ବଦଳିବ ମୁଖ୍ୟମନ୍ତ୍ରୀଙ୍କ ଠିକଣା

ସକାଳର ଖବର ତାରିଖ ୨୫/୦୨/୨୦୨୧,ଗୁରୁବାର

0 405

୧-ଜାରି ହେଲା ଗ୍ରୀଷ୍ମ ପ୍ରବାହ ଗାଇଡଲାଇନ,ଗ୍ରୀଷ୍ମ ପ୍ରବାହକୁ ଦୃଷ୍ଟିରେ ରଖି ପ୍ରସ୍ତତୁ ରହିବାକୁ ସ୍ଵତନ୍ତ୍ର ରିଲିଫ କମିଶନର ସବୁ ଜିଲ୍ଲାପାଳଙ୍କୁ ଲେଖିଲେ ଚିଠି । ଚଳିତ ବର୍ଷ ଖରାଦିନେ ମଧ୍ୟ ଖୋଲା ରହିପାରେ ସ୍କୁଲ ଓ କଲେଜ୍।
୨-ଯୁକ୍ତ୨ ପରୀକ୍ଷା କାର୍ଯ୍ୟସୂଚୀ ପ୍ରକାଶ : ମେ’ ୧୮ରୁ ଥିଓରି ପରୀକ୍ଷା, ଏପ୍ରିଲ ୨୯ରୁ ମେ’ ୮ ପର୍ଯ୍ୟନ୍ତ ପ୍ରାକ୍ଟିକାଲ । ପ୍ରଥମ ଦିନ ପ୍ରଦାର୍ଥ ବିଜ୍ଞାନ ପରୀକ୍ଷା । ମେ’ ୧୯ରୁ କଳା ଓ ବାଣିଜ୍ୟ ବିଭାଗ ପରୀକ୍ଷା । ସବୁ ପରୀକ୍ଷା କେନ୍ଦ୍ରରେ ସିସିଟିଭି ବାଧ୍ୟତାମୂଳକ । ପ୍ରଶ୍ନପତ୍ର ପଢ଼ିବାକୁ ସମୟ ମିଳିବ ୧୫ ମିନିଟ୍ ।
୩-ୟୁନିଟ୍‌-୩ ସ୍ଥିତ ଇଡ଼୍‌କୋ ପ୍ରଦର୍ଶନୀ ପଡ଼ିଆଠାରେ ରାଜ୍ୟସ୍ତରୀୟ ହସ୍ତଶିଳ୍ପ ପ୍ରଦର୍ଶନୀ ଉଦ୍‌ଘାଟିତ, ଏଥର ୧୧୧ଟି ଷ୍ଟଲରେ ପ୍ରଦର୍ଶିତ ହୋଇଛି ସାମଗ୍ରୀ ।
୪-ପ୍ରଗତି କାର୍ଯ୍ୟକ୍ରମରେ ଓଡ଼ିଶା ସମେତ ୧୨ଟି ରାଜ୍ୟର ପ୍ରକଳ୍ପଗୁଡ଼ିକ ସ୍ଥିତି ସମୀକ୍ଷା କଲେ ପ୍ରଧାନମନ୍ତ୍ରୀ ।
୫-ମାର୍ଚ୍ଚ ୧ ରୁ ଦେଶରେ ଦ୍ୱିତୀୟ ପର୍ଯ୍ୟାୟ ଟିକାକରଣ । ବେସରକାରୀ ହସ୍ପିଟାଲରେ ଟିକା ନେଲେ ଦେବାକୁ ପଡିବ ଟିକାର ଦାମ ।
୬-ରାଜ୍ୟରେ ୯ ସହରର ତାପମାତ୍ରା ୩୫ ଡିଗ୍ରୀ ଉପରେ । ୩୮ ଡିଗ୍ରୀ ସହ ଭୁବନେଶ୍ୱର ସବୁଠାରୁ ଉତ୍ତପ୍ତ ସହର ।
୭-ମାର୍ଚ୍ଚ ପହିଲାରୁ ହେବ ଯୁକ୍ତ ୩ ପ୍ରଥମ ବର୍ଷ କ୍ଲାସ । ଅଲନାଇନରେ ପଢିବେ ଛାତ୍ରଛାତ୍ରୀ । ଏନେଇ ଉଚ୍ଚଶିକ୍ଷା ବିଭାଗର ପ୍ରମୁଖ ସଚିବ ଶାଶ୍ବତ ମିଶ୍ର ବିଶ୍ୱବିଦ୍ୟାଳୟ କୁଳପତି ଓ ସରକାରୀ ଏବଂ ଘରୋଇ ମହାବିଦ୍ୟାଳୟର ଅଧକ୍ଷମାନଙ୍କୁ ଚିଠି ଲେଖିଛନ୍ତି।
