ପୁଣି କଳାପଲସର ଆତଙ୍କ , ମହିଳାଙ୍କଠୁ ସୁନାଚେନ ଝାମ୍ପି ନେଲେ ଦୁର୍ବୃତ୍ତ

0 299

ଭୁବନେଶ୍ୱର, ୨୨-୧(ଏସ୍‌ଏସ୍‌ଏନ୍‌) ପ୍ରାତଃ ଭ୍ରମଣରେ ଯାଉଥିବା ବରିଷ୍ଠ ନାଗରିକମାନେ ପ୍ରତ୍ୟେକ ଦିନ ଲୁଟ୍‍ର ଶୀକାର ହେଉଛନ୍ତି । ଏହା ଏକ ନୀତିଦିିନିଆ ଘଟଣାରେ ପରିଣତ ହୋଇଗଲାଣି । ଅପରାଧୀମାନେ ଆଖି ପିଛୁଳାକେ ସୁନା ଚେନ ଝାମ୍ପି ନେବା ସହ ଆକ୍ରମଣ କରିବାକୁ ପଛାଉନାହାନ୍ତି । ଏହିଭଳି ଘଟଣା ପ୍ରତ୍ୟେକ ଦିନ ରାଜଧାନୀର ଅନେକ ଥାନା ଅଞ୍ଚଳରେ ଘଟିଛି ଏବେ ବି ଘଟୁଛି । ଏହିଭଳି ଜଣେ ମହିଳା ପୁଣି ଲୁଟ୍‍ର ଶୀକାର ହୋଇଛନ୍ତି । ଲୁଟ୍‍ର ଶୀକାର ହୋଇଥିବା ମହିଳା ଜଣଙ୍କ ହେଲେ ଇନ୍‍ଫୋସିଟି ଏନ୍‍କ୍ଳୋଭରେ ରହୁଥିବା ଶର୍ବାନୀ ପଟ୍ଟନାୟକ । ଏନେଇ ସେ ନନ୍ଦନକାନନ ଥାନାରେ ଅଭିଯୋଗ କରିବା ପରେ ପୁଲିସ ଏକ ମାମଲା ରୁଜୁ କରି ଅଭିଯୁକ୍ତମାନଙ୍କୁ ଧରିବାକୁ ଉଦ୍ୟମ ଆରମ୍ଭ କରିଛନ୍ତି । ଏନେଇ ନନ୍ଦନକାନନ ଥାନା ଅଧିକାରୀ ବିଶ୍ୱଜିତ ସେନାପତି କହିଛନ୍ତି ଯେ, ପ୍ରାତଃ ଭ୍ରମଣରେ ଯାଉଥିବା ମହିଳା ହୁଅନ୍ତୁ କି ପୁରୁଷ ସମସ୍ତଙ୍କୁ ଆମେ ସଚେତନ କରୁଛୁ । ଯିବା ସମୟରେ କୌଣସି ସୁନାଗହଣା ପିନ୍ଧନ୍ତୁ ନାହିଁ । ତଥାପି ଲୋକମାନେ ଏହାକୁ ପିନ୍ଧି ମର୍ଣ୍ଣିୱାର୍କରେ ଯାଉଛନ୍ତି । ଲୋକମାନେ ସଚେତନ ହେଲେ ରାଜଧାନୀରୁ ଲୁଟ୍‍ ସଂଖ୍ୟା ହ୍ରାସ ପାଇବ । ମହିଳାଙ୍କ ବେକରୁ ଲୁଟ୍‍ ନେଇ ଅଭିଯୋଗ ଆସିଛି । ଅପରାଧୀମାନଙ୍କୁ ଧରିବା ପାଇଁ ବ୍ଲପ୍ରିଣ୍ଟ ପ୍ରସ୍ତୁତ କରାଯାଇଛି । ଖୁବଶ୍ରଘୀ ଅପରାଧୀ ଗିରଫ ହେବେ ବୋଲି ଶ୍ରୀ ସେନାପତି କହିଛନ୍ତି ।
ସୂଚନାଯୋଗ୍ୟ ଯେ,ଇନ୍‍ଫୋସିଟି ଏନ୍‍କ୍ଳୋଭରେ ରହୁଥିବା ଶର୍ବାନୀ ପଟ୍ଟନାୟକ ଗୁରୁବାର ସକାଳୁ ସକାଳୁ ପ୍ରାତଃ ଭ୍ରମଣରେ ନନ୍ଦନକାନନ ଥାନା ରଘୁନାଥପୁର ବ୍ରିଜ ଦେଇ ଯାଉଥିଲେ । ଏତିକି ବେଳେ ପଲ୍‍ସର ବାଇକରେ ୩ ଦୁର୍ବୃତ୍ତ ଆସି ଶର୍ବାନୀଙ୍କ ବେକରୁ ସୁନାଚେନ ଝାମ୍ପି ନେଇ ପଳାଇଥିଲେ । ସେ ଚିତ୍କାର କରିଥିଲେ ମଧ୍ୟ ଲୁଟେରାମାନେ ଦ୍ରୁତ ବେଗରେ ପଳାଇଥିଲେ । ଏନେଇ ଶର୍ବାନୀ ଥାନାରେ ଅଭିଯୋଗ କରିବା ପରେ ପୁଲିସ ଏକ ମାମଲା ରୁଜୁ କରି ଅପରାଧୀମାନଙ୍କୁ ଧରିବାକୁ ଚଢ଼ଉ ଜାରି ରଖିଛି ।

Leave A Reply

Your email address will not be published.