ଗଞ୍ଜେଇ ପ୍ୟାକେଟ୍ ଭରା ବ୍ୟାଗ୍ ସହ ସ୍ୱାମୀସ୍ତ୍ରୀଙ୍କୁ ଧରିଲା ଟାକ୍ସ ଫୋର୍ସ

0 173

ଜଟଣୀ , ୭/୧(ଏସଏସନିୟୁଜ) ଆର୍‌ପିଏଫ୍ ସ୍ପେଶାଲ ଟାକ୍ସ ଫୋର୍ସ ଓ ରେଲୱେ ପୋଲିସ ମିଳିତ ଭାବେ ଚଢ଼ଉ କରି ଖୋର୍ଦ୍ଧାରୋଡ଼ ରେଳଷ୍ଟେସନରୁ ୧୧କିଲୋ ୨୦୦ ଗ୍ରାମ ଗଞ୍ଜେଇ ଜବତ କରିବାସହ । ଏହାକୁ ଚାଲାଣ କରୁଥିବା ଦିଗପହଣ୍ଡି ଥାନା ଚିକିଟି ଅଂଚଳର ଦମ୍ପତି ସୀମାଞ୍ଚଳ ପ୍ରଧାନ ଓ ସଞ୍ଜୁ ପ୍ରଧାନଙ୍କୁ ଗିରଫ କରିଛି । ଜବତ ଗଞ୍ଜେଇର ମୂଲ୍ୟ ୧ଲକ୍ଷ ୧୨ ହଜାର ଟଙ୍କା ହେବ । ଖୋର୍ଦ୍ଧାରୋଡ଼ ଷ୍ଟେସନରେ ସେମାନେ ଜଗନ୍ନାଥ ଏକ୍ସପ୍ରେସ ଟ୍ରେନ୍‌କୁ ଅପେକ୍ଷା କରିଥିବାବେଳେ ସ୍ପେଶାଲ ଟାକ୍ସ ଫୋର୍ସ ସେମାନଙ୍କୁ କାବୁ କରିଥିଲା ।

Leave A Reply

Your email address will not be published.