୮-କଟକ ଶିଶୁଭବନରେ କିଡ୍‌ନି ପ୍ରତିରୋପଣ ବ୍ୟବସ୍ଥା : ଖୋଲିବ ପେଡିଆଟ୍ରିକ୍ ନେଫ୍ରୋଲୋଜି ବିଭାଗ, ଆସିବ ୨ କୋଟିର ଡାଏଲିସିସ୍ ମେସିନ । ରୋଗୀଙ୍କୁ ବାହାର ରାଜ୍ୟକୁ ଯିବାକୁ ପଡ଼ିବନି ।
୯-ସରକାରଙ୍କର ବଡ ନିଷ୍ପତ୍ତି: ଘରୋଇ ବ୍ୟାଙ୍କଗୁଡିକ ଉପରେ ଥିବା ପ୍ରତିବନ୍ଧକ ହଟାଇଲେ ସରକାର, ସରକାରୀ କାରବାର କରିବାକୁ ଏବେ ହେବେ ସମର୍ଥ ।
୧୦-ଆସନ୍ତା କାଲି ତାମିଲନାଡୁସ୍ଥିତ ଡ. ଏମ.ଜି.ଆର. ମେଡିକାଲ ବିଶ୍ଵବିଦ୍ୟାଳୟର ସମାରୋହକୁ ସମ୍ବୋଧିତ କରିବେ ପ୍ରଧାନମନ୍ତ୍ରୀ ।
୧୧-ମାର୍ଚ୍ଚ ପହିଲାରୁ ଅନ୍‌ଲାଇନ୍‌ରେ ୟୁଜି ପ୍ରଥମ ବର୍ଷ ହେବ ପାଠପଢ଼ା ।
୧୨-କୋରାପୁଟ ଜିଲ୍ଲାର ସୀମାନ୍ତ କୋଟିଆ ପଞ୍ଚାୟତରେ ସର୍ଭେ ପାଇଁ ପହଞ୍ଚିଲା ସ୍ବାସ୍ଥ୍ୟ ଟିମ୍‌,ଲୋକଙ୍କ ସ୍ବାସ୍ଥ୍ୟ ପରୀକ୍ଷା ସହ ଶିଶୁର ସ୍ବାସ୍ଥ୍ୟ ଓ ପରିବାର ନିୟନ୍ତ୍ରଣ ନିମନ୍ତେ ସଚେତନତା ସୃଷ୍ଟି କରିବେ। ଲୋକଙ୍କ ସ୍ବାସ୍ଥ୍ୟଗତ ସମସ୍ୟା ନେଇ ତଥ୍ୟ ସଂଗ୍ରହ କରି ବିସ୍ତୃତ ରିପୋର୍ଟ ପ୍ରଦାନ କରିବେ ।
୧୩-ବିମାନବନ୍ଦରରେ ପୁଣି ଆରମ୍ଭ ହେଲା କରୋନା ପରୀକ୍ଷା,ବିମାନରେ ବାହାର ରାଜ୍ୟରୁ ଆସୁଥିବା ସମସ୍ତ ଲୋକଙ୍କର ବିମାନବନ୍ଦରରେ ସ୍କ୍ରିନିଂ କରାଯିବ। ଯଦି କୌଣସି ବ୍ୟକ୍ତିଙ୍କର କିଛି ଲକ୍ଷଣ ଥିବା ଦେଖାଯାଏ, ସେମାନଙ୍କର କରୋନା ପରୀକ୍ଷା ପାଇଁ ନମୁନା ସଂଗ୍ରହ କରାଯିବ।
୧୪-ଆଇଟି ହାର୍ଡଓୟାର କ୍ଷେତ୍ରରେ ପିଏଲ୍‍ଆଇ ସ୍କିମ୍‍ ଲାଗୁ ପ୍ରସ୍ତାବକୁ କ୍ୟାବିନେଟ ମୋହର ।
