ବଡି କୁ ଦିଆଗଲା ତୋପ ସଲାମୀ

0 425

ମାଲକାନାଗିରି,୧୩/୮(ଏସ ଏସ ନିୟୁଜ )ବଡି କୁ ଦିଆଗଲା ତୋପ ସଲାମୀ । ବଡି ହେଉଛି ମାଲକାନାଗିରି ଜିଲ୍ଲା ପୋଲିସ ବିଭାଗରେ କାର୍ଯ୍ୟ କରୁଥିବା ସନ୍ଧାନୀ କୁକୁର । ବଡିର ବୁଧବାର ଦିନ ମୃତ୍ୟୁ ହୋଇଯାଇଛି । ଗତ ୪ ବର୍ଷ ଧରି ମାଲକାନଗିରି ପୋଲିସ ବିଭାଗରେ କାର୍ଯ୍ୟ କରି ବେଶ ସୁନାମ ଅର୍ଜନ କରିପାରିଥିଲା । ଏହି ସନ୍ଧାନୀ କୁକୁରର ନାମ ରଖାଯାଇଥିଲା‘ବଡ଼ି’ ।ସଂଜୟ କୁମାର ସାହୁବଡିର ଦାୟିତ୍ଵରେ ଥିଲେ । ଗତ କିଛିଦିନ ଧରି ବଡ଼ି ଅସୁସ୍ଥ ରହିଥିଲା। ଚିକିତ୍ସିତ ଅବସ୍ଥାରେ କୁକୁରର ମୃତ୍ୟୁ ହୋଇଛି । ବଡିକୁ ସମ୍ମାନର ସହ ଶ୍ରଦ୍ଧାଞ୍ଜଳି ଦିଆଯାଇଥିଲା । ତୋପ ସଲାମୀ ମଧ୍ୟ ଦିଆଯାଇଥିଲା,ଗତ ଚାରି ବର୍ଷ ମଧ୍ୟରେ ପୋଲିସ ବିଭାଗରେ କାମ କରିବା ସମୟରେ ପ୍ରଧାନମନ୍ତ୍ରୀ, ମୁଖ୍ୟମନ୍ତ୍ରୀ, ରାହୁଲ ଗାନ୍ଧୀଙ୍କ ସମେତ ମାଲକାନଗିରିରେ ହେଉଥିବା ମାଲ୍ୟବନ୍ତ ଉତ୍ସବ, ଜାନୁଆରୀ୨୬, ଅଗଷ୍ଟ୧୫ ତଥା ଭିଭିଆଇପିଙ୍କ ଆଗମନ ବେଳେ ବଡ଼ି ନିଜର ଦାୟିତ୍ୱକୁ ସୂଚାରୁ ରୂପେ ତୁଲାଇଥିଲା । ବଡ଼ିର ଶୁନ୍ୟସ୍ତାନ ଯୋଗୁ ମାଲକାନଗିରି ପୁଲିସ ପାଇଁ ବଡ଼ କ୍ଷତି ହୋଇଥବା ପୋଲିସ ବିଭାଗ ତରଫରୁ କୁହାଯାଇଛି ।(ମାଲକାନାଗିରିରୁ ବାଦଲ କୁମାର ବିଶ୍ଵାଳଙ୍କ ରିପୋର୍ଟ )

Leave A Reply

Your email address will not be published.