ବଢୁଛି କରୋନା ଆକ୍ରାନ୍ତଙ୍କ ସଂଖ୍ୟା

0 355

ଭୁବନେଶ୍ୱର,,୭/୧(ଏସଏସନିୟୁଜ) ଦେଶରେ କରୋନାସଂକ୍ରମଣଙ୍କ ସଂଖ୍ୟା ଦୈନିକ ଲକ୍ଷେ ଟପିଛି । ଗତ ୨୪ ଘଂଟା ଭିତରେ ୧ ଲକ୍ଷ ୧୭ ହଜାର ୧୦୦ ନୂଆ ମାମଲା ସାମ୍ନାକୁ ଆସିଛି । ଆଜିର ଆକ୍ରାନ୍ତଙ୍କୁ ମିଶାଇ ଦେଶରେ ମୋଟ ଆକ୍ରାନ୍ତଙ୍କ ସଂଖ୍ୟା ୩କୋଟି ୫୨ ଲକ୍ଷ ୨୬ ହଜାର ୩୮୬କୁ ବୃଦ୍ଧି ପାଇଛି । ଗତକାଲି ୯୦ ହଜାରରୁ ଅଧିକ ସଂକ୍ରମଣ ଚିହ୍ନଟ ହୋଇଥିଲା ।ସେହିଭଳିଭାବେ ରାଜ୍ୟରେ ଗତ ୨୪ ଘଣ୍ଟାରେ ୨,୭୦୩ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ଖୋର୍ଦ୍ଧା ଜିଲ୍ଲାରୁ ସର୍ବାଧିକ ୯୨୬ ଜଣ ସଂକ୍ରମିତ ଚିହ୍ନଟ ହୋଇଛନ୍ତି। ଚିହ୍ନଟ ନୂଆ ଆକ୍ରାନ୍ତଙ୍କ ମଧ୍ୟରୁ ୧୮ ବର୍ଷରୁ କମ୍ ବର୍ଗର ୪୦୯ ଜଣ ଚିହ୍ନଟ ହୋଇଛନ୍ତି।

Leave A Reply

Your email address will not be published.