ବଦଳିଲା ନାଇଟ୍ କର୍ଫ୍ୟୁ ସମୟ

0 388

ଭୁବନେଶ୍ୱର,୩୦/୬(ଏସଏସନିୟୁଜ) ରାଜ୍ୟରେ ଆଂଶିକ ଲକଡାଉନ ଅବଧିକୁ ଜୁଲାଇ ମାସ ୧୬ ତାରିଖ ପର୍ଯ୍ୟନ୍ତ ବୃଦ୍ଧିକରିଥିବାନେଇ ମୁଖ୍ୟ ଶାସନ ସଚିବ ସୁରେଶ ମହାପାତ୍ର ଆଜି ଘୋଷଣା କରିଛନ୍ତି । ଏହାସହ ସମଗ୍ର ରାଜ୍ୟରେ ନାଇଟ୍ କର୍ଫ୍ୟୁ ସନ୍ଧ୍ୟା ୬ଟାରୁ ସକାଳ ୫ଟା ପର୍ଯ୍ୟନ୍ତ ଜାରି ରହିବ ବୋଲି ମଧ୍ୟ କହିଛନ୍ତି ।ଜିଲ୍ଲାଗୁଡିକୁ କାଟେଗୋରୀ ଏ ଓ କାଟେଗୋରୀ ବି ରେ ଦୁଇଟି ଭାଗରେ ବିଭକ୍ତ କରାଯାଇଛି । କାଟେଗୋରୀ ଏ ଥିବା ୨୦ ଜିଲ୍ଲାରେ ସକାଳ ୬ଟାରୁ ସନ୍ଧ୍ୟା ୬ଟା ପର୍ଯ୍ୟନ୍ତ  ସମସ୍ତ ଦୋକାନ, ମଲ୍, ସ୍ପା, ପାର୍ଲର ଛୋଟ ଛୋଟ ସେଲୁନ୍ ଆଦି ଖୋଲା ରହିବ । ଏହି ଜିଲ୍ଲାରେ ଯାନବାହାନକୁ ଅନୁମତି ଦିଆଯାଇଛି । ସପ୍ତାହାନ୍ତ ସଟଡାଉନ ରହିବ ନାହିଁ, କିନ୍ତୁ ସନ୍ଧ୍ୟା ୬ଟାରୁ ସକାଳ ୬ଟା ଯାଏଁ ରହିବ ନାଇଟ କର୍ଫ୍ୟୁ ।
କାଟେଗୋରୀ ବି ରେ ଥିବା ୧୦ ଜିଲ୍ଲାରେ ସକାଳ ୬ରୁ ଦିନ ୨ଟା ପର‌୍ୟ୍ୟନ୍ତ ସମସ୍ତ ଦୋକାନ ଖୋଲା ରହିବ । । ଛୋଟ ସେଲୁନ୍ କୁ ଛାଡି ମଲ୍, ସ୍ପା, ପାର୍ଲର ବନ୍ଦ ରହିବ । ଉଭୟ କାଟେଗୋରୀରେ ସମସ୍ତ ଜରୁରୀକାଳୀନ ସେବାକୁ ଅନୁମତି ଦିଆଯିବା ସହ ବାହାଘର, ଶୁଦ୍ଧିକ୍ରିୟା ପାଇଁ ପୂର୍ବରୁ ଥିବା ନିୟମ ବଳବତ୍ତର ରହିବ ବୋଲି କୁହାଯାଇଛି ।

Leave A Reply

Your email address will not be published.