୧୫-ପୋଲାଭରମ୍ ପ୍ରକଳ୍ପ ତଦାରଖ ପାଇଁ ଛଅ ଜଣିଆ କମିଟି ଗଠିତ, କମିଟି ପ୍ରକଳ୍ପ ସ୍ଥଳକୁ ଯାଇ ଅନୁଧ୍ୟାନ କରିବ।
୧୬-ଫଗୁଣ ଆସିନି, ଦିଲ୍ଲୀର ହେଲାଣି ଗ୍ରୀଷ୍ମର ଅନୁଭବ, ୧୨ ବର୍ଷର ରେକର୍ଡ ଭାଙ୍ଗିଲା ତାତି ।
୧୭-କଳାହାଣ୍ଡି ଜିଲା ଜୁନାଗଡ଼ ବ୍ଲକ ଭଇଁରୀଗୁଡ଼ା ପଞ୍ଚାୟତ ଉପନିର୍ବାଚନ: ଭୋଟ ବାକ୍ସରେ ୨ ପ୍ରାର୍ଥୀଙ୍କ ଭାଗ୍ୟ। ଆଜି ଜୁନାଗଡ଼ ବ୍ଲକ କାର୍ଯ୍ୟାଳୟରେ ଭୋଟ ଗଣତି ହେବ।
୧୮-ବଦଳିବ ମୁଖ୍ୟମନ୍ତ୍ରୀଙ୍କ ଠିକଣା: ଏଣିକି ସେଭେନଥ୍ ଫ୍ଲୋର ହେବ ସିଏମ୍ ଅଫିସ୍ । ଲୋକସେବା ଭବନର ଥାର୍ଡଫ୍ଲୋର ପରିବର୍ତ୍ତେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଖାରବେଳ ଭବନର ସେଭେନଥ୍ ଫ୍ଲୋରରୁ ନିଜର ଅତ୍ୟାଧୁନିକ ଅଫିସ୍ ପରିଚାଳନା କରିବେ। ଏଥିପାଇଁ ପ୍ରସ୍ତୁତି ଶେଷ ପର୍ଯ୍ୟାୟରେ ପହଂଚିଛି।
୧୯-କରୋନା ସଂକ୍ରମଣ ବୃଦ୍ଧି କରିଥିବା ନେଇ ମାନିଲେ ୫୧ ତବଲିଗି ଜମାତ ଅତିଥି, ଦଣ୍ଡ ଶୁଣାଇଲେ କୋର୍ଟ ।
୨୦-ବାରଙ୍ଗ ଗଣଦୁଷ୍କର୍ମ: ମୁଖ୍ୟ ଅଭିଯୁକ୍ତକୁ ଗିରଫ ନେଇ ସ୍ୱତନ୍ତ୍ର ପୁଲିସ ଟିମକୁ ସାଧୁବାଦ ଜଣାଇଲେ ପୁଲିସ ଡିଜି ।
୨୧-ଖିମ୍‌ଜୀ ଜୁଏଲର୍ସର ୬୨୧ ଜନପଥରେ ଥିବା ଷ୍ଟୋର୍‌ର ୧୨ତମ ବାର୍ଷିକୀ । ଏହି ଅବସରରେ ଖିମ୍‌ଜୀ ପକ୍ଷରୁ ହଲ୍‌ମାର୍କ ସୁନା ଗହଣାର ଗଢ଼ା ମୂଲ୍ୟରେ ଫ୍ଲାଟ୍ ୫୦%, ସାର୍ଟିଫାଏଡ୍ ହୀରାରେ ଫ୍ଲାଟ୍ ୨୦%, ରୁପା ଗହଣାର ଏମ୍‌ଆର୍‌ପିରେ ଫ୍ଲାଟ୍ ୧୦% ଓ ରୁପା ଡବ୍ଲୁଟିରେ ଫ୍‌ଲାଟ୍ ୧୦% ରିହାତି ଘୋଷଣା କରିଛି।
