ବଡ଼ଦିନ ଓ ନୂଆବର୍ଷ ପାଇଁ ଆସିଲା ଗାଇଡ଼ଲାଇନ

0 235

ଭୁବନେଶ୍ୱର,୨୪/୧୨(ଏସଏସନିୟୁଜ) ଓମିକ୍ରନ୍ ପାଇଁ କଟକଣା ଲଗାଇଛନ୍ତି ସ୍ୱତନ୍ତ୍ର ରିଲିଫ୍ କମିଶନର ।ଏହି କଟକଣା ଅନୁଯାୟୀ ଡିସେମ୍ବର ୨୫ରୁ ଜାନୁଆରୀ ୨ ତାରିଖ ଯାଏ ଜନସମାବେଶ, ରାଲି, ସାଂସ୍କୃତିକ କାର‌୍ୟ୍ୟକ୍ରମ ବାରଣ କରାଯାଇଛି ।ଏହାସହ ଖ୍ରୀଷ୍ଟମାସ ଉତ୍ସବ ପାଳନରେ ଚର୍ଚ୍ଚରେ ସର୍ବାଧିକ ୫୦ ଜଣ ସାମିଲ୍ ହୋଇପାରିବେ ବୋଲି କୁହାଯାଇଛି। ଜିରୋ ନାଇଟ୍ ସେଲିବ୍ରେସନ୍, ହୋଟେଲରେ ନୂଆ ବର୍ଷ ,କ୍ଲବ, ରେଷ୍ଟୁରାଣ୍ଟ, ପାର୍କ୍ସ, କନଭେନସନ୍ ହଲ, କଲ୍ୟାଣ ମଣ୍ଡପରେ ମଧ୍ୟ ଜିରୋ ନାଇଟ୍ ପାଳନ ଉପରେ ରୋକ୍ ଲଗାଯାଇଛି ।ବିବାହ ଉତ୍ସବ ବ୍ୟତୀତ ସର୍ବସାଧାରଣରେ କୌଣସି ଭୋଜିଭାତ, ବଣଭୋଜି ହୋଇପାରିବ ନାହିଁ । ଏହାସହ କୋଭିଡ୍ କଟକଣା ମଧ୍ୟରେ ଅନ୍ତ୍ୟେଷ୍ଟି କ୍ରିୟା ପାଳନ ହେବ ।କଟକଣା ଉଲ୍ଲଂଘନକାରୀଙ୍କ ବିରୁଦ୍ଧରେ କାର‌୍ୟ୍ୟାନୁଷ୍ଠାନ ଗ୍ରହଣ କରାଯିବାସହ ଦରକାର ପଡିଲେ ସ୍ଥାନୀୟ ପ୍ରଶାସନ ମଧ୍ୟ ଅତିରିକ୍ତ କଟକଣା ଜାରି କରିବେ ବୋଲି କଟକଣାରେ କୁହାଯାଇଛି ।

Leave A Reply

Your email address will not be published.