ବାହୁଡିଲେ ମହାବାହୁ

0 179

ଭୁବନେଶ୍ବର,୨୦/୭(ଏସଏସନିୟୁଜ) ଜନ୍ମବେଦୀରୁ ନବଦିନାତ୍ମକ ଲୀଳାଖେଳା ସାରି ରତ୍ନବେଦୀକୁ ବାହୁଡିଛନ୍ତି ମହାବାହୁ। କୋଭିଡ କଟକଣା ମଧ୍ୟରେ ଅନୁଷ୍ଠିତ ବାହୁଡା ଯାତ୍ରା ସମୟରେ ବର୍ଷା ଲାଗିରହିଥିବାରୁ ସେବାୟତମାନେ ଆନନ୍ଦର ସହ ତିନି ରଥଙ୍କୁ ଟାଣି ଆଣିଥିଲେ । ଶ୍ରୀଜୀଉଙ୍କ ତିନି ରଥ ପ୍ରଭୁ ବଳଭଦ୍ରଙ୍କ ତାଳଧ୍ବଜ, ଦେବୀ ସୁଭଦ୍ରାଙ୍କ ଦର୍ପଦଳନ ଓ ଜଗତରନାଥ ଜଗନନାଥଙ୍କ ନନ୍ଦିଘୋଷ ରଥ ସିଂହଦ୍ବାର ସାମ୍ନାରେ ପହଞ୍ଚିଛି । ଗୁଣ୍ଡିଚା ମନ୍ଦିରରୁ ପ୍ରଥମେ ବଳଭଦ୍ରଙ୍କ ରଥ ଗଡିଥିଲା । ବଳଭଦ୍ରଙ୍କ ରଥ ପଛେ ପଛେ ହଳଦୀମୁହିଁ ସୁଭଦ୍ରାଙ୍କ ରଥ ଓ ବି ଶେଷରେ କାଳିଆ ଠାକୁରଙ୍କ ନନ୍ଦିଘୋଷ ରଥ ପହଞ୍ଚିଥିଲା।

Leave A Reply

Your email address will not be published.