ବଦଳିଲେ ଫିରିଙ୍ଗିଆଥାନା ଆଇଆଇସି

0 80

ଫୁଲବାଣୀ, ୬ା୮(ଏସଏସନିଉଜ) କନ୍ଧମାଳଜିଲ୍ଲା ଫିରିଙ୍ଗିଆଥାନା ଆଇଆଇସିଙ୍କୁ ଜିଲ୍ଲା ମୁଖ୍ୟାଳୟକୁ ବଦଳି କରାଯାଇଛି ।ଏହାସହ ୨ହୋମଗାର୍ଡଙ୍କୁ କାର‌୍ୟ୍ୟରୁ ଅନ୍ତର କରାଯାଇଥିବାର ଜଣାପଡିଛି ।ପୁଲିସ ଗଞ୍ଜେଇ କାରବାର କରୁଥିବା ଅଭିଯୋଗକୁ ନେଇ ଦୁଇଦିନଧରି ଚାପା ଉତ୍ତେଜନା ଲାଗି ରହିଥିବାବେଳେ ପରିସ୍ଥିତି ହିଂସାତ୍ମକ ମୋଡ଼ ନେଇଥିଲା। ଶତାଧିକଲୋକ ଥାନାପରିସରରେ ବ୍ୟାପକ ଭଙ୍ଗାରୁଜା କରିବା ସହ ମାଲ୍‌ଖାନାରେ ଗଚ୍ଛିତ ଗଞ୍ଜେଇ ବାହାରେ ଗଦାକରି ଓ ଜବତ ଗାଡ଼ିଗୁଡ଼ିକରେ ନିଆଁ ଲଗାଇ ଦେଇଥିଲେ।ଉତ୍ୟକ୍ତ ଲୋକମାନେ ଫୁଲବାଣୀ ଏସ୍‌ଡିପିଓ ,ତହସିଲଦାର.ସ୍ଥାନୀୟ ସାମ୍ବାଦିକ ଆହତ ହୋଇଥିଲେ ।

 

Leave A Reply

Your email address will not be published.