ଛେଳି ଚୋରୀ ବେଳେ ଧରାପଡିଲା

0 393

ବାଲିପାଟଣା,୨୦/୭(ଏସଏସନିୟୁଜ) ଛେଳି ଚୋରି କରୁଥିବାବେଳେ ଧରାପଡିଲେ ଚୋର ।ଗୁହାଳରୁ ଛେଳି ଫିଟାଉଥିବାବେଳେ ପରିବାର ଲୋକେ ଦେଖି ଚୋରକୁ କାବୁ କରିନେଇଥିଲେ।ଏହି ଖବର ପ୍ରଘଟ ହେବାପରେ ଗ୍ରାମବାସୀମାନେ ମିଶି ଗାଁ ବିଦ୍ୟୁତ ଖୁଣ୍ଟରେ ବାନ୍ଧି ମାରଧର କରିବା ପରେ ପୁଲିସ ଜିମା ଦେଇଥିଲେ। ଧରାପଡ଼ିଥିବା ଚୋର ଜଣଙ୍କ ତୁରିନ୍ତିରା ପଞ୍ଚାୟତ ଅନସ୍ତମାଳ ଗ୍ରାମର ପଞ୍ଚୁ କାଣ୍ଡିଙ୍କ ପୁଅ ହେମନ୍ତ କାଣ୍ଡି ବୋଲି ଜଣାପଡିଛି। ପଞ୍ଚୁ ଓ ତାର ସହଯୋଗୀମାନେ ମିଶି ଗତକାଲି ବିଳମ୍ବିତ ରାତିରେ ବାଗଲପୁର ଗ୍ରାମରେ ଚୋରି କରିବା ପାଇଁ ପଶିଥିଲେ। ଗାଁ ଦାଣ୍ଡ ବିଦ୍ୟୁତ ଖୁଣ୍ଟରେ ଲାଗିଥିବା ଲାଇଟ ସବୁ ଲିଭାଇ ଥୁଆହୋଇଥିବା ଅଟୋରୁ ପ୍ରଥମେ ଚୋରି ଉଦ୍ୟମ କରିବାବେଳେ କୁକୁର ଭୁକିବାରୁ ପଳାଇଯାଇଥିଲେ ।ଏହାପରେ ସେହି ଗ୍ରାମର ଭାଗବତ ଦାସଙ୍କ ଗୁହାଳୁ ଛେଳି ଫିଟାଉଥିବାବେଳେ ଧରାପଡିଥିଲେ ।ପରିବାରଲୋକଙ୍କ ହାବୁଡରେ ପଞ୍ଚୁ ପଡିଯାଇଥିବାବେଳେ ଅନ୍ୟମାନେ ଫେରାର ହୋଇଯାଇଥିଲେ ।ଏସର୍ମ୍ପକରେ ଭାଗବତ ବାଲିପାଟଣା ଥାନାରେ ଲିଖିତ ଅଭିଯୋଗ କରିଛନ୍ତି ।

Leave A Reply

Your email address will not be published.