ବଦଳିପାରେ ଯୁକ୍ତ୨ ପରୀକ୍ଷା ଢାଞ୍ଚା

0 292

ଖବର ଆଜିର,ତାରିଖ ୨୩-୦୧-୨୦୨୧ ଶନିବାର
୧-ହରିଦ୍ୱାର ଅନ୍ତର୍ଗତ ଦୌଲତପୁରର ବାସିନ୍ଦା ସୃଷ୍ଟି ଗୋସ୍ୱାମୀ ଗୋଟିଏ ଦିନ ପାଇଁ ଉତ୍ତରାଖଣ୍ଡର ମୁଖ୍ୟମନ୍ତ୍ରୀ ପଦରେ ଅଧିଷ୍ଠିତ ହେବାକୁ ଯାଉଛନ୍ତି । ଆସନ୍ତା ୨୪ ତାରିଖ ବାଳିକା ଦିବସ ଅବସରରେ ସେ ମୁଖ୍ୟମନ୍ତ୍ରୀ ପଦ ସମ୍ଭାଳିବେ ।
୨-ଆଜି ହେଉଛି ନେତାଜୀ ସୁଭାଷ ଚନ୍ଦ୍ର ବୋଷଙ୍କ ୧୨୫ ତମ ଜନ୍ମ ବାର୍ଷିକୀ। ସେଥିପାଇଁ କେନ୍ଦ୍ର ସରକାର ଏହି ଜନ୍ମ ଦିବସକୁ ପାଳନ କରିବା ପାଇଁ ଏକ ବଡ ଆୟୋଜନ କରିଛନ୍ତି।
୩-ନିଜ ସ୍କୁଲରେ ପରୀକ୍ଷା ଦେବେ ମାଟ୍ରିକ ପରୀକ୍ଷାର୍ଥୀ । ସୁରକ୍ଷା ପାଇଁ ମାଧ୍ୟମିକ ଶିକ୍ଷା ବୋର୍ଡର ନିଷ୍ପତି
୪-Covid-19 ମୁକାବିଲାରେ ସମଗ୍ର ବିଶ୍ୱ ଲାଗି ନିଜର ସାମର୍ଥ୍ୟ ଉପଯୋଗ କରିଛି ଭାରତ: ଆମେରିକା ।
୫-ରାଜ୍ୟ ରପ୍ତାନି ପୁରସ୍କାର ସମାରୋହ, ଓଡ଼ିଶାର ରପ୍ତାନି ୫୫% ବୃଦ୍ଧି ପାଇଛି କହିଲେ ନବୀନ ପଟ୍ଟନାୟକ ।
୬-ମଣ୍ଡି ସମସ୍ୟା ନେଇ ଶେଷ ହେଲା ଆଲୋଚନା । ନିଷ୍ପତ୍ତି ପାଇଁ ଆରଡିସିଙ୍କୁୁ ୭୨ ଘଣ୍ଟାର ସମୟ ଦେଲା ବିଜେପି ।
୭-ଚଳିତ ବର୍ଷର ପ୍ରଥମ ୨୧ ଦିନରେ ପରିବହନ ବିଭାଗ ପକ୍ଷରୁ ରାଜ୍ୟର ବିଭିନ୍ନ ଅଞ୍ଚଳରେ ସଡ଼କ ସୁରକ୍ଷା ନିୟମ ଉଲ୍ଲଘଂନ କରିଥିବା ୪୧୬୭ ଜଣ ଗାଡ଼ି ଚାଳକଙ୍କର ଡ୍ରାଇଭିଂ ଲାଇସେନ୍ସ ବାତିଲ୍ କରାଯାଇଛି।
୮-ନେତାଜୀ ଜୟନ୍ତୀକୁ ନେଇ ମୋଦୀ-ମମତା ମୁହାଁମୁହିଁ । ପରାକ୍ରମ ଦିବସ ପାଳିବନି ପଶ୍ଚିମବଙ୍ଗ । ଦେଶନାୟକ ଦିବସ ପାଳିବାକୁ ମମତାଙ୍କ ଘୋଷଣା ।
୯-ସହଜ ହେଉନି ଜଗା ଦର୍ଶନ । ସିଂହଦ୍ୱାରରେ ପହଞ୍ଚିବା ପାଇଁ ଚାଲିବାକୁ ପଡୁଛି ଦୁଇ କିଲୋମିଟର ବାଟ । ଲମ୍ବା ବ୍ୟାରିକେଡକୁ ନେଇ ଭକ୍ତଙ୍କ ମଧ୍ୟରେ ଅସନ୍ତୋଷ ।
୧୦–ବର୍ଡର-ଗାଭାସ୍କର ଟ୍ରଫି ବିଜୟ ପରେ ଟିମ୍ ଇଣ୍ଡିଆକୁ ଶୁଭେଚ୍ଛାର ସୁଅ । ଦଳକୁ ପ୍ରଂଶସା କଲେ ପୂର୍ବତନ ପାକିସ୍ତାନୀ କ୍ରିକେଟର ଇଂଜମାମ୍-ଉଲ୍-ହକ୍ ।
