୩ ଜଣଙ୍କୁ ହତ୍ୟା କଲେ ମାଓବାଦୀ

0 169

ମାଲକାନଗିରି,୭/୧(ଏସଏସନିୟୁଜ) ମାଲକାନଗିରି ଜିଲ୍ଲା ସୀମାନ୍ତ ଛତିଶଗଡ଼ର ବିଜାପୁର ଜିଲ୍ଲାର ଇଡନାର ଗାଁ ନିକଟରେ ଜଣେ ମହିଳାଙ୍କ ସମେତ ୩ ଜଣ ଜଣଙ୍କୁ ମାଓବାଦୀମାନେ ପ୍ରଜାକୋର୍ଟରେ ହତ୍ୟା କରିଛନ୍ତି। ଗଙ୍ଗାଲୁର ଥାନା ଅନ୍ତର୍ଗତ ଇଡାମର ଜଙ୍ଗଲରେ ମାଓବାଦୀମାନେ କରିଥିବା ପ୍ରଜାକୋର୍ଟର ପୁଲିସ ଇନଫର୍ମର ସନ୍ଦେହରେ ଜଣେ ମହିଳା ଓ ଦୁଇ ଜଣ ପୁରୁଷ କୁମିଶାଇ ତିନି ଜଣଙ୍କୁ ହତ୍ୟା କରାଯାଇଥିବା ସୂଚନା ମିଳିଛି ।ପୋଲିସ ଇନଫର୍ମର ସନ୍ଦେହରେ ତିନି ଜଣଙ୍କୁ ହାଜର କରାଯାଇଥିଲା । ପ୍ରଜାକୋର୍ଟର ବିଚାର ପରେ ତିନି ଜଣଙ୍କୁ ହତ୍ୟା କରାଯାଇଥିଲା । ମୃତ ମହିଳାଙ୍କ ନାଁ ମାଙ୍ଗୀ ଏବଂ ଦୁଇ ପୁରୁଷ ହେଲେ କାମୁଲୁ ଓ ପୁନେମ। ଏହି ଘଟଣା ପରେ ପୁଲିସ ପକ୍ଷରୁ କୁମ୍ବିଂ ଅପରେସନକୁ ଜୋରଦାର କରାଯାଇଥିବାର ବିଜାପୁର ଆରକ୍ଷୀ ଅଧୀକ୍ଷକ କମଲଲୋଚନ କାଶ୍ୟପ ସୂଚନା ଦେଇଛନ୍ତି ।

Leave A Reply

Your email address will not be published.