୨୨-ନୀଳଗିରି ଉପଖଣ୍ଡ ବିଭିନ୍ନ ମଣ୍ଡିରେ ଧାନ କିଣାରେ ଅନିୟମିତତା ଈଶ୍ୱରପୁର ସମବାୟ ସମିତି ସମ୍ପାଦକଙ୍କୁ ନିଲମ୍ବନ କଲେ ଜିଲ୍ଲାପାଳ, ଧାନକିଣାରେ କରିଥିଲେ ଅନିୟମିୟତା ।
୨୩-ବିଶ୍ବର ସବୁଠୁ ମହଙ୍ଗା ବିରିୟାନି, ଏକ ପ୍ଲେଟ୍‌ର ଦାମ୍ ୧୯ ହଜାର ଟଙ୍କା,ରୟାଲ୍ ଗୋଲ୍ଡ ବିରିୟାନିରେ ଖାଇବା ଯୋଗ୍ୟ ୨୩ କ୍ୟାରେଟ୍ ସୁନା ବ୍ୟବହାର କରାଯାଇଛି। ଏହା ଦୁବାଇରେ ଥିବା ବମ୍ବେ ବରୋ ନାମକ ରେସ୍ତୋରାଁ ରେ ଖୁବ ଚର୍ଚ୍ଚା ର ବିଷୟ ପାଲଟିଛି ।
୨୪-ପ୍ରଥମ ଅଲ୍ ଓଡ଼ିଶା ଅଣ୍ଡର୍-୧୪ କ୍ରିକେଟ୍: ୮ ୱିକେଟରେ ଜିତିଲା ପ୍ରଗତି ସ୍ପୋର୍ଟିଂ ।
୨୫-ଭୁବନେଶ୍ବର କ୍ରୀଡ଼ା ଛାତ୍ରାବାସ ଜିତିଲା ନବଭାରତ ଟ୍ରଫି ହକି ।
୨୬-ନରେନ୍ଦ୍ର ମୋଦିଙ୍କ ନାଁରେ ନାମିତ ହେଲା ବିଶ୍ୱର ସର୍ବବୃହତ ଷ୍ଟାଡିୟମ । ନାଁ ଘୋଷଣା କଲେ କେନ୍ଦ୍ର ଗୃହ ମନ୍ତ୍ରୀ ଅମିତ ଶାହ । ଉଦଘାଟନ କଲେ ରାଷ୍ଟ୍ରପତି ରାମନାଥ କୋବିନ୍ଦ । ଟ୍ୱିଟରରେ ଆରମ୍ଭ ହେଲା ଟ୍ୱିଟ୍ ଯୁଦ୍ଧ ।
୨୭-ପିଙ୍କ୍ ବଲ୍ ଟେଷ୍ଟ: ଅକ୍ଷର-ଅଶ୍ୱିନୀ ଯୋଡି ଆଗରେ ଫେଲ୍ ମାରିଲା ଇଂଲଣ୍ଡ ବ୍ୟାଟିଂ । ପ୍ରଥମ ଇଂନିସ ବ୍ୟାଟିଂରେ ରୋହିତଙ୍କ ଅର୍ଦ୍ଧଶତକ ।
୨୮-ଦିବାରାତ୍ର ଟେଷ୍ଟ: ଅକ୍ଷର ଓ ରୋହିତଙ୍କ ଦମରେ ଭାରତ ମଜବୁତ, ପ୍ରଥମ ଦିନରେ ବ୍ୟାକ୍‌ଫୁଟରେ ଇଂଲଣ୍ଡ । ଇଂଲଣ୍ଡ ୧୧୨, ଭାରତ ୩/୯୯ ।
ଅଧିକ ସତର୍କ ରହିବା ଦରକାର,କୋଭିଡ୍ ନିୟମ କଡ଼ାକଡ଼ି ପାଳନ କରିବା,ମାସ୍କ ପିନ୍ଧିବା, ଶାରୀରିକ ଦୂରତା ରଖିବା ଓ ନିୟମିତ ହାତ ଧୋଇବା । ଶୁଭ ସକାଳ,ସୁପ୍ରଭାତ।

Leave A Reply

Your email address will not be published.