୧୧-ଅଗ୍ନିକାଣ୍ଡରେ ସେରମ ଇନିଷ୍ଟିଚ୍ୟୁଟର କ୍ଷତି ହଜାରେ କୋଟି ଟଙ୍କା, ପ୍ରଭାବିତ ହେବନି ଟିକା ଯୋଗାଣ: ଅଦାର ପୁନାୱାଲା ।
୧୨-ଆମେରିକା ରାଷ୍ଟ୍ରପତି ଜୋ ବାଇଡେନଙ୍କ ନ୍ୟୁକ୍ଲିୟର ଡିଲ୍ ବୃଦ୍ଧି ପ୍ରସ୍ତାବକୁ ସ୍ବାଗତ କଲା ଋଷିଆ ।
୧୩-ବିଦେଶକୁ କରୋନା ଟିକା ରପ୍ତାନୀ କଲା ଭାରତ । ପ୍ରଥମପର୍ଯ୍ୟାୟରେ ବ୍ରାଜିଲ, ମରକ୍କୋ, ଦକ୍ଷିଣ ଆଫ୍ରିକା, ସାଉଦି ଆରବ, ବାଲାଂଦେଶ ଓ ମିଆଁମାରକୁ ପଠାଯାଇଛି ଟିକା ।
୧୪-ସ୍ୱଦେଶୀ ଟିକା ସମ୍ପୂର୍ଣ୍ଣ ସୁରକ୍ଷିତ-ପ୍ରଧାନମନ୍ତ୍ରୀ ।
୧୫-ନିର୍ବାଚନରେ ଅର୍ଥବଳ, ବାହୁବଳ ଏବଂ ସରକାରୀ କଳର ଅପବ୍ୟବହାର ଉପରେ ଆୟୋଗର ‘ଶୂନ୍ୟ-ସହନଶୀଳତା’ ରହିବ; ନିର୍ବାଚନ କମିଶନ ।
୧୬-ମମତା କ୍ୟାବିନେଟରୁ ଇସ୍ତଫା ଦେଲେ ଆଉ ଜଣେ ମନ୍ତ୍ରୀ । ବନ ବିଭାଗର ମନ୍ତ୍ରୀ ରାଜୀବ ବାନାର୍ଜୀଙ୍କ ଇସ୍ତଫା । ବିଜେପିରେ ସାମିଲ ହେବା ନେଇ ଚର୍ଚ୍ଚା ।
୧୭-ପଞ୍ଜାବ ମୁଖ୍ୟମନ୍ତ୍ରୀଙ୍କ ଘୋଷଣା: କୃଷକ ଆନ୍ଦୋଳନରେ ପ୍ରାଣ ହରାଉଥିବା ଚାଷୀ ପରିବାରଙ୍କୁ ମିଳିବ ସରକାରୀ ଚାକିରି
୧୮-ମୁଖ୍ୟମନ୍ତ୍ରୀଙ୍କ ଦ୍ବାରା ‘ଛାଇର ଶଦ୍ଦ’, ‘ସୂର୍ଯ୍ୟାସ୍ତ ପୂର୍ବରୁ’ ଦୁଇଟି ପୁସ୍ତକ ଲୋକାର୍ପିତ .
୧୯-ଯୁକ୍ତିତର୍କ ପରେ ଜୁନ୍‌ରେ କଂଗ୍ରେସର ନୂଆ ଅଧ୍ୟକ୍ଷ ଚୟନ ପାଇଁ ନିଷ୍ପତ୍ତି .
୨୦-ଆଇପିଏଲରେ ଖେଳିବା ପାଇଁ ୬ ଜଣ ଖେଳାଳିଙ୍କ ନାମ ସୁପାରିସ କଲା ଓଡିଶା କ୍ରିକେଟ ଆସୋସିଏସନ .
୨୧-ଭୁବନେଶ୍ବର ନାବାଳିକା ଗଣଦୁଷ୍କର୍ମ ମାମଲା : ହାଇକୋର୍ଟରେ ତଦନ୍ତ ଷ୍ଟାଟସ୍ ରିପୋର୍ଟ ଦାଖଲ ।
୨୨-୧୬ ସ୍କୁଲକୁ ‘ପୋଷ୍ୟ’ କଲେ ୧୬ ଆଇଏଏସ୍‌
୨୩-ପୁଣି ଆସିବ ୧ ଲକ୍ଷ ୪୯ ହଜାର ୭୬୦ କୋଭାକ୍ସିନ ଡୋଜ୍ ।
୨୪-ବଦଳିପାରେ ଯୁକ୍ତ୨ ପରୀକ୍ଷା ଢାଞ୍ଚା ।
ଶୁଭ ସକାଳ,ସୁପ୍ରଭାତ

Leave A Reply

Your email address will not be published.