ଆଜିର ଅନୁଚିନ୍ତା

ତାରିଖ : ୦୨-୦୭-୨୦୨୧

0 673

ଆଜିର ନୀତିବାଣୀ
?ତୁମର ଯନ୍ତ୍ରଣା ଯାହା ହେଉନା କାହିଁକି, ମୁହଁରେ ହସକୁ ସର୍ବଦା ବଜାୟ ରଖନ୍ତୁ , ଯଦି ଥରେ ଆଖୁରୁ ଲୁହ ଝରିଯାଏ, ତେବେ ଏହାକୁ ଦେଖୁବା ପାଇଁ ଲୋକଙ୍କ ଲମ୍ବା ଲାଇନ୍ ଲାଗିବ ଏବଂ ଏହା ଏକ ଦର୍ଶନରେ ପରିଣତ ହେବ ।
?ଜୀବନ ନୌକାରେ ଦେଖିକି ପାଦ ରଖନ୍ତୁ, କାରଣ ଆପଣଙ୍କୁ ବୁଡେଇବା ପାଇଁ ଏମିତି ବି ଲୋକ ଅଛନ୍ତି, ଯାହାଙ୍କୁ ପହଁରେଇବା ଆପଣ ନିଜେ ଶିଖେଇ ଥିବେ ।
?ପିତା ମାତାଙ୍କ ଗାଳି, ପିଲାମାନଙ୍କ ପାଇଁ ଆଶୀର୍ବାଦ ହୋଇ ଥାଏ। ସେଥି ପାଇଁ କେବେ ଜବାବ୍ ଦିଅନ୍ତୁ ନାହଁ।
?ଇଚ୍ଛା ପୂରଣ କରିବା ପାଇଁ ସୁଯୋଗ ଓ ସହଯୋଗ ମୁଖ୍ୟ ସାଧନ, ମାତ୍ର ଆଶା ପୂରଣ କରିବା ପାଇଁ ଭାଗ୍ୟ ନିତ୍ୟାନ୍ତ ଆବଶ୍ୟକ ହୋଇଥାଏ ।
?ଯେତେବେଳେ ଅଧିକ ହସୁଥିବା ଓ କହୁ ଥିବା ବ୍ୟକ୍ତି ଯଦି ଚୁପ ହୋଇଯାଏ ତ ବୁଝିନେବ ସେ ମଣିଷ ଭିତରୁ ଭାଙ୍ଗି ଯାଇଛି।
ଆଜିର ଅନୁଚିନ୍ତା
?ପିଲାଟିର କୌଣସି ସମସ୍ଯା ହେଲେ ମାଆ ଆଗେ ଜାଣିପାରେ କାରଣ ସମ୍ପର୍କଟା ସମସ୍ତଙ୍କ ଠାରୁ ୧୦ ମାସ ୧୦ ଦିନ ବେଶୀ ହୋଇଥାଏ ।
?ଆକର୍ଷଣ ଓ ସମର୍ପଣ ଭିତରେ ଗୋଟିଏ ପାର୍ଥକ୍ୟ , ଆକର୍ଷଣରେ ଶରୀର ହାରିଥାଏ,,,ଓ,,, ସମର୍ପଣର ହୃଦୟ ଜିତିଥାଏ
?ଭଲ ହୃଦୟ ଏବଂ ଭଲ ବ୍ୟବହାର ଦୁନିଆରେ ପୁରା ଅଲଗା ହୋଇଥାଏ , ଗୋଟିଏ ଭଲ ହୃଦୟ ଅନେକ ଅନେକ ସମ୍ପର୍କ କୁ ନିଜର କରିଥାଏ,,,,କିନ୍ତୁ
ଗୋଟିଏ ଭଲ ବ୍ୟବହାର ଅନେକ ହୃଦୟ କୁ ଆପଣାର କରିଥାଏ ।
?ପୃଥିବୀରେ ସମସ୍ତଙ୍କ ଭଲ ପାଇବାରେ ସ୍ବାର୍ଥ ଲୁଚି ରହିଥିଲେ ବି ମାଆର ଭଲ ପାଇବାରେ କୌଣସି ସ୍ବାର୍ଥ ନାହିଁ ।
?ଦୁନିଆରେ ସବୁଠାରୁ ଅଧିକ ସତ ମଦ ପିଇକରି କୁହାଯାଏ, ଆଉ ସବୁଠାରୁ ଅଧିକ ମିଛ Court ର ଧର୍ମ ପୁସ୍ତକ ଛୁଇଁ କରି କୁହାଯାଏ ।
ଶୁକ୍ରବାର ମା ସନ୍ତୋଷି ଙ୍କ ନିକଟରେ କୋଟି କୋଟି ପ୍ରଣାମ, ମା ସନ୍ତୋଷୀ ଆପଣଙ୍କର ମନସ୍କାମନା ପୂର୍ଣ୍ଣ କରନ୍ତୁ ଆପଣଙ୍କ ପରିବାରକୁ ଘଣ୍ଟ ଘୋଡାଇ ନିରୋଗ ରଖନ୍ତୁ ଆପଣଙ୍କ ଚଲା ପଥରେ ପୁଷ୍ପ ବୃଷ୍ଟି ହେଉ ମାଙ୍କ ନିକଟରେ ଏତିକି ପ୍ରାର୍ଥନା ।

 

Leave A Reply

Your email address will not be published.