫୦ ଟଙ୍କା ବୃଦ୍ଧି ପାଇଛି। ଫଳରେ ୮୬୧ ଟଙ୍କାରେ ପହଞ୍ଚିଛି ସିଲିଣ୍ଡର ଦାମ ।
୧୨. ଭାରତ ଚାପ ଆଗରେ ମୁଣ୍ଡ ନୁଆଁଇଲା ୟୁରୋପୀୟ ସଂଘ । କୋଭିସିଲ୍ଡ ଟୀକାକୁ ମାନ୍ୟତା ଦେଲେ ୭ଟି ୟୁରୋପୀୟ ଦେଶ ।
୧୩. ୧୨ରୁ ୧୮ ବର୍ଷ ପିଲାଙ୍କ ଟୀକାକରଣ ପାଇଁ ଆବେଦନ କଲା ଜାଇଡସ୍ କାର୍ଡିଲା । ତୃତୀୟ ପର୍ଯ୍ୟାୟ ଟ୍ରାଏଲରୁ ମିଳିଛି ଭଲ ଫଳାଫଳ, ଡିସିଜିଆଇର ଅନୁମତି ପରେ ଖୁବଶୀଘ୍ର ଆରମ୍ଭ ହେବ ବିନା ଇଞ୍ଜେକସନରେ ଟୀକାକରଣ ।
୧୪. ମାଟ୍ରିକ ମୂଲ୍ୟାୟନରେ ଅସନ୍ତୁଷ୍ଟ ଛାତ୍ରଛାତ୍ରୀଙ୍କ ପାଇଁ ଜୁଲାଇ ୩୦ ତାରିଖରୁ ଆରମ୍ଭ ହେବ ଅଫ୍‌ଲାଇନ ପରୀକ୍ଷା। ଅଫ୍‌ଲାଇନ ପରୀକ୍ଷା ପାଇଁ ଅନ୍‌ଲାଇନରେ ଫର୍ମ ପୂରଣ କରିବାକୁ ଜୁଲାଇ ୫ରୁ ୧୪ ତାରିଖ ପର୍ଯ୍ୟନ୍ତ ସମୟ ଦିଆଯାଇଛି ।
୧୫. ବଦଳିଲା ନିୟମ, ଏଣିକି DL ପାଇଁ ଆରଟିଓରେ ଦେବାକୁ ପଡ଼ିବନି ଡ୍ରାଇଭିଂ ଟେଷ୍ଟ।
୧୬. ରାଜ୍ୟରେ ଖୁବ୍‌ଶୀଘ୍ର ଗର୍ଭବତୀଙ୍କୁ ଟିକା ଦିଆଯିବ । ସ୍ବାସ୍ଥ୍ୟ ନିର୍ଦ୍ଦେଶକ ବିଜୟ ମହାପାତ୍ର ଗୁରୁବାର ଏହି ସୂଚନା ଦେଇଛନ୍ତି। ସେ କହିଛନ୍ତି, ଗର୍ଭବତୀମାନଙ୍କୁ ଟିକାକରଣ ପାଇଁ ନିର୍ଦ୍ଦେଶ ଆସିଛି ।
୧୭. ପୁଣି ବଢିଲା ସଂକ୍ରମଣ । ଗତ ୨୪ ଘଂଟାରେ ଦେଶରେ ୪୮ହଜାର ୪୧୫ ଆକ୍ରାନ୍ତ, ମୃତ୍ୟୁ ସଂଖ୍ୟା ହଜାରେ ଉପରେ । ଡାକ୍ତରଙ୍କ ମତ ଗାଇଡଲାଇନ୍ ମାନିଲେ, ରୋକିହେବ ତୃତୀୟ ଲହର ।
୧୮. ମହାମାରୀ କରୋନାରୁ ୩୪୫୭ ଜଣ ଆରୋଗ୍ୟ ହୋଇଛନ୍ତି । ଏମାନଙ୍କୁ ମିଶାଇ ଆଜି ସୁଦ୍ଧା ୮୮୦୯୯୭ ଜଣ ସୁସ୍ଥ ହୋଇ ଘରକୁ ଫେରିଛନ୍ତି। ଏନେଇ ରାଜ୍ୟ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ଟ୍ୱିଟ୍‌ କରିଛି ।
୧୯. ଗଡ଼ିନି ବସ୍‌ ବଢ଼ିଲା ଭଡ଼ା । ସାଧାରଣ ଏକ୍ସପ୍ରେସ ବସ୍‌ କିଲୋମିଟର ପିଛା ୪ ପଇସା ବୃଦ୍ଧି କରାଯାଇଥିବା ବେଳେ ଡିଲକ୍ସ ଓ ଏସି ଡିଲକ୍ସ ୮ ପଇସା ଏବଂ ସୁପର ପ୍ରିମିୟମ ବସ ଭଡ଼ା ୧୨ ପଇସା ବଢ଼ାଇ ଦିଆଯାଇଛି ।
୨୦. ନୂଆଦିଲ୍ଲୀ:୯୦ ବର୍ଷର ରେକର୍ଡ ଭାଙ୍ଗିଲା ରାଜଧାନୀର ତାତି ।
୨୧. ଅଗଷ୍ଟ ଦ୍ୱିତୀୟ ସପ୍ତାହ ସୁଦ୍ଧା କୋଭାକ୍ସିନ ଉପରେ ହୁ’ର ନିଷ୍ପତ୍ତି ।
୨୨. ଆଜି ଭୁବନେଶ୍ବରରୁ ଚିହ୍ନଟ ହେଲେ ୩୪୧: ସୁସ୍ଥ ହେଲେ ୩୬୩ କରୋନା ଆକ୍ରାନ୍ତ।
୨୩. ଆସନ୍ତା ସେପ୍ଟେମ୍ବର ୩୦ ତାରିଖ ସୁଦ୍ଧା କଳାହାଣ୍ଡି ଜିଲ୍ଲା‌ରେ ସୌଭାଗ୍ୟ ଯୋଜନା ଓ ବିପିଏଲ୍‌ ବିଜୁ ଜ୍ୟୋତି ଓ କୁଟୀର ଜ୍ୟୋତି ଯୋଜନାରେ ଲାଇନ୍‌ ସଂଯୋଗ କାର୍ଯ୍ୟ ଶେଷ କରିବାକୁ ଶକ୍ତି ମନ୍ତ୍ରୀ ଦିବ୍ୟଶଙ୍କର ମିଶ୍ର ନିର୍ଦେଶ ଦେଇଛନ୍ତି
କରୋନା ଟିପ୍ସ୍: ନିଶ୍ଚିତ ମାନିବା-ମାସ୍କ୍ ପିନ୍ଧିବା, ହାତ ଧୋଇବା , ଦୁରତ୍ୱ ରଖିବା । କରୋନା କୁ କର ନା।–ସୂଚନା ଓ ଲୋକ ସମ୍ପର୍କ ବିଭାଗ , ଓଡିଶା ସରକାର ।ଶୁଭସକାଳ , GOOD MORNING

 

Leave A Reply

Your email address will not be published.